AFFILIATE MARKETING

https://binomo.com?a=90810425bb57&t=0

Saturday, March 14, 2026

ମାଟିରେ ମିଶିଲା ୬୩ ଘର, ୩୦ ନିର୍ମାଣାଧୀନ ଘରଟିପି ସ୍କିମ ଲାଗି ୩ ଏକର ଜମି ଜବରଦଖଲମୁକ୍ତ

ଟିପି ସ୍କିମ ଲାଗି ୩ ଏକର ଜମି ଜବରଦଖଲମୁକ୍ତ

ଭୁବନେଶ୍ୱର, ୧୩/୦୩: ମଳିପଡ଼ା ଟାଉନ ପ୍ଲାନିଂ(ଟିପି) ସ୍କିମ୍ ପାଇଁ ମାଟିରେ ମିଶିଛି ୬୦ରୁ ଊର୍ଦ୍ଧ୍ୱ ଘର ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଭୁବନଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ହୋଇଥିବା ଉଚ୍ଛେଦରେ ୩ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି।

ମଳିପଡ଼ା ମୌଜା ଅନ୍ତର୍ଗତ ସରକାରୀ ପ୍ଲଟ ନମ୍ବର 307ରେ 6 ଏକର ୧୮ ଡିସିମିଲ ଜମି ଓ ପ୍ଲଟ ନମ୍ବର ୧୩୫ରେ ୪୫.୮୪ ଏକର ଅନାବାଦୀ କିସମ ଜମି ରହିଛି। ସେହି ପ୍ଲଟରେ ବେଆଇନ ଭାବେ ଗଢ଼ି ଉଠିଛି ଘର। ସେଗୁଡ଼ିକୁ ହଟାଇବାକୁ ବିଡିଏ ଏନଫୋର୍ସମେଣ୍ଟ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେଠାରେ ବସ୍ତିବାସିନ୍ଦାଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ପୋଲିସ ଉପସ୍ଥିତିରେ ବି ଉଚ୍ଛେଦକୁ ବିରୋଧ କରି ପ୍ରବଳ ଯକ୍ତିତର୍କ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ବିରୋଧ ସତ୍ତ୍ବେ ଉଚ୍ଛେଦ ଅଭିଯାନ ଜାରି ରହିଥିଲା।

ଏହି ଉଚ୍ଛେଦରେ ୪୮ଟି ନୂତନ ଆଜବେଷ୍ଟସ ଘର, ୨୦ଟି ନିର୍ମାମାଣାଧୀନ ଘର, ୫ଟି ପାଣି ଟାଙ୍କି, ପ୍ଲଟ ନଂ- ୩୦୭ରୁ ପ୍ରାୟ ୧୦୦ ଫୁଟ ଲମ୍ବର କାନ୍ଥ ଏବଂ ଏବଂ ପ୍ଲଟ ନଂ- ୧୩୫ରେ ହୋଇଥିବା ୧୫ଟି ଆଜବେଷ୍ଟସ ଘର ଓ ୧୦ଟି ନିର୍ମାଣାଧୀନ ଘର ଭାଙ୍ଗି ଦିଆଯାଇଥିଲା। ମୋଟ ୬୮ଟି ଆଜବେଷ୍ଟସ ଘର ଏବଂ ୩୦ଟି ନିର୍ମାଣାଧୀନ ଘର ମାଟିରେ ମିଶାଇ ଦେଇଛି ବିଡିଏ। ଆଜି ମୋଟ ୩ ଏକର ସରକାରୀ ଜମି ଜବରଦଖଲ ମୁକ୍ତ କରାଯାଇଥିଲା। ତେବେ ସମୟ ଅଭାବରୁ ଆଂଶିକ ଭାବେ ଉଚ୍ଛେଦ କରାଯାଇଛି।

ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କମିଶନରେଟ୍ ପୋଲିସ ଦ୍ୱାରା ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ଗୋଟିଏ ସେକ୍ସନ୍ ମହିଳା ପୋଲିସ ମୁତୟନ କରାଯାଇଥିଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନଂ. ୦୧, ୦୨, ୦୩, ୦୪, ୦୫, ୦୬, ୦୭, ୦୮ ଏବଂ ୦୯ ଉଚ୍ଛେଦରେ ନିୟୋଜିତ ହୋଇଥିଲେ। ଉଚ୍ଛେଦ ବେଳେ ବିଡିଏ ଯୁଗ୍ମ କମିଶନର (ଏନଫୋର୍ସମେଣ୍ଟ) ରଞ୍ଜନ କୁମାର ଜେନା, ବିଡିଏ ଏନଫୋର୍ସମେଣ୍ଟ ଅପିସର (ଓଏସଡି) ଦେବରାଜ ସେଠୀ, ଅତିରିକ୍ତ ତହସିଲଦାର ପ୍ରିୟଙ୍କା ନାହାକା, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଟାଉନ ପ୍ଲାନିଂ ଯୋଜନାର ଭୂମି ଅଧିକାରୀ ଲିପ୍ସା ରାୟ, କନିଷ୍ଠ ଏନଫୋର୍ସମେଣ୍ଟ ଅଧତ୍କାରୀ ସିଦ୍ଧାର୍ଥ ସାହୁ ସମେତ ଚନ୍ଦକା ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...