AFFILIATE MARKETING

https://binomo.com?a=90810425bb57&t=0

Sunday, December 31, 2023

ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର

COASTAL NEWS ODIA 1625

ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର


ମୁମ୍ବାଇ - (CNO) ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ୍ ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା।

ରାସ୍ତା କଡ଼ରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଗାଡ଼ି ଅଟକି ଥିଲା। ଆଉ ଜଣେ ଦୁଇ ଜଣ ସେଠି ଟହଲ ମାରୁଥିଲେ। ପୋଲିସ୍‌ର ସନ୍ଦେହ ହେଲା। ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଭ୍ୟାନ୍ ଭିତରେ ଅତି ସତର୍କତାର ସହ ଚାଲିଛି ଗ୍ୟାସ୍ ଚୋରି। ଆପଣ ବି ସତର୍କ ରୁହନ୍ତୁ। ଏମିତି ଗ୍ୟାସ୍ ଚୋରିର ଶିକାର ହୋଇ କମ୍ ଓଜନର ସିଲିଣ୍ଡର ପାଇପାରନ୍ତି।

ଏମିତି ଏକ ଘଟଣା ସାମ୍ନକୁ ଆସିଛି ମୁମ୍ବାଇର ଶିବାଜୀନଗର ଅଞ୍ଚଳରୁ। ଗତ ଶୁକ୍ରବାର ଦିନର ଘଟଣା। ପୋଲିସ ପାଟ୍ରୋଲିଂ କରିବା ବେଳେ ଏକ ଗ୍ୟାସ୍ ବୋଝେଇ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନଖି ଆରମ୍ଭ କରିଥିଲା। 
 
ତେବେ ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା। ଫଳରେ ଗ୍ରାହକ ଗ୍ୟାସ୍ ନେବା ବେଳେ ଚୋରି ହୋଇଛି ବୋଲି ଜାଣିବାର ବାଟ ନଥିଲା।

ପ୍ରତି ଗ୍ୟାସ୍‌ ଟାଙ୍କିରୁ ସେମାନେ ଅଳ୍ପ ଅଳ୍ପ ଗ୍ୟାସ୍ ଚୋରି କରି ଅନ୍ୟଏକ ଟାଙ୍କିରେ ଭର୍ତ୍ତି କରୁଥିଲେ। ଏକ ପାଇପ୍ ସାହାଯ୍ୟରେ ସେମାନେ ଏହା ଅତି ଚତୁରତାର ସହ କରୁଥିଲେ। ଫଳରେ ସିଲ୍‌ର କୌଣସି କ୍ଷତି ହେଉନଥିଲା। କିଛି କିଛି ଗ୍ୟାସ୍ ଚୋରି କରି ସେମାନେ ଆଉ ଏକ ଟାଙ୍କି ଫୁଲ୍ କରିବା ପରେ ତାକୁ ବିକ୍ରି କରି ଭଲ ରୋଜଗାର କରୁଥିଲେ।

ପୋଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ଅନୁସଂଧାନ ଚଳାଇଛି। ଗିରଫ ଦୁଇ ଜଣ ହେଉଛନ୍ତି ସଲିମ୍ ବେଗ୍(୨୬) ଓ ମହମ୍ମଦ ଖାଁ (୨୮)। ସେମାନେ ଶିବାଜୀନଗର ଅଞ୍ଚଳରେ ଗତ ଏକ ବର୍ଷ ଧରି ଏହି କାରବାର ଚଳାଇ ଆସୁଥିଲେ।

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିରୋଧ ଭାଜପା ଆଳି ବ୍ଲକ ଶାଖା ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର

COASTAL NEWS ODIA 1624

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିରୋଧ ଭାରତୀୟ ଜନତା ପାର୍ଟି ଆଳି ବ୍ଲକ ଶାଖା ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର


ଆଳି - (CNO ) କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ସାଧାରଣରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ  ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଳି ବ୍ଲକ ଅରେହିକଣା ପଞ୍ଚାୟତରେ ଚାଲିଥିବା ବେଳେ କେତେଜଣ ଅସାମାଜିକ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମକୁ ବିରୋଧ କରି ଥିବା ପ୍ରତିବାଦରେ ଆଳି ବ୍ଲକ ଭାରତୀୟ ଜନତା ପାର୍ଟି  ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ସାଧାରଣରେ ଅବଗତ କରାଇବା ପାଇଁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ଏହି କାର୍ଯ୍ୟକ୍ରମ ୨୬ ତାରିଖରୁ ଆଳି ବ୍ଲକ ଅନ୍ତର୍ଗତ ଅରେହିକଣା ପଞ୍ଚାୟତରେ ଚାଲିଥିବା ବେଳେ କେତେଜଣ ଲୋକ ଗଣ୍ଡଗୋଳ କରିବା ସହ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହିତ ମାର୍‌ପିଟ କରିବାରୁ ୩ ଦିନ ଧରି କାର୍ଯ୍ୟକ୍ରମ ବନ୍ଦ ରହିଛି। 

କାର୍ଯ୍ୟକ୍ରମକୁ ତୁରନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ ପ୍ରଶାସନ ପଦକ୍ଷେପ ନେବା ଦାବି କରି ଆଳି ଭାଜପାର ଏକ ପ୍ରତିନିଧ୍ ଦଳ ନେତା ବ୍ରଜ ସୁନ୍ଦର ଭୂୟାଁଙ୍କ ନେତୃରେ ବିଡିଓଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । 

ଉକ୍ତ ପ୍ରତିନିଧ୍ ମଣ୍ଡଳୀରେ ଜିଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀ, ପତ୍ରପୁର ମଣ୍ଡଳ ସଭାପତି ତଥା ସରପଞ୍ଚ ଅକ୍ଷୟ ଦାସ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ବରାହ ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅନନ୍ତ ରଥ, ଜିଲା କୃଷକ ମୋର୍ଚ୍ଚା ସମ୍ପାଦକ ସୁବାସ ପାତ୍ର, ନେତା କ୍ଷୀରୋଦ ପଣ୍ଡା, ପୂର୍ବତନ ସରପଞ୍ଚ ଭୂପତି ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

Saturday, December 30, 2023

Odisha Public Service Commission ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି

COASTAL NEWS ODIA 1623

Odisha Public Service Commission   ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି


ଭୁବନେଶ୍ବର -(CNO) ଓଡିଶା ଲୋକସେବା ଆୟୋଗ OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି । ଜାନୁଆରୀ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଫେବ୍ରୁଆରୀ ୧୨ରେ ଆବେଦନ ପ୍ରକ୍ରିୟା ଶେଷ ହେବ । ଅନ୍‌ଲାଇନ୍‌ ମାଧ୍ୟମରେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ www.opsc.gov.in. କୁ ଯାଇ ଆବେଦନକାରୀ ନିଜର ନାମ ପଞ୍ଜିକରଣ କରିବା ସହ ଚାକିରି ପାଇଁ ଆବେଦନ କରିପାରିବେ ।

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।ବିଜ୍ଞପ୍ତି ଅନୁଯାୟୀ ଆବେଦକାରୀଙ୍କ ବୟସ ୨୦୨୩ ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ ।ଆସିଷ୍ଟାଣ୍ଟ ସିଭିଲ ଇଞ୍ଜିନିୟର ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କ ପାଖରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ ସାର୍ଟିଫିକେଟ ରହିଥିବା ନିହାତି ଆବଶ୍ୟକ ।GATE ପରୀକ୍ଷା ମାଧ୍ୟମରେ ଆବେନକାରୀଙ୍କ ପରୀକ୍ଷା କରାଯିବ । ତାର ଫଳାଫଳ ଅନୁସାରେ ସେମାନଙ୍କୁ ଭାଇଭା ବା ଇଣ୍ଟରଭ୍ୟୁ ପାଇଁ ଡକାଯିବ ।ଏହି ଆବଦେନ ପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ ।



କେମିତି କରିବେ ଆବେଦନ ?

