AFFILIATE MARKETING

https://binomo.com?a=90810425bb57&t=0

Tuesday, March 3, 2026

ମିଠା ହସ

[Verse 1] 
ତୋ ମିଠା ହସରେ ମୋର ଦିଲ୍ ଜିତି ଗଲୁ ,
ତେରଛା ନୟନେ ତୋର ବାଣ ମାରି ଦେଲୁ । 
ମୋ ହୃଦେ ବାଜିଲା ଗୋରୀ ମିଳନର ସ୍ଵର, 
ଏ ଜନ୍ହ ରାତିରେ ବହେ ମଳୟ ମଧୁର । 
[Chorus] 
ତୁ ମୋର ସୁନା, ମୋ ଦିଲ୍ ରାଣୀ, 
ତୋ ସାଥେ ରଚିବି ମୁହିଁ ପ୍ରଣୟ କାହାଣୀ । 
ତୁହି ମୋର ଫୁଲଝଡି ସମ୍ବଲପୁରୀ ନନୀ, 
ଫୁଲକା ଫୁଲକା ଗାଲ ତୋର ଲମ୍ବା ଲମ୍ବା ବେଣୀ । [Verse 2] 
ଝୁଲି ଝୁଲି ଚାଲୁ ରାଣୀ ଦେଖାଉ ତୋ ଠାଣି, 
ନିଶବ୍ଦ ମନରେ ମୋର ନିଶା ଜାଗୀଲାଣି ।
ସ୍ଵପ୍ନରେ ଦେଖୁଛି ତୋତେ ମୋ ସ୍ଵପ୍ନ ସୁନ୍ଦରୀ , 
ମୋ ସ୍ଵପ୍ନ ବଗିଚା କୁ ସୁବାସିତ କରି ।
(Vrse 3)
ଆସିଲା ବସନ୍ତ ଏବେ ସୁବାସିତ ଧରା, 
ଆସିବୁ କେବେ ତୁ ଗୋରୀ ଦେବୁ ମୋତେ ଧରା ।
ତୋ ବିହୁନେ ସାଥୀ କିଛି ଲାଗୁନାହିଁ ଭଲ, 
ତୋ ମିଳନ ପାଇଁ ମନ ହେଉଛି ଆତୁର ।
Verse 4
ଭଲ ପାଉଛୁ କହିଲୁ ନିଶା ଜଗାଇଲୁ, 
ସୁଗନ୍ଧ ଚନ୍ଦନ ବାସେ ମୋତେ ଧୋଇଦେଲେଲୁ ।
ତୋର ପ୍ରେମ ପରଶରେ ଆନନ୍ଦିତ କଲୁ, 
ମରିଚୀକା ପରି ମୋ ଠାରୁ ଦୂର ହେଲୁ ।
[Bridge] 
ତୋ ମିଠା ହସରେ ମୋର ଦିଲ୍ ଜିତି ଗଲୁ ,
ତେରଛା ନୟନେ ତୋର ବାଣ ମାରି ଦେଲୁ । 
ମୋ ହୃଦେ ବାଜିଲା ଗୋରୀ ମିଳନର ସ୍ଵର, 
ଏ ଜନ୍ହ ରାତିରେ ବହେ ମଳୟ ମଧୁର । 

No comments:

COASTAL NEWS

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ବଣ୍...