AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ

COASTAL NEWS Odia 575

ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ, 





ମୁମ୍ବାଇ : ଭାରତୀୟ ନୌସେନାର ନୂଆ ଯୁଦ୍ଧପୋତ ଆଇଏନଏସ୍ ମହେନ୍ଦ୍ର ଗିରିର ଶୁକ୍ରବାର ଜଳାବତରଣ ହୋଇଛି। ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ ଓ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ଉପସ୍ଥିତିରେ ମୁମ୍ବାଇର ମଝଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡରେ ଏହି ଜଳାବତରଣ ହୋଇଛି। ଏହା ପ୍ରେଜେକ୍ଟ-୧୭-ଏର ସପ୍ତମ ଯୁଦ୍ଧପୋତ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୧୭ ତାରିଖରେ ଏହି ପ୍ରକଳ୍ପର ଷଷ୍ଠ ଯୁଦ୍ଧପୋତ ବିନ୍ଧ୍ୟଗିରିକୁ ଲୋକାର୍ପିତ କରିଥିଲେ।

ପ୍ରୋଜେକ୍ଟ ୧୭-ଏରେ ନିର୍ମିତ ଏହି ଯୁଦ୍ଧପୋତରେ ଅନେକ ପ୍ରକାରର ବିଶେଷତା ରହିଛି। ଏଥିରେ ଉନ୍ନତ ଶ୍ରେଣୀର ଅସ୍ତ୍ରଶସ୍ତ୍ର ସମେତ ସେନସର ଓ ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ସିଷ୍ଟମ ରହିଛି। ଏହା ସହିତ ଯୁଦ୍ଧପୋତର ଗୋପନୀୟତା ସମ୍ପର୍କିତ ଅନ୍ୟ ଫିଚର୍ସ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରୋଜେକ୍ଟ ୧୭-ଏ ଅନ୍ତର୍ଗତ ୫ଟି ଯୁଦ୍ଧପୋତକୁ ୨୦୧୯ରୁ  ୨୦୨୨ ମଧ୍ୟରେ ଲଞ୍ଚ କରାଯାଇଥିଲା।

ପ୍ରଥମତଃ ଏହି ଯୁଦ୍ଧପୋତର ଆକାର ଅତି ବିଶାଳକାୟ ଓ ବହୁତ ଶକ୍ତିଶାଳୀ। ଅଧିକାରୀଙ୍କ ଅନୁସାରେ ଏହା ୧୪୯ ମିଟର ଲମ୍ବା ହୋଇଥିବା ବେଳେ ୧୭.୮ ମିଟର ଚୌଡା। ଏହାର ସର୍ବାଧିକ ବେଗ ୨୮ ନଟ୍‌ ରହିବ। ପ୍ରୋଜେକ୍ଟ ୧୭-ଏ ର ମହେନ୍ଦ୍ରଗିରି ଶେଷ ଯୁଦ୍ଧପୋତ। ପ୍ରକଳ୍ପ ଅନୁସାରେ ୪ଟି ଯୁଦ୍ଧପୋତ ମଝଗାଓଁ ଡକ୍‌ରେ ନିର୍ମିତ ହୋଇଛି। ଏହା ଛଡା ଅନ୍ୟଗୁଡିକୁ ଗାର୍ଡନରିଚ୍ ଶିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସଇ) କୋଲକାତାରେ ନିର୍ମାଣ କରାଯାଇଛି।

ପ୍ରୋଜେକ୍ଟ ୧୭-ଏର ସବୁ ଯୁଦ୍ଧପୋତ ବର୍ତ୍ତମାନ ନିର୍ମାଣର ଅଲଗା ଅଲଗା ଅବସ୍ଥାରେ ଅଛନ୍ତି। ଆଶା କରାଯାଉଛି ୨୦୨୪ରୁ ୨୦୨୬ ମଧ୍ୟରେ ଏ ଗୁଡିକୁ ନେଭିକୁ ଦେଇ ଦିଆଯିବ। ଏକ ବୟାନରେ ଭାରତୀୟ ନୌସେନା କହିଛନ୍ତି ଯେ ବୈଷୟିକ ରୂପେ ମହେନ୍ଦ୍ରଗିରି ଏକ ଉନ୍ନତ ଯୁଦ୍ଧପୋତ। ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧପୋତ ଏପରି ଏକ ସମୟରେ ଲୋକାର୍ପିତ ହୋଇଛି ଯେତେବେଳେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହା ଛଡା ଚୀନ୍‌ ସେନାର ବଢୁଥିବା ଦବଦବାରେ ହୀନ୍ଦ ମହାସାଗର କ୍ଷେତ୍ରରେ ପାୱାର ଡାୟନାମିକ୍ସ ମଧ୍ୟ ବଦଳୁଛି।

ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ଏହାର ନାମକରଣ ଗଜପତି ଜିଲ୍ଲାର ବିଖ୍ଯାତ ପାହାଡ଼ ମହେନ୍ଦ୍ରଗିରି ନାମରେ ନାମିତ କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...