AFFILIATE MARKETING

https://binomo.com?a=90810425bb57&t=0

Thursday, March 12, 2026

ଶ୍ରୀମଦ୍ ଭଗବଦ୍ ଗୀତା – ତୃତୀୟ ଅଧ୍ୟାୟ (କର୍ମଯୋଗ) 2

🎵 ଶ୍ରୀମଦ୍ ଭଗବଦ୍ ଗୀତା – ତୃତୀୟ ଅଧ୍ୟାୟ (କର୍ମଯୋଗ)
Odia Devotional Song Lyrics
🎶 Intro (Chant)
କୋଷ୍ଟାଲ ମ୍ୟୁଜିକ୍ ନିବେଦିତ…
ଶ୍ରୀମଦ୍ ଭଗବଦ୍ ଗୀତା – ତୃତୀୟ ଅଧ୍ୟାୟ (କର୍ମଯୋଗ) ଦିବ୍ୟ ବାଣୀ…

🎶 Intro (Chant)
କୁରୁକ୍ଷେତ୍ର ରଣଭୂମି ଅର୍ଜୁନ ବିଷାଦ …
ଶ୍ରୀକୃଷ୍ଣ ଙ୍କ ସ୍ଵରରେ ଜୀବନ ର ଭେଦ …
Verse 1 – 
କର୍ମଠାରୁ ଯେବେ ଜ୍ଞାନ ଶ୍ରେଷ୍ଠ ଜନାର୍ଦ୍ଦନ,
କାହିଁକି ଏ କର୍ମେ ମୋତେ କର ନିୟୋଜନ?
ଦ୍ଵିଧାପୂର୍ଣ୍ଣ ବାଣୀ ଶୁଣି ମୋହ ହୁଏ ମନ,
କେଉଁଥିରେ ଶ୍ରେୟ ମୋର କୁହ ଭଗବାନ।
Chorus
ନିଷ୍କାମ କର୍ମ ସର୍ବଦା କର ଧନଞ୍ଜୟ ,
ନିଷ୍କାମ କର୍ମରେ ହୁଏ ଜଗତ ବିଜୟ 
କୃଷ୍ଣ ଦେଲେ ଉପଦେଶ ଧର୍ମ ପଥେ ଚାଲ, 
ଧର୍ମ ପଥେ ଗଲେ ମିଳେ ଜୀବନର ମୂଲ୍ୟ 
କର୍ମଯୋଗ ଦିବ୍ୟ ମନ୍ତ୍ର, ସତ୍ୟ ର ସନ୍ଦେଶ
ହେ ଅର୍ଜୁନ ମିଳେ ତହୁଁ ଜୀବନର ମୋକ୍ଷ ।
।mm
Verse 2 – 
ଶୁଣ ହେ ଅନଘ ଏହି ଜଗତର ନୀତି,
ଦୁଇ ମାର୍ଗ ପୂର୍ବୁ ଯାହା କରିଛି ନିୟତି।
ଜ୍ଞାନୀଙ୍କ ପାଇଁ ସାଂଖ୍ୟ ଯୋଗ ଅଟେ ସାର,
କର୍ମୀଙ୍କର ପାଇଁ କର୍ମଯୋଗ ଅଧିକାର।
Verse 3
କର୍ମ ନ କରିଲେ କେହି ମୁକ୍ତି ପାଏ ନାହିଁ,
କେବଳ ସନ୍ନ୍ୟାସେ ସିଦ୍ଧି କେବେ ହୁଏ ନାହିଁ ।
କ୍ଷଣେ ଜୀବ କର୍ମ ବିନା ରହିପାରେ କେହି?
ପ୍ରକୃତି ଗୁଣରେ ସର୍ବେ କର୍ମ କରୁଥାଇ।
Chorus
ନିଷ୍କାମ କର୍ମ ସର୍ବଦା କର ଧନଞ୍ଜୟ ,
ନିଷ୍କାମ କର୍ମରେ ହୁଏ ଜଗତ ବିଜୟ 
Verse 4
ଯେଉଁ ମୂଢ଼ କର୍ମେନ୍ଦ୍ରିୟ ରୋଧ କରି ରଖେ,
ମନେ ମନେ ବିଷୟକୁ ଚିନ୍ତା ରେ ପରଖେ।
ମିଥ୍ୟାଚାରୀ ବୋଲି ତାକୁ ଜାଣିବ ଅର୍ଜୁନ,
କପଟରେ ବ୍ୟର୍ଥ କରେ ଆପଣା ଜୀବନ।
Verse 5
ମନରେ ଇନ୍ଦ୍ରିୟ ଜିଣି ଯେହୁ କର୍ମ କରେ,
ଅନାସକ୍ତ ଭାବେ ସେହୁ ଶ୍ରେଷ୍ଠ ଏ ସଂସାରେ।
ଶାସ୍ତ୍ର ବିହିତ ଯେ କର୍ମ କର ତୁମେ ନିତ୍ୟ,
କର୍ମ ବିନା ଦେହଯାତ୍ରା ହେବ ଅସମାପ୍ତ।
Final Chorus
କର୍ମଯୋଗ ଜୀବ ଧର୍ମ,
କୃଷ୍ଣଙ୍କ ଦିବ୍ୟ ଜ୍ଞାନ।
ନିଷ୍କାମ କର୍ମ ସର୍ବଦା 
 ମୋକ୍ଷ ର କାରଣ ।
ହରି ନାମ ହୃଦେ ଭରି ,
ଭକ୍ତିରେ ଜୀବନ।
କର୍ମଯୋଗର ପଥ ଧରି
ମିଳେ ଦିବ୍ୟ ଜ୍ଞାନ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...