AFFILIATE MARKETING

https://binomo.com?a=90810425bb57&t=0

Thursday, November 30, 2023

ସହଦେଵ ଦାସ ସେବା ସଂସ୍ଥା, ନମୋୖଜ଼ା ତରଫରୁ ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ

COASTAL NEWS ODIA 1529

ସହଦେଵ ଦାସ ସେବା ସଂସ୍ଥା, ନମୋୖଜ଼ା ତରଫରୁ ଦୁରାରୋଗ୍ୟ ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ 



ଆଳି,29.11.23(CNO) ଆଳି ବ୍ଲକ ଏରଡ଼ଙ୍ଗ ପଂଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମର ବିକାଶ ପଲେଇ ଓ ବନମିତ୍ରା ପଲେଇ ଙ୍କ 29ବର୍ଷ ର ଝିଅ ଜୟପ୍ରଦା ଦୀର୍ଘ 15ବର୍ଷ ଧରି ଦୁରାରୋଗ ରେ ପୀଡିତ ହୋଇ ଚିତ ହୋଇ ସୋଇ ରହିଛନ୍ତି. ଖାଇବାପିଇବା, ଝାଡା ପରିସ୍ରା ଇତ୍ୟାଦି ସମସ୍ତ କାର୍ଯ୍ୟ ସୋଇଥିବା ଅବସ୍ଥାରେ ସମ୍ପନ୍ନ ହୋଇଥାଏ. ପରିବାର ର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ଠିକ ଭାବେ ଡାକ୍ତର ଚିକିତ୍ସା କରିପାରୁନାହାନ୍ତି. 

ଗଣମାଧ୍ୟମ ରୁ ଜାଣିବା ପରେ, ଆଳି ଗାନ୍ଧୀ, ପ୍ରାକ୍ତନ ବିଧାୟକ ସ୍ବର୍ଗତ ସହଦେଵ ଦାସ ଙ୍କ ସେବା ମନବୃତି କୁ ପାଥେୟ କରି ଗଠନ କରାଯାଇଥିବା ସହଦେଵ ଦାସ ସେବା ସଂସ୍ଥା, ନମୋୖଜ଼ା ତରଫରୁ ସମ୍ପାଦକ ବୀରେନ୍ଦ୍ର କୁମାର ପଣ୍ଡା, କୋଷାଧକ୍ଷ ମଧୁସୂଦନ ଦାସ, ବରିଷ୍ଠ ସଦସ୍ୟ କବି ଗୋବିନ୍ଦ ଚନ୍ଦ୍ର ନନ୍ଦ, ସଭାପତି ବାମନ ଚରଣ ବେହେରା, ବିଷ୍ଣୁ ଚରଣ ଦାଶ, ବୃନ୍ଦାବନ ପଣ୍ଡା, ବିଦ୍ୟାଧର ପଣ୍ଡା, କବି ବ୍ରଜ କିଶୋର ଦାଶ କୁସୁମୀ ଗ୍ରାମ ରେ ପହଁଚି ତାଙ୍କ ମା ଙ୍କୁ 5000ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ସେହିପରି ନମୋୖଜ଼ା କୃଷ୍ଣପୁର ପାଟଣା ଗ୍ରାମ ର ରମେଶ ଚନ୍ଦ୍ର ସେଠି ଙ୍କୁ ମଧ୍ୟ 5000ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ

ଶେଷହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ

COASTAL NEWS ODIA 1528

ଶେଷହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ



ପୁରୀ - (CNO ): ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ଵ କାନ୍ଥର ଲେଜର୍‌ ସ୍କାନିଂ କାମ ଶେଷ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଇ) ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଓ ବିଶେଷଜ୍ଞ ଦଳର ଉପସ୍ଥିତିରେ ମୋଟ ୪୫ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଛି।ଏଥିସହିତ ରତ୍ନଭଣ୍ଡାର ଲେଜର ସ୍କାନିଂ କାର୍ଯ୍ୟ ଶେଷ ହୋଇଛି । 

ଏଏସ୍‌ଇ ଭୁବନେଶ୍ଵର ସର୍କଲ୍ ଅଧୀକ୍ଷକ ଡକ୍ଟର ଡି ବି ଗଡ଼ନାୟକ କହିଛନ୍ତି, ଆଜି ଉତ୍ତର-ପଶ୍ଚିମ କୋଣ, ଉତ୍ତରପାର୍ଶ୍ଵ କାନ୍ଥର ଲେଜର୍‌ ସ୍କାନିଂ କରାଯାଇଛି। ଶିଡ଼ି ପକାଇ ରତ୍ନଭଣ୍ଡାର ଉପରିଭାଗର ବି ଲେଜର୍‌ ସ୍କାନିଂ କରାଯାଇଛି। ଲେଜର୍‌ ସ୍କାନିଂ ମେସିନ୍‌ ଜରିଆରେ ପ୍ରାୟ ୨୦ ମିଟର ପରିଧିରେ ଅନୁଧ୍ୟାନ କରିବା ସମ୍ଭବପର ହେଉଛି। ଗତକାଲି ୩୭ଟି ସ୍ଥାନର ଲେଜର୍ ସ୍କାନିଂ କରାଯାଇଥିଲା। ଆଜି ଆଉ ୮ଟି ସ୍ଥାନର ସ୍କାନିଂ କରାଯାଇଛି। ଏହା ପରେ ଆମ କାମ ହେଉଛି, ଲେଜର୍‌ ସ୍କାନିଂର ସମସ୍ତ ଡାଟା ଡାଉନ୍‌ଲୋଡ୍ କରି ଅନୁଧ୍ୟାନ କରିବା ।କେଉଁ କେଉଁ ଜାଗାରେ ଫାଟ ରହିଛି, ସବୁର ସବିଶେଷ ତଥ୍ୟ ସଂଗ୍ରହ କରିବା। ଏ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ୧୦ରୁ ୧୫ ଦିନ ସମୟ ଲାଗିବ। 

ଏହି ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବା ସହିତ ଆଲୋଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଡ. ଗଡ଼ନାୟକ କହିଛନ୍ତି, ନାଟମଣ୍ଡପ ମରାମତି ଉପରେ ପ୍ରାଥମିକତା ଦିଆଯାଉଛି। ଏହି ବିଗ୍‌ରେ ଫାଟ ଜଣାପଡ଼ିବା ପରେ କିଭଳି ମରାମତି କରାଯିବ, ସେ ନେଇ ଯୋଜନା ଚାଲିଛି। ଫାଟି ଯାଇଥିବା ବିମ୍‌ରେ ସପୋଟିଂ ବିମ୍ କିଭଳି ଦିଆଯିବ, ସେ ଉପରେ ପଦକ୍ଷେପ ନିଆଯାଉଛି ବୋଲି ଡ. ଗଡ଼ନାୟକ କହିଛନ୍ତି। 

ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ

COASTAL NEWS ODIA 1527

ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ 



ସୁନ୍ଦରଗଡ - (CNO) ଭିଜାଲାନ୍ସ ଜାଲରେ ମହିଳା ରାଜସ୍ୱ ନିରୀକ୍ଷକ । ସୁନ୍ଦରଗଡ ଜିଲ୍ଲା ତସଲାଡିହିର ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହା ପରେ ଲିଲି ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । 

