AFFILIATE MARKETING

https://binomo.com?a=90810425bb57&t=0

Wednesday, March 25, 2026

Bhagavad Gita – 6th Adhyaya: Dhyana Yoga (Odia)

​🕉️ Bhagavad Gita – 6th Adhyaya: Dhyana Yoga (Odia)

I. The Path of the Yogi (Stanzas 1–9)

​Command: Slow meditative intro, Deep Flute, Sitar, Male Soulful Vocals, Devotional Odia Bhajan Style.

​ଶ୍ରୀ କୃଷ୍ଣ କହୁଛନ୍ତି ଆହେ ପାର୍ଥ ଶୁଣ, କର୍ମଫଳ ଆଶା ଛାଡ଼ି ଯିଏ କରେ କର୍ମ  ।

 ସେହି ତ ସନ୍ନ୍ୟାସୀ ଅଟେ ସେହି ଅଟେ ଯୋଗୀ ,  ସେହି ନୁହେଁ କେବଳ ଅଗ୍ନିତ୍ୟାଗୀ ।

 ସନ୍ନ୍ୟାସୀ କୁହନ୍ତି ତାକୁ ଆହେ ଧନଞ୍ଜୟ , 

ମହା ଯୋଗ ଅଟେ ସେହି ନରଖ ସଂଶୟ ।

 ସଂକଳ୍ପ ତ୍ୟାଗ ନ କରି ପାରେ ଯେଉଁ ଜନ, ଯୋଗୀ ସେ ହୋଇ ନପାରେ ଜାଣ କଦାଚନ ।

ଯୋଗ ଆରମ୍ଭେ କର୍ମ ହିଁ ସାଧନ ହୁଅଇ , ଯୋଗାରୁଢ଼ ହେଲେ ଶାନ୍ତି ମାର୍ଗ ହିଁ ମିଳଇ ।

 ଇନ୍ଦ୍ରିୟ ଭୋଗ ଓ କର୍ମେ ଆସକ୍ତି ନରହେ , 

ସର୍ବ ସଂକଳ୍ପ ତ୍ୟାଗୀ ସେ ଯୋଗୀ ହୋଇଯାଏ ।

ନିଜ ଆତ୍ମା ଦ୍ଵାରା କର ଆତ୍ମାର ଉଦ୍ଧାର, 

ଆତ୍ମାକୁ କେବେ ନ କର ଯୋଗ ଠାରୁ ଦୂର ।

ଆତ୍ମା ହିଁ ଆତ୍ମାର ବନ୍ଧୁ ଅଟଇ ନିଶ୍ଚୟ, 

ଆତ୍ମା ହିଁ ଆତ୍ମାର ଶତ୍ରୁ ଜାଣ ଧନଞ୍ଜୟ ।

ଯେ ନିଜକୁ ଜୟ କରିଅଛ ଆତ୍ମା ବଳେ, 

ଆତ୍ମା ତାର ବନ୍ଧୁ ହୁଏ ଆଦି ଅନ୍ତ କାଳେ ।

II. Preparation for Meditation (Stanzas 10–17)

​Command: Calm Meditative Rhythm, Soft Tabla, Spiritual Atmosphere, Steady Pace.

​ ଶୀତ ଉଷ୍ଣ ସୁଖ ଦୁଃଖ ମାନ ଅପମାନ, ସର୍ବଦା ଶାନ୍ତ ରହଇ ଯୋଗୀଙ୍କର ମନ ।

ଜ୍ଞାନ ବିଜ୍ଞାନରେ ତୃପ୍ତ ଯେଉଁ ସନ୍ଥ ଯୋଗୀ , 

ସୁନା ହୀରା ଶିଳା ମାଟି ସମାନ ତା ଲାଗୀ ।

ମିତ୍ର ଶତ୍ରୁ ସାଧୁ ପାପୀ ସମସ୍ତଙ୍କ ପାଇଁ, 

ସମବୁଦ୍ଧି ରଖେ ଯେହୁ ଶ୍ରେଷ୍ଠ ଯୋଗୀ ସେହି ।

ଏକାକୀ ରହନ୍ତି ଯୋଗୀ ନିର୍ଜନ ସ୍ଥାନେ, 

ମନକୁ ସଂଯମ କରି ପ୍ରଭୁଙ୍କର ଧ୍ୟାନେ ।

ଶୁଦ୍ଧ ସ୍ଥାନେ ନିଜ ସ୍ଥାନ କରନ୍ତି ସ୍ଥାପନ, 

କୁଶ ଚମଡ଼ା ବସ୍ତ୍ର ରେ ହୋଇ ଆଚ୍ଛାଦନ ।

ମନକୁ ଏକାଗ୍ର କରି ଇନ୍ଦ୍ରିୟ କୁ ରୋଧି, 

ଆତ୍ମଶୁଦ୍ଧି ପାଇଁ କର ଯୋଗର ସମାଧି ।

କାୟା ଶିର ଗ୍ରୀବା ରଖି ସମାନ ସରଳ, 

ନାସାଗ୍ରେ ଦୃଷ୍ଟି ରଖି ହୁଅ ହେ ନିଶ୍ଚଳ ।

ପ୍ରଶାନ୍ତ ଆତ୍ମାକୁ ନେଇ ଭୟହୀନ ହୁଅ , 

ବ୍ରହ୍ମଚର୍ଯ୍ୟ ବ୍ରତ କରି ମୋତେ ଚିନ୍ତୁଥାଅ ।

III. The Discipline of Yoga (Stanzas 18–28)

​Command: Uplifting Spiritual Melody, Harmonium, Veena, Rhythmic Chanting Style.