ଏହାର ଅଫିସିଆଲ ୱେବସାଇଟ୍‌ opsc.gov.in କୁ ଯିବେହୋମ୍‌ ପେଜ୍‌ରେ ଲେଖାଥିବା ‘APPLY ONLINE’ ଉପରେ କ୍ଲିକ୍ କରିବେତା’ପରେ ରେଜିଷ୍ଟର ଆଣ୍ଡ ପ୍ରୋସିଡ୍‌କୁ ଯିବେଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରି ସବ୍‌ମିଟ୍‌ କରିବେ ଶେଷରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ କାଢ଼ି ପାଖରେ ରଖିବେ

ରାଜ୍ୟ ସରକାରଙ୍କ ୧୩ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର

COASTAL NEWS ODIA 1622

ରାଜ୍ୟ ସରକାରଙ୍କ ୧୩ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର 


ଭୁବନେଶ୍ବର - (CNO) ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୧୩ଟି ପ୍ରମୁଖ ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ଓଡିଶା ରାଜ୍ୟ ସରକାରଙ୍କ ୧୦ଟି ବିଭାଗର ୧୩ଟି ପ୍ରସ୍ତାବ ପାରିତ ହୋଇଛି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୩ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି । ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ଦେଇପାରିବେ । 

ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆକୁ ୫ ଏକର ଜମି ଦେବା ପାଇଁ କ୍ୟାବିନେଟ୍ଅ ନୁମୋଦନ ଦେଇଛନ୍ତି। ସେହିପରି ୨ଶହ ଇଲେକ୍ଟ୍ରି ବସ୍‌ ଚଳାଇବାକୁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବସ୍‌ଗୁଡ଼ିକ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ସେବା ଯୋଗାଇବ। ସହରାଂଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

କେବିସି’ ର ଶେଷ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ମହାନାୟକ ଅମିତାଭ ବଚ୍ଚନ

COASTAL NEWS ODIA 1621

କେବିସି’ ର ଶେଷ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ମହାନାୟକ ଅମିତାଭ ବଚ୍ଚନ



ମୁମ୍ବାଇ - (CNO) ଭାରତୀୟ ସିନେମା ଜଗତର କିଂବଦନ୍ତି ପୁରୁଷ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନର ଯୁବଦର୍ଶକଙ୍କ ଭିତରେ ମଧ୍ୟ ସେତିକି ଲୋକପ୍ରିୟ। ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍‌ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଇଛି। ହେଲେ ଦୁଃଖର କଥା ହେଉଛି ଆଜି ରାତିରେ ‌ହିଁ କୌନ୍ ବନେଗା କରୋଡ଼ପତି ସିଜିନ୍‌ ୧୫ର ଶେଷ ଏପିସୋଡ଼ ଦେଖିବାକୁ ମିଳିବ। ଏହି କାରଣରୁ ବିଗ୍‌ ବିଙ୍କର ଏକ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଦର୍ଶକ ମନଜିଣା ଠାଣିରେ ୮୧ ବର୍ଷୀୟ ଅମିତାଭ ହଟ୍‌ ସିଟ୍‌ରେ ବସନ୍ତି, ପ୍ରଶ୍ନ ପଚାରନ୍ତି, ଠିକ୍‌ ଉତ୍ତର ଦେଇ କୋଟି କୋଟି ‌ଟଙ୍କା ଜିତିନିଅନ୍ତି ପ୍ରତିଯୋଗୀ। ହେଲେ ସେ ୮୧ ବର୍ଷୀୟ ବ୍ୟକ୍ତି ଜଣକ କେବଳ ପ୍ରଶ୍ନ ପଚାରନ୍ତି ନାହିଁ। ପ୍ରତିଯୋଗୀଙ୍କୁ ସେମାନଙ୍କ ହାଲ୍‌ଚାଲ୍‌, ଘରପରିବାର ବିଷୟରେ ବି ଭଲମନ୍ଦ ପଚାରି ବୁଝନ୍ତି। ତାଙ୍କର ଏହି ଅନ୍ଦାଜ ହିଁ ତାଙ୍କୁ କୋଟି କୋଟି ଲୋକଙ୍କ ମନର ସମ୍ରାଟ୍ ବନାଇ ଦେଇଛି ।

କୌନ ବନେଗା କରୋଡପତି ଦର୍ଶକଙ୍କୁ ଭାବ ବିହ୍ଵଳ କରିଦିଏ, ମହାନାୟକ ଅମିତାଭ ବଚ୍ଚନ ଙ୍କ ଆତ୍ମିକ ସ୍ଵତନ୍ତ୍ର ଶୈଳୀରେ ଉପସ୍ଥାପନା ପାଇଁ, ସେଥିପାଇଁ ତ କୁହାଯାଏ କୌନ୍ ବନେଗା କରୋଡ଼ପତି ( କେବିସି) ସୋ’ ନୁହେଁ, ଏକ ସଂପର୍କର ଡୋରି । ଭାଇରାଲ୍‌ ହୋଇଥିବା ଭିଡିଓରେ ବିଗ୍‌ ବି ଲୁହ ଛଳ ଛଳ ଆଖିରେ କହୁଛନ୍ତି, ‘‘ଦେବୀ ଓ ସଜ୍ଜନ ମୁଁ ଯାଉଛି, କାଲିଠାରୁ ଏହି ମଞ୍ଚ ଆଉ ସଜା ହେବନାହିଁ।’’

ଜଣେ ପ୍ରଶଂସିକା କହିଲେ , ‘‘ଆମ ଭିତରୁ ଭଗବାନଙ୍କୁ କେହି ବି ଦେଖୁନୁ। ହେଲେ ଆଜି ଆମେ ଭଗବାନଙ୍କର ସବୁଠାରୁ ପ୍ରିୟ ପୁତ୍ରଙ୍କୁ ଦେଖୁଛୁ।’’ ମହିଳାଙ୍କ ଏହି କଥା ବି ବିଗ୍‌ ବିଙ୍କ ଆଖିରେ ଖୁସିର ଲୁହ ଆଣିଦେଉଛି।