ଚାଷ ଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ଲାଗି ଜଣେ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଲିଲି ଚୌଧୁରୀ । ଏନେଇ ଭିଜିଲନ୍ସକୁ ଜଣାଇଥିଲେ ଅଭିଯୋଗକାରୀ । ଏହାପରେ ଟିମ୍ ର ପୂର୍ବ ଯୋଜନା ଅନୁସାରେ, ଆଜି ଅଭିଯୋଗକାରୀ ଜଣଙ୍କ ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ଟଙ୍କା ଦେଉଥିଲା ବେଳେ ଧରିଥିଲା ଭିଡିଲାନ୍ସ ଟିମ୍ ।  

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଟିମ୍ ପକ୍ଷରୁ ଥାନାରେ ଦୁର୍ନୀତି ନିବାରଣ ଅଧିନିୟମ, 2018 ର ଧାରା 7 ଅନୁଯାୟୀ ମାମଲା ରୁଜୁ କରାହୋଇଛି । ଏହା ସହିତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଲି ଙ୍କ ର ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତଲାସି  ଜାରି ରହିଛି । 

ଆଜିର ରାଶିଫଳ

COASTAL NEWS ODIA 1526

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଗୁରୁବାର)*
 *✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*ମେଷ*👉 : *ଆଜି  ଦିନଟି  ନିଜର କ୍ୟାରିୟର ସୁଧାର ପାଇଁ   ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।* 
*✧═════•❁❀❁•═════✧*
*ବୃଷ:👉ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।* 
*✧═════•❁❀❁•═════✧*
*ମିଥୁନ:👉* *ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।* 
*✧═════•❁❀❁•═════✧*
*କର୍କଟ: 👉ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।* 
*✧═════•❁❀❁•═════✧*
 *ସି˚ହ:👉 ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।* 
*✧═════•❁❀❁•═════✧*
 *କନ୍ୟା: 👉ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*ତୁଳା:*👉 *ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବିଛା:👉 କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।* 
*✧═════•❁❀❁•═════✧*
*ଧନୁ:👉 ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।* 
*✧═════•❁❀❁•═════✧*
*ମକର:*👉 *ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *କୁମ୍ଭ:👉ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।* 
*✧═════•❁❀❁•═════✧*
 *ମୀନ:👉ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ •❁❀❁•═════✧*

ଘରୁ ବାହାର କରିଦେଲେ ପୁଅ,ଜିଲାପାଳଙ୍କୁ ବାପା ମା'ଙ୍କ ଗୁହାରି

COASTAL NEWS ODIA 1525

ଘରୁ ବାହାର କରିଦେଲେ ପୁଅ,ଜିଲାପାଳଙ୍କୁ ବାପା ମା'ଙ୍କ ଗୁହାରି



ରାଜକନିକା - (CNO)  ପୁଅର ଭବିଷ୍ୟତ ସୁରକ୍ଷିତ କରିବାକୁ ନିଜର ଶୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଥିବା ବାପା-ମା' ଆଜି ବୃଦ୍ଧ ଅବସ୍ଥାରେ ବାରଓଳି ଘୁରି ବୁଲୁଛନ୍ତି ପୁଅର ନିର୍ଯାତନା ଅସହ୍ଯ ହେଉଛି । ଚାକିରିକାଳ ପୂରିବାର ୫ବର୍ଷ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ପୁଅକୁ ଚାକିରି ଦେଇଥିବା ବୃଦ୍ଧ ବାପାକୁ ପୁଅ ଗଣ୍ଡାଏ ଖାଇବାକୁ ଓ ପାଖରେ ରଖିବାକୁ ନାରାଜ । ମାଡ଼ମାରି ବାପା ମା ଙ୍କୁ ଘରୁ ତଡ଼ିଦେବା ପରେ ୯୦ ବର୍ଷ ବୟସ୍କ ବାପା ଦୈତ୍ୟାରି ନାୟକ ଓ ୭୫ ବର୍ଷସା ମା’ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଭେଟି ନିଜର ସୁରକ୍ଷା ପାଇଁ ଗୁହାରି କରିଛନ୍ତି । 

ଅଭିଯୋଗ ଅନୁଯାୟୀ, ରାଜକନିକା ଥାନା ପନ୍ତଙ୍କ ଗାଁର ଶିକ୍ଷକ ଦୈତ୍ୟାରି ନାୟକ ସ୍ୱେଚ୍ଛାକୃତ ଅବସର ନେଇ ସେତେବେଳର ଶିକ୍ଷାବିଭାଗର ନିୟମ ଅନୁଯାୟୀ ତାଙ୍କ ବଡ ପୁଅଙ୍କୁ ଚାକିରି ଦେଇଥିଲେ । ତାଙ୍କର ୪ ବର୍ଷ ଚାକିରି ଥିବାବେଳେ ବଡ଼ ଫୁଅକୁ ଚାକିରି ଦେବା କଥାକୁ ଅନ୍ୟ ପୁଅମାନେ ମଧ୍ୟ ଗ୍ରହଣ କରିପାରି ନାହାନ୍ତି l ତେଣୁ ବାପା ମା'ଙ୍କୁ ସେମାନେ ବି ଦେଖାଶୁଣା କରୁନାହାନ୍ତି । ଦୈତ୍ୟାରିଙ୍କ ବଡ଼ପୁଅ ମଧ୍ୟ ବାପା ମା'ଙ୍କୁ ଅବହେଳା କରିବା ସହିତ ହଇରାଣ ହରକତ କରିବାରୁ ଦୁଇ ବର୍ଷ ପୂର୍ବରୁ ଦୈତ୍ୟାରି ରାଜକନିକା ଥାନାରେ ଅଭିଯୋଗ କରିଥିଲେ ତେଣୁ କିଛିଦିନ ପାଇଁ ସମସ୍ୟା ସୁଧୁରିଥିଲା । 

ପରେ ବଡ଼ପୁଅ  ବାପା ମା'ଙ୍କୁ ଘରୁ ବାହାର କରିଦେବାରୁ ଉଭୟ ବାପା ମା ଲୋକ ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ପୁଅକୁ  ଡକାଇ ବାପା ମା'ଙ୍କୁ ୭ଦିନ ମଧ୍ୟରେ ଘରେ ସ୍ଥାନ ଦେବାକୁ ନିର୍ଦେଶ ଦେଇଥିଲେ ବି ତାହାକୁ ପୁଅ ମାନି ନଥିଲା ଘରୁ ବାହାରି ନଗଲେ ମାରିଦେବାକୁ ଧମକ ଦେଇଥିବାରୁ ଜୀବନ ବିକଳରେ ବୁଢ଼ା ବାପା ମା ଜିଲାପାଳଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି ।  

Wednesday, November 29, 2023

ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

COASTAL NEWS ODIA 1524

ହିତାଧିକାରୀଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ



ନୂଆଦିଲ୍ଲୀ - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣି ନିଷ୍ପତ୍ତି ନିଆଯାଇଛି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ସରକାଙ୍କ ପକ୍ଷରୁ ମାଗଣା ଚାଉଳ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତ୍ତମାନ ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ କରାଯିବ ନେଇ ସୂଚନା ଦିଆଯାଇଛି ।

ଘଟଣାରୁ ପ୍ରକାଶ ଯେ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ । ତେବେ ଏହି ଯୋଜନାରେ ସରକାର ଙ୍କ ରାଜକୋଷରୁ ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୮ ଯାଏଁ ଖର୍ଚ୍ଚ କରାଯିବ ।

ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ ଯାହା ଫଳରେ ମହିଳା ଚାଷୀମାନଙ୍କ ଡ୍ରୋନ୍ ସହାୟତାରେ ଜମିରେ ସହଜରେ ସାର ଓ କୀଟନାଶକ ସିଞ୍ଚନ କରି ପାରିବେ । ସେହିପରି ଡ୍ରୋନ ଟ୍ରେନିଂ ସରିବା ପରେ ମହିଳାମାନଙ୍କୁ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ କେନ୍ଦ୍ର ମୋଟ୍ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ସୂଚନା ରହିଛି । 

ଝାଡୁ ଧରି ଅପରାଧିଙ୍କୁ ଗୋଡେଇ ଦେଲେ ମହିଳା

COASTAL NEWS ODIA

ଝାଡୁ ଧରି ଅପରାଧିଙ୍କୁ ଗୋଡେଇ ଦେଲେ ମହିଳା 



ଚଣ୍ଡିଗଡ - (CNO) ହରିୟାଣା ଭିୱାନିର ଡାବର କଲୋନୀର ଜଣେ ମହିଳାଙ୍କ ସାହସିକ କାର୍ଯ୍ୟ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ମହିଳାଙ୍କ ସାହସ ଯୋଗୁଁ ଚାରିଜଣ ବନ୍ଧୁକଧାରୀ ଅପରାଧୀ (ଗ୍ୟାଙ୍ଗଷ୍ଟର)ଙ୍କ କବଳରୁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇଛି । 

ଖବର ଅନୁଯାୟୀ ସୋମବାର ସକାଳେ ୪ଜଣ ଗ୍ୟାଙ୍ଗଷ୍ଟର ହରିକିଷନ ଓରଫ ହରିଆଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗ୍ୟାଙ୍ଗଷ୍ଟରମାନେ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ। ହରିଆ ତାଙ୍କ ଘର ସମ୍ମୁଖରେ ଠିଆ ହୋଇଥିବାବେଳେ ୪ଜଣ ଗ୍ୟାଙ୍ଗଷ୍ଟର ଦୁଇଟି ମୋଟର ସାଇକଲ ଯୋଗେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ସମୟରେ ସାମନା ଘରର ଜଣେ ମହିଳା-ଏକ ଝାଡ଼ୁ ଧରି ଗ୍ୟାଙ୍ଗଷ୍ଟର ୪ଜଣଙ୍କୁ ଗୋଡାଇଥିଲେ । ଫଳରେ ସେମାନେ ସ୍ଥାନ ଛାଡି ପଳାଇଥିଲେ । 

ହରିଆଙ୍କ ଦେହରେ ୪ଟି ଗୁଳି ବାଜିଥିଲା । ଏଥିରେ ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମହିଳା ଜଣଙ୍କ ଯଦି ଗ୍ୟାଙ୍ଗଷ୍ଟର ୪ଜଣଙ୍କୁ ଘଉଡାଇ ନଥାନ୍ତେ ତେବେ ସେମାନେ ହରିଆଙ୍କ ଉପରକୁ ଅଧିକ ଗୁଳି ଚଳାଇଥାନ୍ତେ । ଏଥିରେ ତାଙ୍କର ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା । 
ମହିଳାଙ୍କ ସାହସ ଯୋଗୁଁ ହରିଆଙ୍କ ଜୀବନ ରକ୍ଷା ହୋଇଛି। ହରିଆ ଜଣେ ହତ୍ୟା ଅପରାଧୀ । ସେ ନିକଟରେ ଜାମିନରେ ମୁକ୍ତ ହୋଇଛି । ପୁଲିସ ଏହି ଘଟଣା ଉପରେ ତଦନ୍ତ ଚଳାଇଛି। ମହିଳାଙ୍କ ସାହସିକ କାର୍ଯ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି । ମହିଳାଙ୍କ ଏପରି ସାହସକୁ ପ୍ରଶଂସା କରାଯାଇଛି ।

ଆଜିର ରାଶିଫଳ

COASTAL NEWS ODIA 1522

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୯ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌷ମେଷ🌷👉 – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ ।  ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ |*
*✧═════•❁❀❁•═════✧*
*🌷ବୃଷ🌷👉 – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।*
*✧═════•❁❀❁•═════✧*
*🌷ମିଥୁନ🌷👉 – ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।*
*✧═════•❁❀❁•═════✧*
*🌷କର୍କଟ🌷👉 – ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ | ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ |* 
*✧═════•❁❀❁•═════✧*
*🌷ସିଂହ🌷👉 – ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ |* 
*✧═════•❁❀❁•═════✧*
*🌷କନ୍ୟା🌷👉 – ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।*
*✧═════•❁❀❁•═════✧*
*🌷ତୁଳା🌷👉 –  ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ | ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ବିଛା🌷👉 – ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ | କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ | ବ୍ୟବସାୟରେ ଉନ୍ନତି ଯୋଗୁଁ  ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।*
*✧═════•❁❀❁•═════✧*
*🌷ଧନୁ🌷👉 – ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।*
*✧═════•❁❀❁•═════✧*
*🌷ମକର🌷👉 – ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି |  କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ | ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ | ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ |*
*✧═════•❁❀❁•═════✧*
*🌷କୁମ୍ଭ 🌷👉– ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ | କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ |*
*✧═════•❁❀❁•═════✧*
*🌷ମୀନ🌷👉 – ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବ୍ୟାପାରରେ ବାଧା ଆସିପାରେ | ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ |*

ଆମ ବ୍ୟାଙ୍କ ସେବା

COASTAL NEWS ODIA 1521

ଆମ ବ୍ୟାଙ୍କ ସେବା 
ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ



ଭୁବନେଶ୍ବର - (CNO) ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ।ଯେଉଁଥିରେ ବୃଦ୍ଧ ଓ ଗର୍ଭବତୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଡୋରଷ୍ଟେପ୍ ସେବା ମିଳିବ। ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ 'ଆମ ବ୍ୟାଙ୍କ' ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ଲାଇଭ ଦେଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। 

ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି ସେ ମତ ହେବା ସହିତ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ - ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ,ପଞ୍ଜାବ ନେସନାଲ୍ ବ୍ଯାଙ୍କ , ଇଉନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ , ଇଉକୋ ବ୍ଯାଙ୍କ , ବ୍ଯାଙ୍କ ଅଫ୍ ଇଣ୍ଡିଆ ଓ ବ୍ଯାଙ୍କ ଅଫ୍ ବରୋଦା . ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ କଷ୍ଟୋମର ସର୍ଭିସ୍ ପଏଣ୍ଟ ପ୍ଲସ୍  ଯୋଜନା ଆରମ୍ଭ କରିଛନ୍ତି । ଏହା 'ଆମ ବ୍ୟାଙ୍କ' ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । 

ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ । ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚାହେଁ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ । ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । 

ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ବିଭିନ୍ନ direct benefit transfer ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍‌ଧ ହୋଇପାରିବ । ଏହା ହିଁ ଆମ 5T ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।

ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିରେ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ ଲୋକମାନେ ଦୂର ବାଟକୁ ଯାଇ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ । ଯେଉଁଥିରେ ସେମାନଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡୁଥିଲା। ବିଭିନ୍ନ ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ। 

