AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

ଡେଙ୍ଗୁ ନିୟନ୍ତ୍ରଣ ବେଳକୁ ଅଣାୟତ୍ତ ହେଲାଣି ମ୍ୟାଲେରିଆ: ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ଓଡ଼ିଶା ଦ୍ବିତୀୟ

 COASTAL NEWS Odia 576

ଡେଙ୍ଗୁ ନିୟନ୍ତ୍ରଣ ବେଳକୁ ଅଣାୟତ୍ତ ହେଲାଣି ମ୍ୟାଲେରିଆ: ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ଓଡ଼ିଶା ଦ୍ବିତୀୟ



 

ଭୁବନେଶ୍ବର: ମଶାଙ୍କ ଆକ୍ରମଣରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ସହରରେ ଡେଙ୍ଗୁ ମାତିଥିବା ବେଳେ ଗ୍ରାମାଞ୍ଚଳରେ ମ୍ୟାଲେରିଆ କବଳିତ କଲାଣି। ରାଜ୍ୟ ସରକାରଙ୍କ ସର୍ବା‌ଧିକ ଫୋକସ୍ ଏବେ ଡେଙ୍ଗୁ ଉପରେ ରହିଥିବା ବେଳେ ପୂର୍ବରୁ ବଦନାମ କରିଥିବା ମ୍ୟାଲେରିଆ ଚଳିତବର୍ଷ ମୁଣ୍ଡ ଟେକିଲାଣି। ଅଗଷ୍ଟ ମାସ ଶେଷ ବେଳକୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସାଢ଼େ ୩ହଜାର ହୋଇଥିବା ବେଳେ ମେ’ ମାସ ବେଳକୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଛୁଇଁଛି। ଚଳିତବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଗତବର୍ଷର ସଂଖ୍ୟାକୁ ଟପିଯିବା ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ମିଳିଲାଣି। ମ୍ୟାଲେରିଆ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଔଷଧୀୟ ମଶାରିର ଅବଧି ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ଔଷଧୀୟ ମଶାରୀ କେବେ ପଠାଇବେ ତାହାକୁ ରାଜ୍ୟ ସରକାର ଚାହିଁ ବସିଛନ୍ତି। ମଶାରୀ ଆସିବ ଯେତେ ବିଳମ୍ବ ହେବ ମ୍ୟାଲେରିଆ ରାଜ୍ୟ ସରକାରଙ୍କ ପାଇଁ ସେତେ ବଦାନମ ଆଣିବ ବୋଲି ବିଭାଗରେ ଆଲୋଚନା ହେଉଛି।

୨୦୧୬ ମସିହାରୁ ରାଜ୍ୟରେ ମ୍ୟାଲେରିଆ ସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୦ କୋଭିଡ୍‌ ବର୍ଷରେ ଏଥିରେ କିଛିଟା ବୃଦ୍ଧି ହୋଇଥିଲେ ହେଁ ପରବର୍ତୀ ବର୍ଷଗୁଡ଼ିକରେ କମି କମି ଚାଲିଛି। ମାଚ୍ର ଚଳିତବର୍ଷର ମ୍ୟାଲେରିଆ ରାଜ୍ୟ ସରକାରଙ୍କ ପୂର୍ବରୁ ହୋଇଥିବା ସମସ୍ତ ଉଦ୍ୟମକୁ ପାଣି ଫୋଟକା ଭଳି ମିଳାଇଦେଇଛି। ଏନ୍‌ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ମେ’ ମାସ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୫ ଥିବା ବେଳେ ଚଳିତବର୍ଷ ଏହା ୯୯୦୭କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ୯୫% ବୃଦ୍ଧି ହୋଇଛି। ଯାହାକି ଚିନ୍ତାଜନକ। ଏହାଭିତରେ ୩ମାସ ବିତିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଦେଶରେ ଛତିଶଗଡ଼ ପରେ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ବେଳେ ସରକାରଙ୍କ ପକ୍ଷରୁ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଉନାହିଁ। ମେ’ମାସ ସୁଦ୍ଧା ଦେଶରେ ମ୍ୟାଲେରିଆରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ଏଥିରେ ଗୋଟିଏ ମୃତ୍ୟୁ ଓଡ଼ିଶାରୁ ରହିଛି। ଗତବର୍ଷ ରାଜ୍ୟରେ ୫ଜଣଙ୍କ ମ୍ୟାଲେରିଆରେ ସରକାରୀଭାବେ ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ମ୍ୟାଲେରିଆ ନିୟନ୍ତ୍ରଣ ଯେଉଁ ପ୍ରମୁଖ କେତୋଟି ଦିଗ ରହିଛି ତହିଁରେ ଔଷଧୀୟ ମଶାରି ଗୁରୁତ୍ବପୂର୍ଣ୍ଣ। ୨୦୧୮ ମସିହାରେ ରାଜ୍ୟରେ ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା। ଏହି ମଶାରିର ଅବଧି ୩ବର୍ଷ ଥିଲା। ଗତବର୍ଷ ଡିସେମ୍ବରରେ ଏହାର ଅବଧି ଶେଷ ହୋଇଯାଇଛି। କେନ୍ଦ୍ର ସରକାର ଯଦି ଏହି ମଶାରି ପ୍ରଦାନରେ ବିଳମ୍ବ କରନ୍ତି ତାହାଲେ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଙ୍ଗୀନ ହୋଇପାରେ। ମ୍ୟାଲେରିଆ ସଂଖ୍ୟା ଥରେ ବଢ଼ିଗଲେ ସବୁଠାରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୨୦୨୨ ସ୍ଥିତି ଫେରାଇ ଆଣିବାକୁ ରାଜ୍ୟକୁ ଆହୁରି ୫-୭ବର୍ଷ ଲାଗିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହ ରାଜ୍ୟରେ ସ୍ବତନ୍ତ୍ରଭାବେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ‘ଦମନ’ କାର୍ଯ୍ୟକ୍ରମ ଚାଲୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମ୍ୟାଲେରିଆ ସଂଖ୍ୟା ବଢ଼ିବା ‘ଦମନ’ର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଲଗାଇଛି।

ରାଜ୍ୟ ଭିବିଡିର ଯୁଗ୍ମ ନିର୍ଦେଶକ ଡା.ଶୁଭାଶିଷ ମହାନ୍ତି କହିଛନ୍ତି, ରାଜ୍ୟରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି। ଦକ୍ଷିଣ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ସେସବୁ ଜିଲ୍ଲାରେ ମାଇକ୍ରୋପ୍ଲାନିଂ କରାଯାଇ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ଗୁରୁତ୍ବ ଦିଆଯାଉଛି। ପାଣିପାଗ ମଧ୍ୟ ମ୍ୟାଲେରିଆ ନିୟନ୍ତ୍ରଣରେ ଖଳନାୟକ ସାଜୁଛି। ଗରମ କାରଣରୁ ଲୋକମାନେ ସାଧାରଣଭାବେ ମଶାରି ଭିତରେ ଶୋଇବାକୁ ପସନ୍ଦ କରି ନ ଥାନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଔଷଧୀୟ ମଶାରି ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଯୋଗାଯୋଗ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ମଶାରି ଯୋଗାଇଦେବେ ବୋଲି କହିଛନ୍ତି, ମାତ୍ର କେଉଁ ମାସରେ ଦେବେ ତାହା ସ୍ପଷ୍ଟ କରିନାହାନ୍ତି। ତେଣୁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥିବା ଡା.ମହାନ୍ତି ସୂଚନା ଦେଇଛନ୍ତି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...