ଆଜିର ରାଶିଫଳ

COASTAL NEWS ODIA 1620

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹ମେଷ🌹
👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*🌹ବୃଷ🌹
👉:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*🌹ମିଥୁନ🌹
👉:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।* 

*🌹 କର୍କଟ 🌹
👉:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।*

*🌹ସିଂହ🌹
👉:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*🌹କନ୍ୟା🌹
👉:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*🌹ତୁଳା🌹
👉:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*🌹ବିଛା🌹
👉:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।*

*🌹ଧନୁ🌹
👉:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*🌹ମକର🌹
👉:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*🌹କୁମ୍ଭ🌹
👉:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*🌹ମୀନ🌹
👉:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*

Friday, December 29, 2023

ପାରିନୁଆପାଡ଼ା ରୁ ଆଳି କୁ ସଂଯୋଗ କରିବାକୁ ଖରସ୍ରୋତା ନଦୀ ଉପରେ ବଳିତର ସେତୁର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

COASTAL NEWS ODIA 1619

ପାରିନୁଆପାଡ଼ା ରୁ ଆଳି କୁ ସଂଯୋଗ କରିବାକୁ ଖରସ୍ରୋତା ନଦୀ ଉପରେ ବଳିତର ସେତୁର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପାରିନୁଆପାଡ଼ା ହାବଳଗଣ୍ଡ, ଦଶିପୁରୁ, ଦେଉଳତରା ଗ୍ରାମ ପଞ୍ଚାୟତର ଆଠ ପଟଣା ବାସୀଙ୍କ ଦୀର୍ଘ ବର୍ଷର ଦାବି ପୁରଣ ହେଲା । ପାରିନୂଆପଡ଼ା ହାବଳ ଗଣ୍ଡ ପଞ୍ଚାୟତ ରୁ ଆଳି କୁ ସଂଯୋଗ କରି ଖରସ୍ରୋତା ନଦୀ ଉପରେ ଶହେ ଚଉଦ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ବଳିତର ସେତୁର ଶିଳାନ୍ୟାସ କରିଛନ୍ତି ପୂର୍ତ୍ତ , ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । 

ପାରିନୁଆପାଡା ଖେଳ ପଡିଆରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ରାଜକନିକା ପଞ୍ଚାୟତ ସମିତି ଅଧକ୍ଷା ମିନତୀ ରାଉତ, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ରାଜକନିକା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ପାରିନୁଆପଡା ହାବଳ ଗଣ୍ଡ ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ରାଉତ, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ବେହେରା, ପ୍ରବୀଣା ଦାସ, ଅମିତା ସାହୁ ଯୋଗ ଦେଇଥିଲେ । 



ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଏହି ଖରସ୍ରୋତା ନଦୀ ଉପରେ ବଳିତର ସେତୁର ବ୍ୟୟ ଅଟକଳ ମୂଲ୍ୟ ଶହେ ୧୪କୋଟି ୭୫ ଲକ୍ଷ ଟଙ୍କା ଥିବା ବେଳେ ଏହାର ଲମ୍ବ ୧୨୯୬ ମିଟର ରହିଛି ଓ ଏହି ପୋଲର କାମ ତିରିଶ ମାସ ମଧ୍ୟରେ ଶେଷ କରାଯିବ । ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ସ୍ଵର୍ଗତ ରାଜା ସାହେବ ଶରତ ଦେବ ୧୯୭୪ମସିହା ନିର୍ବାଚନ ଜିତିବା ପରେ ପ୍ରତିଶୃତି ଦେଇ ଥିଲେ ଯେ ଏହି ଖରସ୍ରୋତା ନଦୀର ବଳିତର ଘାଟ ରେ ସେତୁ ନିମାଣ କରାଯିବ । ଏହା ଦ୍ଵାରା ଆଠ ପଟଣା ବସିଙ୍କ ଦୁଃଖ ଦୂର ହେବ ଓ ଏହି ରାସ୍ତା ଆରଡ଼ି ଯିବା ଆସିବାକୁ ସୁବିଧା ହେବ ତଥା ଆଠପାଟଣା ବାସୀଙ୍କ ଜିଲ୍ଲା ହେଡ୍ କ୍ୱାଟର ସହିତ ଯୋଗାଯୋଗ ସହଜ ହେବ ଓ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସହଜସାଧ୍ୟ ହେବ । 

ଦିର୍ଘ ପଚାଶ ବର୍ଷ ପରେ ସ୍ଵର୍ଗତ ଶରତ ଦେବଙ୍କ ସ୍ଵପ୍ନ କୁ ସାକାର କରି ତାଙ୍କ ସୁଯୋଗ୍ୟ ପୁତ୍ର ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ପିତାଙ୍କ ପ୍ରତିଶୃତି ପୂରଣ କରିବାକୁ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି । ଆମ ସରକାର ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କରେ । ସାଂସଦଙ୍କ ପ୍ରତିନିଟ୍ ପବିତ୍ର ରାଉତ, ପ୍ରଦୀପ ରାଉତ, ସତ୍ୟକାନ୍ତ ରାଉତ, ଅନିଲ ପ୍ରଧାନ, ସତ୍ୟବ୍ରତ ଦାସ, ବିମଳ କାନ୍ତ ବିଶ୍ୱାଳ, ବିକ୍ରମ ନନ୍ଦ ବେହେରା, ଶଶିକାନ୍ତ ବେହୁରିଆ, ଆଲୋକ ପରିଡା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ସଭାରେ ଯୋଗଦେଇଥିବା ଦେଖାଯାଇଥିଲା l

*ଖବର ଆଜିର*

COASTAL NEWS ODIA 1618

*ଖବର ଆଜିର* 
*ତାରିଖ ୨୯/୧୨/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ନିଯୁକ୍ତି ପାଇଲେ ୨୪୭୩ ଚିକିତ୍ସାଧିକାରୀ , ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଚେଷ୍ଠା କର:ପାଣ୍ଡିଆନ୍।*

*୨-ଭୁବନେଶ୍ୱର: ଶିତ କମିଛି,୧୬ ଜିଲ୍ଲାକୁ ଘନ କୁହୁଡି ସତର୍କତା।*

*୩-ନନ୍ଦପୁର:ପାତାଳିରେ ବୁଡିଲା ଦେଶୀ ଡଙ୍ଗା,ଜଣେ ମୃତ,୪ ନିଖୋଜ।*

*୪-ଆନନ୍ଦପୁର: ବଣଭୋଜି ବସ୍ ଦୁର୍ଘଟଣାଗ୍ରସ୍ତ,୨୦ ଛାତ୍ର ଆହତ,୨ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର।*

*୫-SCBରେ ରୋଗୀ ସେବା ବ୍ୟାହତ, ୮ଦିନ ହେବ ଅଚଳ ଜରୁରୀ କାଳୀନ ବିଭାଗ ଲିଫ୍ଟ।*

*୬-ନୂଆ ବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼,୩୧ ରାତି ସାରା ମନ୍ଦିର ଖୋଲା।*

