AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଉତକ୍ଷେପଣ କରାଯାଇଛି

 COASTAL NEWS Odia 577

ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଉତକ୍ଷେପଣ କରାଯାଇଛି



ନୂଆଦିଲ୍ଲୀ - ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଉତକ୍ଷେପଣ କରାଯାଇଛି । ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ଆଜି ୧୧.୫୦ ମିନିଟ ସମୟରେ ସଫଳତାପୂର୍ବତ ଉତକ୍ଷେପଣ କରାଯାଇଛି । PSLV-C57 ରେ ଆଦିତ୍ୟ L1 କୁ ଉତ୍‌କ୍ଷେପଣ କରାଯାଇଛି ।

୧୪୮୦ କିଲୋଗ୍ରାମ ଓଜନ ଆଦିତ୍ୟ L1 ଇସ୍ରୋର ବାହୁବଳୀ କହାଯାଉଥିବା ରକେଟ ପିଏସଏଏଭି ଜରିଆରେ ଲଞ୍ଚ କରାଯାଇଛି । ଏହା ପିଏସଏଲଭିର ୫୯ତମ ଲଞ୍ଚ । ଏହି ରକେଟର ସଫଳତା ୯୯ ପ୍ରତିଶତ ।

ଆଦିତ୍ୟ ଏଲ ୧ ମିଶନ ଏକ ଏପରି ମିଶନ ଯାହା ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ସୂର୍ଯ୍ୟ ନିକଟରେ ଏକ ସ୍ୱତନ୍ତ୍ର ଦୂରତା ରକ୍ଷା କରି ପହଞ୍ଚିବ । ତାହା ଏଥି ପାଇଁ କରାଯିବ କାରଣ ଆଦିତ୍ୟ ଏଲ ୧ ସୂର୍ଯ୍ୟ ନିକଟରେ ପହଁଚିଲେ ଏହା ଜଳି ନଷ୍ଟ ହେବାର ସମ୍ଭାବନା ରହିଛି ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।

ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ।



No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...