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମିଳିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ବ୍ୟାଙ୍କିଂ ସେବା ଉପଲବ୍ଧ ହେବ।

ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ

COASTAL NEWS ODIA 1520

ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ 



ଉତ୍ତରାଖଣ୍ଡ - (CNO) ୧୭ ଦିନ ପରେ, ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି, ଟନେଲରୁ ବାହାରିଲେ ସମସ୍ତ ୪୧ ଜଣ ଶ୍ରମିକ ସକୁଶଳେ ସେମାନେ ଅନ୍ଧାର ଗୁମ୍ଫା ଭିତରୁ ଆସି ଆଲୋକର ପ୍ରକାଶ ସହିତ ନିଜ ଆତ୍ମୀୟସ୍ବଜନଙ୍କୁ ଦେଖି ପାରିଛନ୍ତି । ଓଡ଼ିଶାର ୫ ଶ୍ରମିକଙ୍କ ସହିତ ମୋଟ ୪୧ ଜଣ ଶ୍ରମିକ ଟନେଲରୁ ବାହାରିଛନ୍ତି । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। 

ପ୍ରଥମେ ୫ ଶ୍ରମିକଙ୍କୁ ବାହାରକୁ ଅରାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର କରାଯାଇଥିଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର କରାଯାଇଛି । ଶ୍ରମିକ ମାନଙ୍କ ପାଇଁ ଷ୍ଟେଚର୍ ର ବ୍ୟବସ୍ଥା କରାଯାଇଥିଲାବେଳେ ସେମାନେ ସୁସ୍ଥ ଭାବେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଆସିବାରେ ସକ୍ଷମ ହୋଇଥିଲେସମସ୍ତ ଶ୍ରମିକଙ୍କୁ ମେଡିକାଲ ଯାଞ୍ଚ ପାଇଁ ୧୭ ଗୋଟି ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ନିଆଯାଇଛି ପ୍ରାଥମିକ ଚିକିତ୍ସା ପରେ ଚିନାଲିସାଉରର ଡାକ୍ତରଖାନାକୁ ନିଆଯାଇଛି । 

ଉତ୍ତରପ୍ରଦେଶର ନିର୍ମାଣାଧୀନ ସିଲ୍କିରା ଟନେଲରେ ୪୧ ଜଣ ଶ୍ରମିକ ଅଟକି ରହିଥିଲେ। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଦିନରାତି ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ୟମ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ଅନ୍ୟ ନେତୃବୃନ୍ଦଙ୍କ ତଦାରଖରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସମଗ୍ର ଅଭିଯାନ କରିଥିଲେ । ତେବେ ଏହି ୧୭ ଦିନରେ ଅନେକ ଉତ୍ଥାନ-ପତନ ମଧ୍ୟ ଦେଖାଯାଇଥିଲା । କିନ୍ତୁ ଶ୍ରମିକମାନେ ଯେପରି ଭିତରେ ଫସି ରହିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ଜଡିତ ଲୋକମାନେ ଧୈର୍ଯ୍ୟ ବଜାୟ ରଖିଥିଲେ। 

ଉଦ୍ଧାର କାର୍ଯ୍ୟ ଶେଷ ହେବା ସମୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟନେଲ ଭିତରେ ଉପସ୍ଥିତ ଥିଲେ । ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତ୍ୟେକ ଙ୍କୁ ଏକ ଲକ୍ଷ ଟଙ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି  ଏହା ବ୍ୟତିତ ଏହି କର୍ମଚାରୀଙ୍କୁ ଏକ ମାସ ଲେଖାଏଁ ଛୁଟୀ ପ୍ରଦାନ କରିବା ପାଇଁ ନିର୍ମାଣ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି  ଏହି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭି.କେ ସିଂ ମଧ୍ୟ ସମଗ୍ର ଅଭିଯାନରେ ଦୃଢ଼ ଭାବରେ ଠିଆ ହୋଇଥିଲେ।  

Tuesday, November 28, 2023

ସମସ୍ତଙ୍କ ଘରେ ନିଜସ୍ୱ ବିମାନ

COASTAL NEWS ODIA 1519

ସମସ୍ତଙ୍କ ଘରେ ନିଜସ୍ୱ ବିମାନ



କାଲିଫର୍ଣ୍ଣିଆ - (CNO) ବର୍ତ୍ତମାନ ଆଧୁନିକ ଓ ବିକଶିତ ଅର୍ଥବ୍ୟବସ୍ଥା ଓ ଜ୍ଞାନକୌଶଳର ବିକାଶ ସମୟରେ ପ୍ରତ୍ୟେକଙ୍କ ଘରେ କିଛି ନା କିଛି ମାନବାହନ ନିହାତି ଥିବ । ସେ ସାଇକେଲ ହେଉ କିମ୍ବା ବାଜକି ଦାମୀ କାର୍। ଆମେରିକାର କାଲିଫର୍ଣ୍ଣିଆରେ ଏକ ସ୍ଥାନ ରହିଛି, ଯେଉଁଠାରେ ସମସ୍ତ ପରେ ନିଜସ୍ତ ଉଡ଼ାଜାହାନ ରହିଛି। ଏହାକୁ ସେମାନେ ଛୋଟ ଛୋଟ କାମ ପାଇଁ ବ୍ୟବହାର କରିଥା’ନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ରହୁଥିବା ସମସ୍ତେ ଜଣେ ଜଣେ ପାଇଲଟ । 

ଏଠାରେ ରହୁଥିବା ଲୋକେ ପ୍ରତି ଶନିବାର ଏକାଠି ହୋଇ ଉଡ଼ାଜାହାଜ ବିମାନବନ୍ଦରକୁ ଯାଇଥାନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାରେ ମୋଟ ୬୦୦ରୁ ଉର୍ଦ୍ଧ ଏୟାର ପାର୍କ ରହିଛି । ପରେ ଏହାକୁ ରେସିଡେନ୍ସିଆଲ ଏୟାର ପାର୍କ ନାମରେ ନାମିତ କରାଗଲା । ଏଠାରେ କେବଳ ପିଟାସାର୍ଡ ମିଲିଟାରୀ ପାଇଲଟ ହିଁ ରହିଥା'ନ୍ତି। ଏଠାରେ ମୋଟ ୧୨୪ ଘର ରହିଛି । 

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ

COASTAL NEWS ODIA 1518

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ 




ଜୟପୁର, ୨୭/୧୧(CNO ): ଜୟପୁର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ସୂଚନା ଅନୁଯାୟୀ ଲକ୍ଷାଧୂକ ଟଙ୍କା ଧରି ଥାନା ଅଧିକାରୀ ବସ୍‌ରେ ଯାଉଥିବାବେଳେ ତାଙ୍କୁ ଭିଜିଲାନ୍ସ ଦଳ କାବୁ କରିଛି । ପରେ ତାଙ୍କ ବୈପାରିଗୁଡା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରି ଭିଜିଲାନ୍ସ ଦଳ ବିପୁଳ ପରିମାଣର ଟଙ୍କା ଜବତ କରିଛି ସୂଚନା ଅନୁସାରେ, ଅଭିଯୁକ୍ତ ଥାନାଧିକାରୀ ସୁଶାନ୍ତଙ୍କଠାରୁ ୨.୭୦ଲକ୍ଷ ଟଙ୍କା ଏବଂ ତାଙ୍କ ବୈପାରୀଗୁଡା କାର୍ଯ୍ୟାଳୟରୁ ୧.୮୦ଲକ୍ଷ ଟଙ୍କା ମିଳିଛି। ଲକ୍ଷାଧୂକ ଟଙ୍କା କେଉଁଠୁ ଆସିଲା ଏବଂ ଏତେ ପରିମାଣର ଟଙ୍କା ଧରି