*୭-ଢେଙ୍କାନାଳ ଅନନ୍ତ ଶୟନ କ୍ଷେତ୍ରର ବିକାଶ ଓ ଉନ୍ନୟନ ପାଇଁ ଅର୍ଥ ମଞ୍ଜୁର, ଧନ୍ୟବାଦ ସଭାରେ ଯୋଗଦେଲେ 5-T ଅଧ୍ୟକ୍ଷ।*

*୮-ବଲାଙ୍ଗୀର:ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ, ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା।*

*୯-ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ୍।*

*୧୦-ପୁରୀ:ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି।*

*୧୧-ନୂଆ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ କମିଶନରେଟ୍ ପୋଲିସର ଏନ୍‌କାଉଣ୍ଟର।*

*୧୨-ଭୁବନେଶ୍ୱର:OJS ରେଜଲ୍ଟ; କିଟ୍ ର ତିନି ଛାତ୍ରୀ ପାଇଲେ ସଫଳତା।*

*୧୩-ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ।*

*୧୪-କେନ୍ଦ୍ରାପଡାର ଗୋବରୀ ନଦୀ ତିନିମୁହାଣୀ ଛକ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ।*

*୧୫-ବାଲିଗୁଡ଼ା:ଏସିଡ୍ ଆକ୍ରମଣରେ ବାପ-ପୁଅଙ୍କ ସମେତ ୩ ଆହତ, ଆକ୍ରମଣକାରୀକୁ କାବୁ କଲେ ସ୍ଥାନୀୟ ଲୋକେ।*

*୧୬-ରଙ୍ଗିନ ପୋଷ୍ଟରରେ ଝଲସୁଛି ଅଯୋଧ୍ୟା, ସହରରେ ମଦ ଓ ମାଂସ ବିକ୍ରି ନିଷିଦ୍ଧ।*

*୧୭-ନୂଆ ଦିଲ୍ଲୀ:ଅଟା, ଡାଲି ପରେ ଚାଉଳ ଦରରେ ମିଳିବ ଆଶ୍ୱସ୍ତି, ୨୫ ଟଙ୍କାରେ କିଲେ ଚାଉଳ ବିକ୍ରି କରିବେ ସରକାର !*

*୧୮-ଜୋମାଟୋକୁ ୪୦୧ କୋଟିର ଜିଏସ୍‌ଟି ନୋଟିସ୍, କମ୍ପାନି କହିଲା- ଆଇନଗତ ଉପାୟରେ ଦେବୁ ଉତ୍ତର।*

*୧୯-କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ।*

*୨୦-ଅଯୋଧ୍ୟା ଯିବେ ମୋଦୀ, ଉଦଘାଟନ କରିବେ ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନ୍।*

*୨୧-୯୬ ଲକ୍ଷ ତୀର୍ଥଯାତ୍ରୀ ପରିଦର୍ଶନ କଲେ ବୈଷ୍ଣୋଦେବୀଙ୍କ ପବିତ୍ର ଗୁମ୍ଫା।*

Thursday, December 28, 2023

ଆଜିର ରାଶିଫଳ

COASTAL NEWS ODIA 1617

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୮ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌷ମେଷ🌷
👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*
*✧═════•❁❀❁•═════✧*
*🌷ବୃଷ🌷
👉: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌷
👉: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷କର୍କଟ 🌷
👉: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*
*✧═════•❁❀❁•═════✧*
*🌷ସିଂହ🌷
👉: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷
👉: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*
*✧═════•❁❀❁•═════✧*
*🌷ତୁଳା🌷
👉: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବିଛା🌷
👉: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷ଧନୁ🌷
👉: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।*
*✧═════•❁❀❁•═════✧*
*🌷ମକର🌷
👉: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*
*✧═════•❁❀❁•═════✧*
*🌷କୁମ୍ଭ🌷
👉: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*
*✧═════•❁❀❁•═════✧*
*🌷ମୀନ🌷
👉: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।*
*✧═════•❁❀❁•═════✧*

Wednesday, December 27, 2023

ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା

COASTAL NEWS ODIA 1616

A stampede-like situation occurred in the Sri Jagannath temple in Puri on Friday because of overcrowding of devotees during the Mangal Aalati ritual at early morning.
 ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା



ପୁରୀ - (CNO) ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ପୁରୀ ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା । ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହୋଇଗଲେ ମହିଳା ଶ୍ରଦ୍ଧାଳୁ। ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। ତେବେ ବ୍ୟାରିକେଡ୍‌ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଛନ୍ତି ଭକ୍ତ ।

ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉ ନ ଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ ହୋଇଛି ।

ପୁରୀ ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯାତ୍ରୀମାନଙ୍କର ମୌଳିକ ସୁଖ ସୁବିଧା ପାଇଁ କୌଣସି ବ୍ୟବସ୍ତା କରାଯାଉନାହଁ l

INDIA vs SOUTH AFRICA FIRST TEST MATCH : ରାହୁଲଙ୍କ ଜବରଦସ୍ତ ଶତକ, ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

COASTAL NEWS ODIA 1615

INDIA vs SOUTH AFRICA FIRST TEST MATCH : 
ରାହୁଲଙ୍କ ଜବରଦସ୍ତ ଶତକ, ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ 



ନୂଆଦିଲ୍ଲୀ - (CNO) ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୨୪୫ ରନରେ ପାଇଁ ଆଉଟ୍ ହୋଇଛି । ଆଜି (27 ଡିସେମ୍ବର) ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ସବୁଠାରୁ ଚିତାକର୍ଷକ ଥିଲା କେ.ଏଲ୍ ରାହୁଲଙ୍କ ଶତକ । ରାହୁଲ, ଜେରାଲ୍ଡ କୋଟଜୀଙ୍କୁ ଛକା ମାରି ଅଷ୍ଟମ ଶତକ ହାସଲ କରିଥିଲେ । ବିଶେଷ କଥା ହେଉଛି ତାଙ୍କର ଶେଷ ଟେଷ୍ଟ ଶତକ ମଧ୍ୟ ୨୬ ଡିସେମ୍ବର ୨୦୨୧ରେ ସେଞ୍ଚୁରିଅନରେ ଆସିଥିଲା । ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ଆକର୍ଷଣ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ବ୍ୟାଟିଂ ଆରମ୍ଭ କରିଛି ।