​ଅତି ଭୋଜନ କି ଉପବାସ ଯେ କରଇ, 

ଯୋଗ ସିଦ୍ଧି ତାକୁ କେବେ ବି ମିଳଇ ନାହିଁ ।

ଅତି ନିଦ୍ରା କିମ୍ବା ଜାଗରଣ ଥାଏ ଯା’ର, 

ଯୋଗ ଫଳ ତାକୁ ନ ମିଳେ ପାଣ୍ଡବ ବୀର ।

ଯୁକ୍ତ ଆହାର ବିହାର କର୍ମ ଥାଏ ଯା’ର, 

ଦୁଃଖ ନାଶ କରେ ଯୋଗ ନିଶ୍ଚୟ ତାହାର ।

ନିୟନ୍ତ୍ରିତ ଚିତ୍ତ ଆତ୍ମାରେ ସ୍ଥିର ହୁଅଇ , 

ନିଃସ୍ପୃହ ଯେ ଜନ ଯୋଗୀ ତାହାକୁ କୁହଇ ।

ବାୟୁଶୂନ୍ୟ ସ୍ଥାନେ ଦୀପ ଯେସନେ ରୁହଇ ,

 ଯୋଗୀଙ୍କର ଚିତ୍ତ ସେମିତି ସ୍ଥିର ହୁଅଇ ।

ଯୋଗ ସେବାରେ ନିରୁଦ୍ଧ ହୋଇଥିଲେ ଚିତ୍ତ, 

ଆତ୍ମା ଦ୍ଵାରା ଆତ୍ମା ଦେଖି ହୋଇଥାଏ ତୃପ୍ତ ।

ଇନ୍ଦ୍ରିୟ ଅତୀତ ସୁଖ ଯେଉଁଠି ମିଳଇ, 

ତତ୍ତ୍ଵରୁ କେବେ ବି ଯୋଗୀ ବିଚଳିତ ନୋହି।

ଯାହା ପାଇବାର ପରେ ଅନ୍ୟ ଲାଭ ନାହିଁ, 

ବଡ଼ ଦୁଃଖେ ମଧ୍ୟ ଧୈର୍ଯ୍ୟ ନ ହୁଏ ଗୋସାଇଁ ।

ଦୁଃଖ ସଂଯୋଗରୁ ମୁକ୍ତି ଯାହାର ନାମ, 

ସେହି ପରା ଯୋଗ ଅଟଇ ପରମ ଧାମ ।

ସଂକଳ୍ପରୁ ଜାତ କାମନା ତ୍ୟାଗ କରି, 

ମନରେ ଇନ୍ଦ୍ରିୟ ରୋଧ ସୁଧୀରତା ଧରି ।

ଧୀରେ ଧୀରେ ବୁଦ୍ଧି ବଳେ ମନେ ଶାନ୍ତି ପାଅ, 

ଆତ୍ମାରେ ମନ ରଖି ଚିନ୍ତା ଛାଡିଦିଅ ।





IV. Control of Mind (Stanzas 29–36)

​Command: Serious Philosophical Tone, Orchestral Strings, Deep Emotional Vocals.