ପୁଲିସ ବାବୁ ବସ୍‌ରେ ସେ କେଉଁଠିକୁ ଯାଉଥିଲେ ତାର ସନ୍ତୋଷଜନକ ଉତ୍ତର ଅଭିଯୁକ୍ତଙ୍କଠାରୁ ମିଳି ନଥିବା ଭିଜିଲାନ୍ନ ସୂତ୍ରରୁ ପ୍ରକାଶ। ଥାନା ଅଧିକାରୀ ସୁଶାନ୍ତ ଶତପଥୀ ରିଲାଏନ୍ସ ବସରେ ବୈପାରିଗୁଡା ପାର୍ଶ୍ବରୁ ଟଙ୍କା ଧରି ଆସୁଥିବା ଖବର ପାଇ ଭିଜିଲାନ୍ସ ଦଳ ତାଙ୍କୁ ବସରେ କାବୁ କରିବାରେ ସଫଳ ହୋଇଥିଲେ l

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ

COASTAL NEWS ODIA 1517

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ



ନବରଙ୍ଗପୁର - (CNO) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଛତିଶଗଡ଼ ବୋରେଇ ପୁଲିସ ଗିରଫ କରିଛି। ଦୁଇ ଜଣ ହେଲେ ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳର ଚନ୍ଦ୍ରବାନ୍‌ ସିଂ ଓଡାଟିଆ ଅଞ୍ଚଳର ଯଶବନ୍ତ ସାହୁ। ସେମାନଙ୍କଠାର ଏକ ଟ୍ରକ୍ ମଧ୍ୟ ଜବତ ହୋଇଛି। 

ଓଡ଼ିଶା ଦେଇ ଏକ ଟ୍ରକ୍‌ରେ ଛତିଶଗଡ଼ ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଛତିଶଗଡ଼ ରାଜ୍ୟ ପୋଲିସ୍  ଏହି ଗାଡିକୁ ଅଟକାଇଥିଲେ, ଉକ୍ତ ଗାଡିରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଛତିଶଗଡ଼ ଧମତରୀ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ ଠାକୁରଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଧୁଲିକା ସିଂଙ୍କ ନେତୃତ୍ବରେ ଡେପୁଟି ଆରକ୍ଷୀ ଅଧୀକ୍ଷକ ଆରକେ ମିଶ୍ର, ବୋରାଇ ଥାନା ଅଧିକାରୀ ରାଜେଶଙ୍କ ସହଯୋଗରେ ଉକ୍ତ ସ୍ଥାନରେ ଗାଡି ଯାଞ୍ଚ କରାଯାଇଥିଲା। ସେହି ସମୟରେ ୟୁପି ନମ୍ବର ଲେଖାଥିବା ଏକ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା । 

ଏହି ଟ୍ରକ୍‌ରୁ ୮୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ବୋରେଇ ପୁଲିସ ପକ୍ଷରୁ କୁହାଯାଇଛି । ଦୁଇ ଯୁବକଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି। ଘଟଣାର ତଦନ୍ତ ପାଇଁ ବୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। 

ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର

COASTAL NEWS ODIA 1516

ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର



ସ୍ଵିଡେନ - (CNO) ସ୍ଵିଡେନ ରାଜଧାନୀ ଷ୍ଟକହମ୍ ରେ ବିଶ୍ବର ସର୍ବପ୍ରଥମ କାଠର ସହରନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସ୍ଵିଡେନ ରାଜଧାନୀ ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର । ଏହାକୁ ଡ୍ୟାନିସ ଷ୍ଟୁଡିଓ ହେନିଂ ଲାସେନ ଏବଂ ସୁଇଡେନ ଫିର୍ମ ୱାଇଟ୍ ଆର୍କିଟେକ୍ଟର ଡିଜାଇନ କରିବେ । ୨୦୨୫ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୨୦୨୭ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକଟ କରାଯାଇଛି । ସହରର ସମସ୍ତ ଜିନିଷ କାଠରେ ତିଆରି କରାଯିବ ବୋଲି ଜଣାପଡ଼ିଛି। 

ଷ୍ଟକ୍‌ହୋମର ଦକ୍ଷିଣ-ପୂର୍ବ ଅଞ୍ଚଳରେ ତିଆରି ହେବାକୁ ଥିବା ଏହି ସହର ପ୍ରାୟ ୨୫୦ ହଜାର ବର୍ଗ କି.ମି. ଅଞ୍ଚଳରେ ପରିବ୍ୟାପ୍ତ ହେବ । ଏହି ସହରରେ ୭ହଜାର ଅଫିସ, ୨ହଜାର ଘର ତିଆରି କରାଯିବ। ଏଥିସହ ରେଷ୍ଟୁରାଣ୍ଟ, ଦୋକାନ ଏବଂ ପାର୍କ ମଧ୍ୟ ନିର୍ମାଣ କରାଯିବ । ଏହି ସ୍ଥାନରେ ପୂର୍ବରୁ ୫୦୦ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛି । ନିକଟରେ ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ ଭଳି ଦେଶରେ ଆକାଶ ଛୁଇଁଥିବା କାଠର କୋଠା ନିର୍ମାଣ କରାଯାଇଛି । ପ୍ରକାଶ ଯେ, ଗତବର୍ଷ ସିଙ୍ଗାପୁରରେ ୪୬୮ ହଜାର ବର୍ଗଫୁଟ ଅଞ୍ଚଳର କଲେଜ ପରିସର ଉଦ୍‌ଘାଟନ କରାଯାଇଥିଲା । 

ଆଜିର ରାଶିଫଳ

COASTAL NEWS ODIA 1515

*🌹🌼👉ମହାବୀର ପଞ୍ଜିକା👈🌼🌹*


 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୮ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌷ମେଷ🌷👉 : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।* 
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।* 
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।* 
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।*
*✧═════•❁❀❁•═════✧*
*🌷ସିଂହ🌷👉 :  ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜିର ଦିନ ବହୁତ ଶୁଭ ଅଟେ।  ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।*
*✧═════•❁❀❁•═════✧*
*🌷ତୁଳା🌷👉 :  ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।*
*✧═════•❁❀❁•═════✧*
*🌷ଧନୁ🌷👉 :  ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌷👉 : ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।*
*✧═════•❁❀❁•═════✧*

ଗୌହାଟୀର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ବନାମ୍ ଅଷ୍ଟ୍ରେଲିଆ ତୃତୀୟ ଟି -୨୦

COASTAL NEWS ODIA 1514

ଗୌହାଟୀର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ବନାମ୍ ଅଷ୍ଟ୍ରେଲିଆ ତୃତୀୟ ଟି -୨୦



ଗୌହାଟୀ - (CNO) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଗୋଟି ମ୍ୟାଚ୍ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ୨୮ ନଭେମ୍ବରରେ ଖେଳାଯିବାକୁ ସ୍ଥିର କରାଯାଇଛି । ଗୌହାଟୀର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। 