ଦକ୍ଷିଣ ଆଫ୍ରିକା ଦଳ ପାଇଁ ବ୍ୟାଟିଂ କରିବାକୁ ଟନି ଡି ଜର୍ଜି ଏବଂ ଡିନ୍ ଏଲଗାର ବ୍ୟାଟିଙ୍ଗ କରୁଛନ୍ତି । ଦଳ ମକ୍ରମଙ୍କ ୱିକେଟ ହରାଇଛି ।  ପ୍ରଥମ ୱିକେଟ୍: ଆଡେନ ମାର୍କ୍ରାମ (5), ଆଉଟ୍: ମହମ୍ମଦ ସିରାଜ 1-11 କେ.ଏଲ୍ ରାହୁଲ ତାଙ୍କର ଅଷ୍ଟମ ଶତକ ସ୍କୋର କରିଥିଲେ ଆଜି ମହମ୍ମଦ ସିରାଜ ଜେରାଲ୍ଡ କୋଟଜୀଙ୍କ ପ୍ରଥମ ଶିକାର ହୋଇଥିଲେ। ସମାନ ଓଭରରେ (ସିରାଜ 66 ଓଭରରେ ଆଉଟ୍ ହେବା ମାତ୍ରେ) କେ.ଏଲ୍ ରାହୁଲ ପ୍ରଥମେ ଏହି ଓଭରର ଶେଷ ବଲରେ ନିଜର ଶତକ ପୂରଣ କରିଥିଲେ।  କେ.ଏଲ୍ ରାହୁଲ 95 ରନରେ ଥିଲେ, ସେ 14 ଚୌକା ଓ 4 ଛକା ସହାୟତାରେ 133 ବଲ ସମ୍ମୁଖୀନ ହୋଇ ଶତକ ପୂରଣ କରିଥିଲେ। ତେବେ 4 ଟି ବଲର ସମ୍ମୁଖୀନ ହେବା ପରେ ସେ ନନ୍ଦ୍ରେ ବର୍ଗରଙ୍କ ଦ୍ୱାରା ସ୍ୱଚ୍ଛ ବୋଲିଂ କରିଥିଲେ। କାଗିସୋ ରାବାଡା ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ବୋଲର ହୋଇଛନ୍ତି, ସେ ୫ଟି ୱିକେଟ୍ ନେଇଥିଲେ। ଡେବ୍ୟୁ ମ୍ୟାଚ୍ ଖେଳୁଥିବା ନନ୍ଦ୍ରେ ବର୍ଗରଙ୍କୁ ୩ଟି ୱିକେଟ୍ ମିଳିଥିଲା।


ବର୍ଷା ହେତୁ ପ୍ରଥମ ଦିନରେ 90 ଓଭର ଖେଳାଯାଇ ନ ଥିବାରୁ 98 ଓଭର ଆଜି ଏବଂ ମ୍ୟାଚର ଅବଶିଷ୍ଟ ଦିନରେ ବୋଲିଂ କରାଯିବ। ଟିମ୍ ଇଣ୍ଡିଆ ପ୍ରଥମ ଦିନରେ 59 ଓଭରରେ 208/8 ସ୍କୋର କରିଥିଲା। ମ୍ୟାଚର ପ୍ରଥମ ଦିନ ଏହିପରି ଥିଲା RBI କାର୍ଯ୍ୟାଳୟକୁ ବିଷ୍ପୋରଣରେ ଉଡାଇଦେବା ଧମକ ମାମଲାରେ ୩ ଗିରଫ, ତଦନ୍ତ ଜାରି ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ 8 ୱିକେଟ୍ ହରାଇ 208 ରନ୍ ସଂଗ୍ରହ କରିଥିଲା। ୱିକେଟ୍ କିପର ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା କେ.ଏଲ୍ ରାହୁଲ 70 ରନର ଇନିଂସ ଖେଳି ଟିମ୍ ଇଣ୍ଡିଆର ଦାୟିତ୍ଵ ଗ୍ରହଣ କରିଥିଲେ । 24 ରନ୍ ମଧ୍ୟରେ କ୍ୟାପଟେନ ରୋହିତ ଶର୍ମା (5), ଯଶାସଭି ଜୟ ସୱାଲ (17), ଶୁବମାନ ଗିଲ (2) ଆଉଟ୍ ହୋଇଥିଲେ । ଶ୍ରେୟସ୍ ଆୟର (31) ଏବଂ ବିରାଟ କୋହଲି (38) ମଧ୍ୟ ସେମାନଙ୍କର ଇନିଂସ ଲମ୍ବା କରିପାରି ନଥିଲେ।

CHSE EXAMINATION DOWNLOAD ```ADMITCARD`` ଯୁକ୍ତ ଦୁଇ ପରୀକ୍ଷା; ଆଜିଠାରୁ ମିଳିବ ଆଡମିଟ୍ କାର୍ଡ

COASTAL NEWS ODIA 1614

CHSE EXAMINATION DOWNLOAD ```ADMITCARD``
www.samsodisha.gov.in
 ଯୁକ୍ତ ଦୁଇ ପରୀକ୍ଷା; ଆଜିଠାରୁ ମିଳିବ ଆଡମିଟ୍ କାର୍ଡ


ଭୁବନେଶ୍ବର - (CNO) ନୂଆବର୍ଷ ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ । ତେବେ ଏହା ଭିତରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ କାର୍ଡ ଆଣିବେ । 

ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆସନ୍ତା ୪୧ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପହଞ୍ଚିବ । ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତରଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ତାହାକୁ ଭଲ ଭାବେ ଯାଞ୍ଚ କରିବେ । ଯଦି କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତା‌ରେ ତ୍ରୁଟି ରହିଥିବ ତେବେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍‌ କରି ଜଣାଇବେ । ପରୀକ୍ଷା ସରିବା ପରେ ମଧ୍ୟ ପ୍ରଶ୍ନପତ୍ର ଓ ପ୍ୟାକେଟ୍‌ ସାମଗ୍ରୀକୁ ସେମାନେ ସାଇତି ରଖିବେ । 


ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ସାମ୍ସ ୱେବସାଇଟ www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତୃପକ୍ଷ  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସମସ୍ତ କଲେଜକୁ ଅବଗତ କରାଇଛି । ଆଡମିଟ୍ କାର୍ଡ ଡାଉନଲୋଡ ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରିବେ କଲେଜ କତୃପକ୍ଷ ।  ଆଡମିଟ କାର୍ଡ ରେ କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କର୍ତୃପକ୍ଷ ମେଲ ଜରିଆରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

SIMILIPAL NATIONAL PARK OPENING TODAY FOR TOURISTS ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

COASTAL NEWS ODIA 1613

SIMILIPAL NATIONAL PARK IS OPENING TODAY FOR TOURISTS 
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ 


ଶିମିଳିପାଳ - (CNO) ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ତେବେ ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଉଲ୍ଲାସ ଦେଖିବାକୁ ମିଳିଛି । ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । 

ଶିମିଳିପାଳ ବିକାଶ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ ।  

ଶିମିଳିପାଳ ଜୈବମଣ୍ଡଳ ର ଆୟତନ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ ।ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି । ସମୁଦ୍ର ପତ୍ତନ ଠାରୁ ଶିମିଳିପାଳ ର ହାରାହାରି ଉଚ୍ଚତା ହେଉଛି ୯୦୦ ମି. । 

ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ଗଛ ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ,ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣଷ ଇତ୍ୟାଦି । ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳ ରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.) ର ଦୃଶ୍ୟ ଅତୀବ ମନୋରମ ।