​ଚଞ୍ଚଳ ଏ ମନ ଯେଉଁ  ଆଡ଼େ ଘୁରି ଯାଏ, 

ସେଠାରୁ ଫେରି ଆତ୍ମାରେ ରହିବାକୁ ହୁଏ ।

ଶାନ୍ତ ମନ ଯା’ର ପାପ ରହିତ ହୁଅଇ , 

ବ୍ରହ୍ମଭୂତ ହୋଇ ସେହି ସୁଖ ପାଉଥାଇ ।

ଯୋଗୀ ସର୍ବଭୂତେ ନିଜ ଆତ୍ମା କୁହିଁ ଦେଖେ,

 ସବୁଠାରେ ମୋତେ ଦେଖି ଆନନ୍ଦରେ ରଖେ ।

ଯେଉଁ ପ୍ରାଣୀ ମୋତେ ସବୁଠାରେ ଦେଖି ପାରେ , 

ମୁଁ ତା’ର ପାଖରେ ସଦା ସେ ମୋର ପାଖରେ ।

ସର୍ବଭୂତେ ସ୍ଥିତ ମୋତେ ଯେ ପ୍ରାଣୀ ଭଜଇ, 

ସର୍ବଥା ବର୍ତ୍ତି ମଧ୍ୟ ସେ ମୋହ ଠାରେ ରହି ।

ନିଜ ପରି ସୁଖ ଦୁଃଖ ସର୍ବ ରେ ଦେଖଇ , 

ଜାଣି ଥାଅ ପାର୍ଥ ତୁମେ ଶ୍ରେଷ୍ଠ ଯୋଗୀ ସେହି ।

ଅର୍ଜୁନ କହନ୍ତି ମନ ଅତିବ ଚଞ୍ଚଳ, 

କେମିତି ଏହାକୁ ରୋଧିବି ହେ କୃଷ୍ଣ ବଳ ।

ପ୍ରଭୁ କହନ୍ତି ହେ ପାର୍ଥ ଅଭ୍ୟାସର ବଳେ,

 ବୈରାଗ୍ୟରେ ମନ ବଶ ହୁଏ ସର୍ବ କାଳେ ।

V. Yoga and Rebirth (Stanzas 37–47)

​Command: Grand Finale, Chorus Harmony, Temple Bells, High Energy Devotional, Climax.

​ଅର୍ଜୁନ ପଚାରନ୍ତି ଶ୍ରଦ୍ଧା ଅଛି ଯା’ର, 

କିନ୍ତୁ ଯୋଗୁଁ ଭ୍ରଷ୍ଟ ହେଲେ କି ଗତି ତା’ର ।


 ଉଭୟ ଭ୍ରଷ୍ଟ ହୋଇ ସେ କି ନଷ୍ଟ ହୁଏ, 

ବାଦଲ ପରି ସେ କି ଶୂନ୍ୟେ ମିଳି ଯାଏ ।


ମୋର ଏହି ସନ୍ଦେହ କୁ ଦିଅ ଦୂର କରି , 

ତୁମ ବିନା ଏହା କେହି ନ ଜାଣନ୍ତି ହରି ।


ପ୍ରଭୁ କହନ୍ତି ହେ ପାର୍ଥ ବିନାଶ ତା ନାହିଁ, 

ଶୁଭ କର୍ମ କଲେ ଦୁର୍ଗତି କେବେ ନ ପାଇ ।


ଯୋଗଭ୍ରଷ୍ଟ ନର ପୁଣ୍ୟବାନ ଲୋକେ ଯାଏ, 

ପୁଣି ଶ୍ରୀମନ୍ତଙ୍କ ଘରେ ଜନ୍ମ ନେଉଥାଏ ।


କିମ୍ବା ସେହି ଜ୍ଞାନୀ ଯୋଗୀ କୁଳେ ଜନ୍ମ ହୁଏ, ଦୁର୍ଲଭ ଜନମ ଏ ଜଗତେ ସେହି ପାଏ  ।

 ପୂର୍ବ ଜନ୍ମର ସେହି ବୁଦ୍ଧି ସେଠି ପାଏ, 

ସିଦ୍ଧି ପାଇଁ ପୁଣି ସେହି ଚେଷ୍ଟା କରୁଥାଏ ।


ପୂର୍ବ ଅଭ୍ୟାସ ବଳେ ସେ ଯାଏ ଟାଣି ହୋଇ , 

 ବ୍ରହ୍ମ ଶବ୍ଦ ଅତିକ୍ରମେ ସେ ଜିଜ୍ଞାସୁ ଥାଇ ।

ଯତନରେ ପାପ ମୁକ୍ତ ହୋଇ ଯୋଗୀ ଜଣ, 

ବହୁ ଜନ୍ମ ପରେ ପାଏ ଶ୍ରୀରଙ୍ଗା ଚରଣ ।

ତପସ୍ଵୀ ଜ୍ଞାନୀ ଓ କର୍ମୀ ଠାରୁ ଶ୍ରେଷ୍ଠ ଯୋଗୀ , 

ତେଣୁ ହେ ଅର୍ଜୁନ ଯୋଗୀ ହୁଅ ନୁହ ଭୋଗୀ ।


ସବୁ ଯୋଗୀଙ୍କ ମଧ୍ୟରେ ଶ୍ରେଷ୍ଠ ସେହି ଜଣ, 

ମୋ ଚରଣେ ଯିଏ ସଦା ନିଅଇ ଶରଣ ।

​(Outro)

ଜୟ ଶ୍ରୀକୃଷ୍ଣ... ଜୟ ଶ୍ରୀକୃଷ୍ଣ...

No comments:

COASTAL NEWS

ସମୁଦି samuduni

ସମୁଦୁଣୀଙ୍କୁ ଚିଠି !                  ସମୁଦୁଣୀ ! ମୋର ନମସ୍କାର ନେବ, ଚିଠିଟିଏ ଆଜି ଲେଖୁଛି, ବୋହୁ ବିରୁଦ୍ଧରେ, ଅଭିଯୋଗ ନୁହେଁ, ଜଣାଉଛି ଯାହା ଦେଖ...