ଚଳିତ ଏହି ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୨-୦ ରେ ଆଗୁଆ ରହିଛି। ଏଭଳି ପରିସ୍ଥିତିରେ ଗୌହାଟୀରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜକୁ କାବୁ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ଖେଳର ଅବ୍ୟବହିତ ପୂର୍ବରୁ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ଗୌହାଟୀରେ ପହଞ୍ଚିଛି। ସୋମବାର ସନ୍ଧ୍ୟାରେ ଏଠାରେ ବିମାନବନ୍ଦରରେ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା, ବିମାନବନ୍ଦରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ପ୍ରସାଦ କୃଷ୍ଣ ଏବଂ ଇଶାନ କିଶନଙ୍କ ସମେତ କୋଚିଂ କର୍ମଚାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ କେବଳ ତିନୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥି ସହିତ ଅଷ୍ଟ୍ରେଲିଆ ଏଠାରେ ଭାରତ ବିପକ୍ଷରେ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛି ଯେଉଁଥିରେ ଅଷ୍ଟ୍ରେଲିଆ ଦଳ ୮ ୱିକେଟରେ ଜିତିଥିଲା। ଅନ୍ୟପକ୍ଷରେ, ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ହୋଇଥିବା ୩ ଟି ମ୍ୟାଚ୍ ମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚ ରେ ଟି ଜିତିଛି ।

ଟିମ୍ ଇଣ୍ଡିଆ କ୍ରମାଗତ ୨ ଟି ଯାକ ମ୍ୟାଚ୍ ଜିତିଛି l ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ  ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୩ ୱିକେଟ୍ ନେଇ ୨୦୮ ରନ୍ ସଂଗ୍ରହ କରିଥିଲା। ଗୋଟାଏ ବଲ ବାକି ରହି ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟ ହାସଲ କରିଛି। ଏଥି ସହିତ ଦ୍ୱିତୀୟ ଟି-୨୦ ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୩୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୧ ରନ୍ ସ୍କୋର କରିପାରିଛି । 

Monday, November 27, 2023

ଆନ୍ତର୍ଜାତିକ ବାଣିଜ୍ୟ ମେଳା ରେ ଓଡିଶା କୁ ମିଳିଲା ସ୍ବର୍ଣ୍ଣ ପଦକ

COASTAL NEWS ODIA 1513

ଆନ୍ତର୍ଜାତିକ ବାଣିଜ୍ୟ ମେଳା ରେ ଓଡିଶା କୁ ମିଳିଲା ସ୍ବର୍ଣ୍ଣ ପଦକ



ନୂଆଦିଲ୍ଲୀ - (CNO) ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ମିଳିଛି ସ୍ବର୍ଣ୍ଣ ପଦକ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ବିଭିନ୍ନ ମନ୍ତ୍ରାଳୟ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶା ପାଭିଲିୟନକୁ ମର୍ଯ୍ୟାଦାଜନକ ସ୍ବର୍ଣ୍ଣ ପୁରସ୍କାର ମିଳିଛି । ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏହି ପଦକ ପ୍ରଗତି ମୈଦାନରେ ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀର ପ୍ରଗତି ମୈଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଓଡିଶାର ୭ଟି ବିଭାଗ ପକ୍ଷରୁ ୨୪ ଗୋଟି ଷ୍ଟଲ୍ ଖୋଲାଯାଇଥିଲା। ମୁଖ୍ଯତଃ ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ମିଲେଟ୍ ପ୍ରସ୍ତୁତ ଖାଦ୍ୟ ତଥା ମିଶନ ଶକ୍ତି ସଦସ୍ୟଙ୍କ ପ୍ରସ୍ତୁତ ସାମଗ୍ରୀ ଓଡିଶା ପାଭିଲିୟନରେ ସ୍ଥାନିତ ହୋଇଥିଲା।

ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏହି ପାଭିଲିୟନ ପରିଦର୍ଶନ କରିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ  ସମେତ ବହୁ ବରିଷ୍ଠ ଅଧିକାରୀ ପାଭିଲିୟନ ପରିଦର୍ଶନ କରି ନିୟମିତ ସ୍ଥିତି ସମୀକ୍ଷା କରିଥିଲେ ।

ଏଥର ମେଳାର ସ୍ଲୋଗାନ ଥିଲା ବସୁଧୈବ କୁଟୁମ୍ବକମ୍। ଏହି ସ୍ଲୋଗାନ ଆଧାରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ପ୍ରଦର୍ଶନ କରାଯାଇଥିଲା । ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏହାର ଦୈନନ୍ଦିନ ସମୀକ୍ଷା କରିବା ସହ ଓଡିଶାର ବିଭିନ୍ନ ପ୍ରଦର୍ଶିତ ସାମଗ୍ରୀର ପ୍ରଚାର ପ୍ରସାର ନିମନ୍ତେ ଗୁରୁତ୍ଵାରୋପ କରିଥିଲେ ।

ଏରଡଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ- ୨୦ ଛେଳି ଜୀବନ୍ତ ଦଗ୍ଧ

COASTAL NEWS ODIA 1512

ଏରଡଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ- ୨୦ ଛେଳି ଜୀବନ୍ତ ଦଗ୍ଧ


ଆଳି - (CNO ) ଆକସ୍ମିକ ଅଗ୍ନିକାଣ୍ଡରେ ଶନିବାର ବିଳମ୍ବିତ ରାତିରେ ଆଳି ଥାନା ଅନ୍ତର୍ଗତ ଏରଡଙ୍ଗ ଗ୍ରାମରେ ୩ ବଖରା ପୋଡ଼ିଯିବା ସହ ୨୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ରାତିରେ ଏରଡଙ୍ଗ ଗ୍ରାମର ଚିନ୍ତାମଣି ଜେନାଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଛେଳିଗୁଡ଼ିକର ବିକଳ ଚିତ୍କାର ଶୁଣି ଘରର ଲୋକମାନେ ଉଠି ପଡ଼ିଥିଲେ। ସେତେବେଳକୁ ନିଆଁ ଘରର ମଥାନ ଧରି ଯାଇଥିଲା। ଗୋଟିଏ ଘରେ ଥିବା ଛେଳଗୁଡ଼ିକ ମଧ୍ୟରେ ପ୍ରାୟ ସବୁ ଛେଳି ନିଆଁରେ ପୋଡ଼ି ହୋଇ ଛଟପଟ ହେଉ ମରିଯାଇଥିଲେ । 

ନିଆଁ ଘରର ଉପରକୁ ଉଠିଯାଇ ଥିବାରୁ ଘରର ଲୋକମାନକୌଣସି ଜିନିଷକୁ ଉଦ୍ଧାର କରି ପାରି ନଥିଲେ। ସେମାନେ ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ି ପଳେଇ ଆସି ଚିତ୍କାର କରିଥିଲେ। ଗ୍ରାମର ଅନ୍ୟ ଲୋକମାନେ ପହଞ୍ଚି ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ।ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ଘରର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। 

ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ ଋଣ ଆଣି ଛେଳି ପାଳିଥିବା ପରିବାର ଲୋକେ ଏ ଘଟଣା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏବେ ସେମାନେ ଅସହାୟ ହୋଇପଡିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ଗ୍ରାମବାସୀ ଦାବି କରିଛନ୍ତି।  

ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି -20 ମ୍ୟାଚରେ, ଅଷ୍ଟ୍ରେଲିଆକୁ 236 ରନର ଟାର୍ଗେଟ ଦେଲା ଭାରତ

COASTAL NEWS ODIA 1511

ଭାରତ ବନାମ ଅଷ୍ଟ୍ରେଲିଆ  ଦ୍ୱିତୀୟ ଟି -20 ମ୍ୟାଚରେ, ଅଷ୍ଟ୍ରେଲିଆକୁ 236 ରନର ଟାର୍ଗେଟ ଦେଲା ଭାରତ 










ଥିରୁଅନନ୍ତପୁରମ୍‌ - (CNO) ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି -20 ମ୍ୟାଚରେ ଟିମ୍ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ କରିଛି । ୪ ଟି ୱିକେଟ୍ ହରାଇ ଭାରତୀୟ ଦଳ 235 ରନ୍ ସ୍କୋର କରିଛି । ଟିମ୍ ଇଣ୍ଡିଆ ପାଇଁ ଯଶସ୍ୱୀ ଜୟସୱାଲ, ରିତୁରାଜ ଏବଂ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ ।  ପ୍ରଥମେ ବ୍ୟାଟିଂ କରି ଭାରତ ଏକ ବିସ୍ଫୋରକ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଏକ ଆକ୍ରମଣାତ୍ମକ ମୁଡ୍ର ରେ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ଗୋଟିଏ ଓଭରରେ ସଚିନ ଆବଟ୍ଟଙ୍କୁ 24 ରନ୍ ମାରିଥିଲେ ଏବଂ ଭାରତୀୟ ଦଳ ମାତ୍ର 4 ଓଭରରେ 50 ରନ ଅତିକ୍ରମ କରିଥିଲା । ଜୟସୱାଲ ଚମତ୍କାର ବ୍ୟାଟିଂ କରିଥିଲେ । ଜୟସୱାଲ 24 ଟି ବଲରେ ନିଜର ପଚାଶ ପୂରଣ କରି 53 ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । ଯଦିଓ ଜୟସୱାଲଙ୍କ ଆଉଟ୍ ରନ୍ ହାରକୁ ପ୍ରଭାବିତ କରିଥିଲା, ଟିମ୍ ଇଣ୍ଡିଆ 10 ଓଭରରେ 100 ରନ୍ ମାର୍କ ଅତିକ୍ରମ କରିଥିଲା ।



ଶେଷ ମ୍ୟାଚ୍ ପରି ଇଶାନ୍ କିଶାନ୍ ମଧ୍ୟ ଏଥର ନିଜର ପ୍ରକୃତ ରଙ୍ଗ ଦେଖାଇଥିଲେ ଏବଂ ବିସ୍ଫୋରକ ବ୍ୟାଟିଂ କରିଥିଲେ ଏବଂ ମାତ୍ର 29 ବଲରେ ନିଜର ପଚାଶ ସ୍କୋର କରିଥିଲେ । ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ପଚାଶ ଥିଲା । ସେ 3ଟି ଚୌକା ଓ 4ଟି ଛକା ସହ 32 ବଲରେ 52 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଋତୁରାଜ ଗୋଟିଏ ମୁଣ୍ଡରେ ଠିଆ ହୋଇ ଧୀରେ ଧୀରେ ଖେଳୁଥିଲେ। ଋତୁରାଜ 39 ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। 

ଭାରତକୁ ଏକ ବଡ଼ ସ୍କୋର ଆଡକୁ ନେବା ପାଇଁ ରିଙ୍କୁ ସିଂ 19 ତମ ଓଭରରେ 3 ଚୌକା ଓ ୨ ଛକା ମାରିଥିଲେ ।  58 ରନ୍ ସ୍କୋର କରିବା ପରେ ଗାଇକୱାଡ ଆଉଟ୍ ହୋଇଥିଲେ । ଚମତ୍କାର ଖେଳି ରିଙ୍କୁ ମାତ୍ର 9 ବଲରେ ଅପରାଜିତ 31 ରନ୍ ସ୍କୋର କରିଥିଲେ । 2 ବଲରେ 7 ରନ୍ ସ୍କୋର କରିବା ପରେ ତିଲକ ବର୍ମା ଅପରାଜିତ ରହିଥିଲେ । 4 ଟି ୱିକେଟ୍ ହରାଇ ଟିମ୍ ଇଣ୍ଡିଆର ସ୍କୋର 235 ରେ ପହଞ୍ଚିଛି। ନାଥନ୍ ଏଲିସ୍ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ 3 ୱିକେଟ୍ ନେଇଥିଲେ ।


ଖବର ଅପଡେଟ 
*ଦ୍ୱିତୀୟ_ଟି_ଟ୍ୱେଣ୍ଟି_ଜିତିଲା_ଭାରତ*
*-ଥିରୁଅନନ୍ତପୁରମ୍‌ରେ ଭାରତ-ଅଷ୍ଟ୍ରେଲିଆ ୨ୟ ଟି-ଟ୍ୱେଣ୍ଟି*
*- ଭାରତଠୁ ୪୪ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ*
*- ସ୍କୋର: ଭାରତ- ୨୩୫/୪, ଅଷ୍ଟ୍ରେଲିଆ- ୧୯୧/୯*
*- ୫ ଟିକିଆ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ*

ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ

COASTAL NEWS ODIA

ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ 



ଉମରକୋଟ - (CNO) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ମୁରୁମଡ଼ିହି ଗାଁ ଜଙ୍ଗଲରେ ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ  । ପୋଲିସ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଥିଲା । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ 31 ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ଚନ୍ଦ୍ର । ଘଟଣାରେ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ଖବରରୁ ପ୍ରକାଶ ଅଧିକାର ମାଗିବାରୁ ବାଘବେଡ଼ା ଗ୍ରାମର ତିଲାବାଈ ଗଣ୍ଡ (21ବର୍ଷ)ଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ଶବକୁ 31 ଖଣ୍ଡ କରି ଛୋଟ ଛୋଟ ଖଣ୍ଡ କରି କାଟି ପୋତିଦେଇଥିଲା ବିବାହିତ ପ୍ରେମିକ । ମୂଷାଗାତରୁ ଶବ ଉଦ୍ଧାର ପରେ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି ।   



ଗତ ବୁଧବାର ଠାରୁ ନିଖୋଜ ହୋଇଯାଇଥିଲେ  ତିଲାବାଈ । ପରିବାର ଲୋକ ଖୋଜାଖୋଜି କରି ସନ୍ଧାନ ପାଇ ନଥିଲେ । ଅନ୍ୟପଟେ ଆଜି ସକାଳେ ଗୋନା ପଞ୍ଚାୟତ ମୁରୁମଡ଼ିହି ଗାଁ ଜଙ୍ଗଲରେ ଗୋଟିଏ ତେନ୍ତୁଳିଗଛ ନିକଟରେ ଜଣେ ଯୁବକ ରକ୍ତଛିଟା ଦେଖିଥିଲେ । ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ପହଞ୍ଚି ତେନ୍ତୁଳିଗଛ ଆଖପାଖ ନିରୀକ୍ଷଣ କରିବାରୁ ମାଟି ତଳେ ଶବ ପୋତା ଯାଇଥିବା ଅନୁମାନ କରିଥିଲେ । 3ଦିନ ଧରି ନିଖୋଜ ଥିବା ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କୁ ଏହି ବିଷୟରେ ଖବର ଦେଇଥିଲେ । ଖବର ପାଇ ଲୁଦୁରାମ ଘଟଣାସ୍ଥଳରେ ରକ୍ତଦାଗ ସହ କିଛି ଦୂରରେ ଥର୍ମୋକୋଲ ବାକ୍ସରେ ମଣିଷ ଚମ ଏବଂ ଶରୀରର କିଛି ଅଂଶ ଦେଖି ତୁରନ୍ତ ରାଇଘର ଥାନାରେ ଜଣାଇଥିଲେ । 