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ

COASTAL NEWS ODIA 1612

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ


ଆଳି - (CNO )  ଗୁ ହାଳରେ ଦିଆଯାଇଥିବା ଧୂଆଁରେ ଅଣନିଶ୍ଵାସୀ ହୋଇ ୫ଟି ଗୋରୁ ଙ୍କର ମୃତ୍ୟୁ
ଘଟିଛି। ଏହାକୁ ନେଇ ସ୍ଥାନୀୟ
ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ,
ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର
ପଞ୍ଚାୟତ ଗୋପାଳପୁର ଗ୍ରାମର ସନ୍ନ୍ୟାସୀ
ପଣ୍ଡା ସୋମବାର ସନ୍ଧ୍ୟାରେ ସବୁଦିନ ପରି
ତାଙ୍କ ଗାଈ ବାଛୁରୀଙ୍କୁ ଗୁହାଳରେ ବାନ୍ଧି
ମଶା ନଲାଗିବା ନିମନ୍ତେ ଧୂଆଁ ଦେଇଥିଲେ।
ରାତି ପ୍ରାୟ ୩ଟା ବେଳେ ସବୁଦିନ ଭଳି
ସେ ଆସି ଗୁହାଳ କବାଟ ଖୋଲିଥିଲେ।
ସେତେବେଳକୁ ଘଷିଗଦାରେ ନିଆଁ ଲାଗି
ଗୁହାଳଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିବା
ବେଳେ ଏଥରେ ଅଣନିଶ୍ଵାସୀ ହୋଇ
ଗୁହାଳରେ ଥିବା ୪ଟି ଗାଈଙ୍କର ମୃତ୍ୟୁ
ଘଟିଥିବା ବେଳେ ଛୋଟ ବାଛୁରୀଟି ଛଟପଟ
ହେଉଥିବା ଦେଖିଥିଲେ। ବାଛୁରୀକୁ
ବାହାରକୁ ନେଇ ଆସିବାର କିଛି ସମୟ
ପରେ ତା’ର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା।
ଗ୍ରାମବାସୀ ନିଆଁ ଲିଭାଇଥିବା ବେଳେ
ଦମକଳ ମଧ୍ୟ ଆସି ପହଞ୍ଚିଲା । ଏଭଳି
ଦୁଃଖଦ ଖବର ପ୍ରଚାରିତ ହେବା ପରେ
ଗ୍ରାମବାସୀ ଘଟଣା ସ୍ଥଳରେ ରୁଣ୍ଡ ହୋଇ
ଯାଇଥିଲେ। ଖବର ପାଇ ନରେନ୍ଦ୍ରପୁର
ସରପଞ୍ଚଙ୍କ ପ୍ରତିନିଧି ବଂଶୀଧର ସ୍ୱାଇଁ, ଯୁବ
ସମାଜସେବୀ ଅବିନାଶ ଦାସ, ଦେବାଶିଷ
ମଲ୍ଲିକ ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ
ସାଙ୍ଗନା ଦେବା ସହିତ ସରକାରୀ ସ୍ତରରୁ
ସନ୍ନ୍ୟାସୀଙ୍କୁ ସହାୟତା ଯୋଗାଇ ଦେବାକୁ
ଦାବି କରିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ
ତହସିଲଦାର ମାନସ ସ୍ବାଇଁ ପହଞ୍ଚି ଘଟଣାର
ତଦନ୍ତ କରିଥିଲେ। ସରକାରୀ ସ୍ତରରେ
ଯାହା ସମ୍ଭବ କ୍ଷତିଗ୍ରସ୍ତ ପରିବାରକୁ ଯୋଗାଇ
ଦିଅଯିବ ବୋଲି ଶ୍ରୀ ୱାଇଁ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସନ୍ନ୍ୟାସୀଙ୍କର ଦୁଇ
ଜଣ ଦିବ୍ୟାଙ୍ଗ ଝିଅ ଥିବା ବେଳେ ସେ
ପୂଜାପାଠ କରିବା ସହିତ ଗାଈ ପାଳନ
କରି ପରିବାର ପ୍ରତିପୋଷଣ କରୁଥିଲେ।

Tuesday, December 26, 2023

ଆଜିର ରାଶିଫଳ

COASTAL NEWS ODIA 1611

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୭ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର* 

 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
  *✧═════•❁❀❁•═════✧*
*🌷ମେଷ🌹
👉:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
*✧═════•❁❀❁•═════✧*

*🌷ବୃଷ🌹
👉:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।* 
*✧═════•❁❀❁•═════✧*

*🌷ମିଥୁନ🌹
👉:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 
*✧═════•❁❀❁•═════✧*

*🌷କର୍କଟ🌹
👉:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌷ସିଂହ🌹
👉:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*

*✧═════•❁❀❁•═════✧*
*🌷କନ୍ୟା🌹
👉:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
*✧═════•❁❀❁•═════✧*

*🌷ତୁଳା🌹
👉:-ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌷ବିଛା🌹
👉:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ଧନୁ🌹
👉:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ମକର🌹
👉:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।*

*✧═════•❁❀❁•═════✧*
*🌷କୁମ୍ଭ🌹
👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*

*✧═════•❁❀❁•═════✧*
*🌷ମୀନ🌹
👉:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

ଶ୍ରୀ ଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

COASTAL NEWS ODIA 1610

ଶ୍ରୀ ଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା


ଆଳି - (CNO) ଶ୍ରୀଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ରତ୍ନାକର ବାରିକଙ୍କ ୨୬ ତମ ତିରୋଧାନ ଦିବସ ଉତ୍ସବରେ ଯୁବ ସାମ୍ବାଦିକ ବନମାଳୀ ସାହୁଙ୍କୁ ସମୃଦ୍ଧିତ କରାଯାଇଛି। ଟ୍ରଷ୍ଟର ସଭାପତି ଦମନ ମହାନ୍ତି ଓ ଉପସଭାପତି ରଶ୍ମିରଞ୍ଜନ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବର ଅତିଥି ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମୋହିନୀ ମା’, ଶାନ୍ତି ମା, ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ, ଗୋଷ୍ଟେଶ୍ୱର ମହାଦେବ ମନ୍ଦିରର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ଓ ପୂର୍ବତନ ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ, ସେନା କର୍ମଚାରୀ ବ୍ରଜ କିଶୋର ସାହୁ ଓ ମଞ୍ଚ ପରିଚାଳକ ସଞ୍ଜୀବ କୁମାର ତରାଇ ପ୍ରମୁଖ ଶ୍ରୀ ସାହୁଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଥିଲେ ।

Monday, December 25, 2023

କୋବି ପାଇଁ ମା’କୁ ମାଡ ଘଟଣା, ଗିରଫ ହେଲା ନିଷ୍ଠୁର ପୁଅ

COASTAL NEWS ODIA 1609

କୋବି ପାଇଁ ମା’କୁ ମାଡ ଘଟଣା, ଗିରଫ ହେଲା ନିଷ୍ଠୁର ପୁଅ 



କେନ୍ଦୁଝର - (CNO) କୋବି ଚୋରି ଅଭିଯୋଗରେ  ମା'କୁ ଖୁଣ୍ଟିରେ ବାନ୍ଧି ବାଡେଇବା ଘଟଣା । ଆଜି ନୁଷ୍ଠୁର ପୁଅକୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ । ତେବେ ଏହି ଖବରଟି ଫଟୋ ସହ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ଖବର ଅନୁଯାୟୀ  କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରସପାରି ଗାଁର ଶତ୍ରୁଘ୍ନ ମହନ୍ତ ନିଜ ମା'ସୁଭଦ୍ରା ମହନ୍ତଙ୍କୁ କୋବି ଚୋରି ଅଭିଯୋଗରେ ପ୍ରଥମେ ନିର୍ମମ ଭାବେ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ଘର ବାହାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ବର୍ତ୍ତମାନ ସୁଭଦ୍ରା ମହନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।  

ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିବା ବୃଦ୍ଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ତରଫରୁ ଆକ୍ସନ ନେଇଥିଲା ଏବଂ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲା । ସୁଭଦ୍ରାଙ୍କ ବଡ଼ ପୁଅ କରୁଣାଙ୍କ ଏକ ଅଜଣା ରୋଗରେ ମୃତ୍ୟୁ ହେବା ପରେ ସେ ସାନ ପୁଅ ସହ ରହୁଥିଲେ ।

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1608

*ସଂକ୍ଷିପ୍ତ ସମ୍ବାଦ * 
*ତାରିଖ ୨୫/୧୨/୨୩, ସୋମବାର*



*୧-ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ;୨୬ରୁ ଦେଶର ପ୍ରମୁଖ ଦେବପୀଠକୁ ଯିବ ନିମନ୍ତ୍ରଣ।*

*୨-କମିଲା ଶୀତ:ଘନ କୁହୁଡି ପାଇଁ ୨୦ ଜିଲ୍ଲାକୁ ଆଲର୍ଟ ଜାରି।*

*୩-ବିନା ପ୍ଲାଷ୍ଟିକ ବ୍ୟବହାରରେ ବଣଭୋଜି କର; ମୁଖ୍ୟ ଶାସନ ସଚିବଙ୍କ ଆହ୍ବାନ : ସମସ୍ତେ ଗ୍ରୀନ ପିକନିକ୍ ଆମ୍ବଆସଡର ହୁଅ।*

*୪-ବାରଙ୍ଗ: ପ୍ରାଣୀ ଉଦ୍ୟାନରେ ଅସମ୍ଭାଳ ଭିଡ଼,ବୁଲିଲେ ୪୫ ହଜାର ପର୍ଯ୍ୟଟକ। ମାଙ୍କଡ କାମୁଡାରେ ୮ ପର୍ଯ୍ୟଟକ ଆହତ।*

*୫-କଲିକତା:ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅଙ୍କ ବାଜିମାତ, ମିସ୍ ଇଣ୍ଡିଆ ପ୍ରତିଯୋଗିତାର ମୁକୁଟ ବିଜୟିନୀ ହେଲେ ଅୟନା ରାଉତରାୟ।*

*୬-ସାକ୍ଷୀଗୋପାଳ:ଭି.କେ. ପାଣ୍ଡିଆନଙ୍କ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ; ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ।*

*୭-ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ ପବରେ ଚାଲିଛି ଯାଂଚ।*

*୮-ଆଜି ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି,ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି।*

*୯-ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ।*

*୧୦-ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି ୧୬ଜଣଙ୍କ ଜୀବନ।*

*୧୧-କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ।*

*୧୨-ବାଲିଗୁଡା:କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ୨ ଯବାନ ଆହତ।*

*୧୩-ବିବାଦ ପରେ ମୁହଁ ଖୋଲିଲେ ୟୁ-ଟ୍ୟୁବର କାମିୟା ଜାନି, କହିଲେ- ମୁଁ କେବେବି ବିଫ୍‌ ଖାଇନାହିଁ।*

*୧୪-ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି।*

*୧୫-ରାଜଧାନୀରେ ଆତଙ୍କ, ଭୁବନେଶ୍ବର ଏୟାରପୋର୍ଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ।*

*୧୬-ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ, ଗାଈକୁ ମାରି ଖାଇଲା ମହାବଳ।*

*୧୭-ଛତିଶଗଡ଼:ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୩ ମାଓବାଦୀ ମୃତ।*

*୧୮-ଦେବଗଡ଼:ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ସମେତ ୪ ଅଭିଯୁକ୍ତ ଗିରଫ।*

*୧୯-ମହିଳା ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଭାରତ,୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ।*

*୨୦-ଜାକର୍ତ୍ତା:ଇଣ୍ଡୋନେସିଆ ନିକେଲ କାରଖାନାରେ ବିସ୍ଫୋରଣ, ୧୩ ମୃତ।*

.               

ବାକ୍ ଶକ୍ତି ବନ୍ଦ କରିଦେଇ ପାରେ କରୋନା , ବଢ଼ିଲା ଚିନ୍ତା

COASTAL NEWS ODIA 1607

ବାକ୍ ଶକ୍ତି ବନ୍ଦ କରିଦେଇ ପାରେ କରୋନା , ବଢ଼ିଲା ଚିନ୍ତା 


ନୂଆଦିଲ୍ଲୀ - (CNO) ଦିନକୁ ଦିନ କରୋନା ସଂକ୍ରମଣ ଅତ୍ୟନ୍ତ ବିପଜ୍ଜନକ ହୋଇପଡୁଛି । କୋଭିଡ୍ 19 ସଂକ୍ରମଣ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ବିପଦ ସୃଷ୍ଟି କରୁଛି । ଆଜି ପୁଣି କେରଳରେ କରୋନା ଆଉ ଜଣଙ୍କର ଜୀବନ ନେଇଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ କରୋନା ଆପଣଙ୍କ କଥା କହିବା ଶକ୍ତିକୁ ମଧ୍ୟ ଛଡ଼ାଇ ନେଇପାରେ | 
ଆମେରିକାରେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ କିଛି ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ ପାଇଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ସଂକ୍ରମଣ କେବଳ ସ୍ୱାଦ ଏବଂ ଗନ୍ଧ ନୁହେଁ ବରଂ କଥା କହିବା ଶକ୍ତିକୁ ମଧ୍ୟ ଦୂର କରିପାରେ । କୋଭିଡ୍ 19 ହେତୁ ଭୋକାଲ୍ କର୍ଡ ପକ୍ଷାଘାତର ପ୍ରଥମ ମାମଲା ମଧ୍ୟ ସାମ୍ନାକୁ ଆସିଛି | 

ଆମେରିକାର ମାସାଚୁସେଟ୍ସ ଚକ୍ଷୁ ଏବଂ କର୍ଣ୍ଣ ହସ୍ପିଟାଲର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ସଂକ୍ରମଣ ସ୍ନାୟୁ ପ୍ରଣାଳୀ କିମ୍ବା ନ୍ୟୁରୋପାଥିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏହି କାରଣରୁ, ଭୋକାଲ୍ କର୍ଡରେ ପକ୍ଷାଘାତର ଏକ ମାମଲା ଦେଖିବାକୁ ମିଳିଛି | ପେଡିଆଟ୍ରିକ୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ୟାନ୍ୟ ଗୁରୁତର ସମସ୍ୟା ବିଷୟରେ ସତର୍କ କରାଯାଇଛି। । 

ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁଣମ ଖେତରପାଲ ସିଂ କହିଛନ୍ତି କରୋନା ଭାଇରସ କ୍ରମାଗତ ଭାବରେ ବିକଶିତ ତଥା ପରିବର୍ତ୍ତିତ ହୋଇ ବିଶ୍ୱର ସମସ୍ତ ଦେଶରେ ବ୍ୟାପୁଛି । ଯଦିଓ ସାମ୍ପ୍ରତିକ ପ୍ରମାଣରୁ ଜଣାପଡିଛି ଜେଏନ.୧ ଜନସ୍ବାସ୍ଥ୍ୟ ପାଇଁ ସାମାନ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି ଏହାର ଭାଇରସର ବିବର୍ତ୍ତନ ଉପରେ ନଜର ରଖି ସେହି ଅନୁଯାୟୀ ଆମର ପ୍ରତିକ୍ରିୟାକୁ ଅନୁକୂଳ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଦେଶଗୁଡିକ ପାଇଁ ତଦାରଖ ଏବଂ ଜେନୋମ କ୍ରମକୁ ମଜବୁତ କରିବା ଏବଂ ତଥ୍ୟ ମଧ୍ୟ ଅଂଶୀଦାର କରିବା ଆବଶ୍ୟକ । 

ଭାରତରେ କରୋନାଭାଇରସ ରୋଗର କ୍ରମାଗତ ବୃଦ୍ଧି ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି । ଓଡ଼ିଶାରେ କରୋନାର ପଦଧ୍ୱନି ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛି l ସାବଧାନ ହୁଅ ସତର୍କତା ଅବଲମ୍ବନ କରିବା ରେ କରୋନା କୁ ରୋକା ଯାଇପାରିବ l

ଦ୍ୱାରକାରେ ଆହିର ସମାଜର ୩୭ ହଜାର ମହିଳାଙ୍କ ମହାରାସ

COASTAL NEWS ODIA 1606

ଦ୍ୱାରକାରେ ଆହିର ସମାଜର ୩୭ ହଜାର ମହିଳାଙ୍କ ମହାରାସ 



ଗୁଜରାଟ - (CNO) ଗୁଜରାଟ ଦ୍ୱାରକାରେ ଆହିର ସମାଜର ମହିଳାଙ୍କ ମହାରାସ। ୩୭ ହଜାର ମହିଳା ଏକାଠି ହୋଇ ରାସ କରିଥିଲେ। ଦ୍ୱାରକା ନାଗେଶ୍ୱର ରୋଡ୍‌ ରୁକ୍ମିଣ ମନ୍ଦିର ସାମ୍ନାରେ ୩୭ ହଜାର ମହିଳା ସକାଳ ୮ଟାରେ ପାରମ୍ପରିକ ବସ୍ତ୍ର ପିନ୍ଧି ରାସ ପରିବେଷଣ କରିଛନ୍ତି। ଅଖିଳ ଭାରତୀୟ ମହାରାସ ସଂଗଠନ ତରଫରୁ ଏହାର ଆୟୋଜନ କରାଯାଇଥିଲା। ଦେଶ ବିଦେଶର ହଜାର ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି।


ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ରବଧୁ ଏବଂ ବଣାସୁରର ଝିଅ ଉଷା ରାସ କେଳିଥିଲେ। ଏହା ପରଠାରୁ ଗୁଜରାଟରେ ଗରବାର ଶୁଭାରମ୍ଭ ହୋଇଥିଲା।


Sunday, December 24, 2023

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ଖେଳରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ଚମ୍ପିୟନ

COASTAL NEWS ODIA 1605

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ  ଫାଇନାଲ ଖେଳରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ଚମ୍ପିୟନ



ଆଳି - (CNO) ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ୍ ଖେଳ ରଙ୍ଗାରଙ୍ଗ ଉତ୍ସବ ମୁଖରିତ ପରିବେଶରେ ସମାପନ ହୋଇଯାଇଛି l ଏହି ସଂଘର୍ଷପୂର୍ଣ୍ଣ ଖେଳରେ ରେ ୟୁନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର କୁ  4-3 ଟାଏ ବ୍ରେକର ରେ ହରାଇ ସ୍ପୋର୍ଟ୍ସ ହଷ୍ଟେଲ କଟକ ଚମ୍ପିୟନ ହୋଇଛି l ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ପୋର୍ଟ୍ସ ହଷ୍ଟେଲ କଟକ ର ଡି ସଞ୍ଜୟ ଙ୍କୁ 1000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଓ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ଗଣ୍ଡରପୁର  କ୍ଳବ ର ଗୋଲକିପର ଫଗୁ ବାସ୍କେ ଙ୍କୁ 2000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l 

ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ତଥା ଆଳି ଏଥଲେଟିକ ଆସୋସିଏସନ ର ସଭାପତି ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଚମ୍ପିୟାନ ଦଳକୁ 30000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଓ ରନର୍ସ ଅପ ଦଳକୁ 20000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭୀଷ୍ମ ମହାନ୍ତି,   ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ, ସନମାନିତ ଅତିଥି ଶ୍ରୀଯୁକ୍ତ ମନୋରଞ୍ଜନ ସାମଲ , ଅଧ୍ୟକ୍ଷ ପଂଚାୟତ ସମିତି ଆଳି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା,  ଶିକ୍ଷାବିତ, ଶ୍ରୀଯୁକ୍ତ ବିଜୟ କୁମାର ସେନାପତି, ଆଳି ଏଥଲେଟିକ ଆସୋସିଏସନ ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ l 

ରେଫରୀ ଜିତେନ୍ଦ୍ର ସ୍ୱାଇଁ, ସୁଦିପ ଦାସ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ପହଲି ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ଖେଳ ପରିଚାଳନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ନିର୍ମଳ ବେହେରା ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ସତ୍ୟ ରଞ୍ଜନ ରାଉତ, ଅରୁଣ ଖଣ୍ଡୁଆଳ , ଗଣେଶ୍ୱର ସାମଲ , ଶରତ ଦାସ, ଇକବାଲ ଖାଁ, ମନୋଜ ମହାନ୍ତି ଏବଂ ଏଥଲେଟିକ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ .

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

COASTAL NEWS ODIA 1604

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି 



ପୁରୀ - (CNO) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ଜୋରଦାର ହେଉଛି ପ୍ରସ୍ତୁତି । ଆସନ୍ତା ଜାନୁଆରୀ 17 ରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର‌ ଅର୍ପଣ କରାଯାଇଥିଲା । ଏହାପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିୟନ୍ତ୍ରଣ ଦିଆଯାଇଛି । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ ପତ୍ର୍ର ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସହ ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଠାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଉତ୍ସବରେ ଉପସ୍ଥିତି ପାଇଁ ନିବେଦନ କରିଛନ୍ତି । ସେଠାରେ ଜଗତଗୁରୁଙ୍କ ସହ ଵିସ୍ତ୍ରୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯାଇଛି । 
 
ଆଗାମୀ ମାସରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଶ୍ରୀକ୍ଷେତ୍ରକୁ ଫେରିବା ପରେ ଗଜପତି ମହାରାଜଙ୍କ ନେତୃତ୍ବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...