ଖବର ପାଇ ସ୍ଥାନୀୟ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମାଟି ଖୋଳିଥିଲା । କିଛି ଫୁଟ୍‌ ଖୋଳିବା ପରେ ଖଣ୍ଡ ଖଣ୍ଡ ହୋଇ ପୋତା ହୋଇଥିବା ତିଲାବାଈଙ୍କ ଶବ ବାହାରିଥିଲା । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ସନ୍ଦେହରେ ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ପଚରାଉଚୁରା ଜାରି ରଖିଛି ପୋଲିସ । 

Sunday, November 26, 2023

ଆଜିର ରାଶିଫଳ

COASTAL NEWS ODIA 1509

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୭ ତାରିଖ ୨୦୨୩ ମସିହା(ସୋମବାର)*



 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
 *🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*

ଆଜି ହେବନି ରାତ୍ର ପହୁଡ଼, ବିଳମ୍ବିତ ରାତି ଯାଏଁ ମିଳିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ

COASTAL NEWS ODIA 1508

ଆଜି ହେବନି ରାତ୍ର ପହୁଡ଼, ବିଳମ୍ବିତ ରାତି ଯାଏଁ ମିଳିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ



ପୁରୀ - (CNO) ପୁଣ୍ଯ ଅର୍ଜନ ପାଇଁ କାର୍ତ୍ତିକ ମାସ ସାରା ଶ୍ରୀମନ୍ଦିରରେ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଗଣଙ୍କ ଆବେଗ ଓ ଭିଡକୁ ଦୃଷ୍ଟିରେ ରଖି ଆଜି ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବନାହିଁ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ତେଣୁ ଏହାଦ୍ବାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ପକ୍ଷରୁ  ସୂଚନା ଦିଆଯାଇଛି ।‌ 

ଏହା ସହ ଆଜି ପବିତ୍ର ପଞ୍ଚକ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ । ଗତକାଲି ଶ୍ରୀଜିଉ ତ୍ରିବିକ୍ରମ ବେଶରେ ଦର୍ଶନ ଦେଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ହେବ । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
କାର୍ତ୍ତିକ ପୂର୍ଣ୍ଣିମା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଆଜିର ରାଶିଫଳ

COASTAL NEWS ODIA

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୨୬ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା

COASTAL NEWS ODIA 1506

ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା



ଆଳି, ୨୪।୧୧(CNO ) କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସୋରିଷଗଦା ଗ୍ରାମରେ ଜଣେ ବ୍ୟକ୍ତି ବାଇକ୍ ଚାବି ମାଗିଥିଲେ l ବାଇକ୍ ଚାବି ମାଗିବାରେ ନ ଦେବାରୁ ଉତକ୍ଷୀପ୍ତ ଯୁବକ ମହିଳାଙ୍କୁ ହତ୍ୟା କରିବା ଭଳି ଅଭିଯୋଗ ଆସିଛି। ମୃତା ମହିଳାଙ୍କ ପୁଅ ତାପସ କୁମାର ଶର୍ମା ଥାନାରେ ଅଭିଯୋଗ କରିଛନ୍ତି l

ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନରେ ତାଙ୍କ ପଡୋଶୀ ସୁଧୀର କୁମାର ଶର୍ମା ଘରେ ପଶି ତାଙ୍କ ବାଇକ୍ମା ଗିଥିଲେ। ସେ ବାଇକ୍ ଦେବାକୁ ମନା କରିବାରୁ ସୁଧୀର ତାଙ୍କ ପରିବାରକୁ ଗାଳି ଗୁଲଜ କରିଥିଲେ। ତାଙ୍କୁ ମାରଧର କରିବା ଦେଖି ତାପସଙ୍କ ମା’ ସନ୍ଧ୍ୟାରାଣୀ ପ୍ରତିରୋଧ କରିଥିଲେ। ସୁଧୀର ଉତ୍‌କ୍ଷିପ୍ତ ହୋଇ ସନ୍ଧ୍ୟାରାଣୀଙ୍କୁ ଏକ ଶକ୍ତ ଧକ୍କା ମାରିବାରୁ ସେ ନିକଟରେ ଥିବା ଏକ ନଡ଼ିଆ ଗଛରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ। 

ସନ୍ଧ୍ୟାରାଣୀ ତଳେ ପଡ଼ି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡୋଶୀମାନେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ନଂ. ୮୮୪/୨୩ରେ ମାମଲା ରୁଜୁ କରି ଘଟଣାଟ ତଦନ୍ତ କରିବା ସହ ସୁଧୀରଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। 

Saturday, November 25, 2023

ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଖବର ଚାଞ୍ଚଲ୍ଯ ସୃଷ୍ଟି କରିଛି

COASTAL NEWS ODIA 1505

ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଖବର ଚାଞ୍ଚଲ୍ଯ ସୃଷ୍ଟି କରିଛି 



ନବରଙ୍ଗପୁର - (CNO) ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଶନିବାର ଦିନ ନବରଙ୍ଗପୁର ଜିଲ୍ଲାର ଓଡିଶାରେ ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଜଣାପଡ଼ିଛି l

ନିର୍ଭରଯୋଗ୍ୟ ରିପୋର୍ଟ ଅନୁଯାୟୀ ଜଣେ ମହିଳାଙ୍କ ମୃତଦେହ ଜଙ୍ଗଲରେ ପୋତି ଦିଆଯାଇଥିଲା ।  କେବଳ ଶବର ପାଦ ବାହାରକୁ ଦେଖା ଯାଉଥିଲା |  ଜଣେ ମହିଳାଙ୍କ ମୃତଦେହ ମୁର୍ମାଡିହି ଜଙ୍ଗଲରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ରାୟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।  ସନ୍ଦେହ କରାଯାଉଛି ଯେ  ମହିଳାଙ୍କୁ ହତ୍ୟା କରାଯାଇ ପରେ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା। ପାଦରେ ନେଲପଲିସ୍ ଥିବାରୁ ମୃତ ଦେହଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିଥିଲା ।

ଯେଉଁଠାରେ ମୃତଦେହ ପୋତି ଦିଆଯାଇଥିଲା ସେହି ଗଛରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା ​​ଯେଉଁଥିରୁ ଏହା ଏକ ହତ୍ୟା ମାମଲା ବୋଲି ଜଣାପଡୁଛି ।  ରାଇଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ପହଞ୍ଚିବା ପରେ ମୃତଦେହକୁ ବାହାର କରାଯିବ ବୋଲି କୁହାଯାଇଛି।

ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।  ଏ ବାବଦରେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି |  ଏ ବାବଦରେ ପୋଲିସ ଏବଂ ବୈଜ୍ଞାନିକ  ଦଳ ବିସ୍ତୃତ ଅନୁସନ୍ଧାନ କରିବେ।

 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...