AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ବିରୋଧୀ ମେଣ୍ଟ ରେ ଫାଟ

 COASTAL NEWS Odia 568

ବିରୋଧୀ ମେଣ୍ଟ ରେ ଫାଟ 



ମୁମ୍ବାଇ - ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି। ବିହାର ଓ ବେଙ୍ଗାଲୁରୁ ପରେ ମୁମ୍ବାଇରେ ସବୁ ଦଳ ଏକାଠି ଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ସତ, କିନ୍ତୁ ପ୍ରଥମଥର ପାଇଁ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି।

ମୁମ୍ବାଇ ବୈଠକରେ ନିର୍ବାଚନୀ ସଂକଳ୍ପ ପାରିତ ହୋଇଥିବା ବେଳେ ମତ ପାର୍ଥକ୍ୟ ଯୋଗୁ ଗୋଟିଏ ରାଜନୀତିକ ସଂକଳ୍ପକୁ ବାଦ ଦିଆଯାଇଛି। ଏହି ରାଜନୀତିକ ସଂକଳ୍ପରେ ଜାତିଭିତ୍ତିକ ଜନଗଣନା ଉପରେ ଫୋକସ କରାଯାଇଥିଲା। କିନ୍ତୁ ଇଣ୍ଡିଆ ମେଣ୍ଟ ଏହା ଉପରେ ଏକମତ ହୋଇପାରିନି।

ନୀତୀଶ କୁମାରଙ୍କ ଜେଡିୟୁ, ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦାବି ରଖିଥିଲେ। ତେବେ ଏହା ବିରୋଧରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରସଙ୍ଗରେ ସବୁ ବିରୋଧୀ ଦଳର ନେତା ଏକାଠି ହୋଇ ପାରି ନାହାନ୍ତି।

ସବୁଠାରୁ କୌତହଳର ବିଷୟ ହେଉଛି ଯେ ଜୁଲାଇରେ ଇଣ୍ଡିଆ ମେଣ୍ଟର ବୈଠକ ବେଳେ ଯୁଗ୍ମ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ନିର୍ଦ୍ଦିଷ୍ଟ ଭାବେ ଜାତି ଭିତ୍ତିକ ଜନଗଣନାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା।

ସେତେବେଳେ କୁହାଯାଇଥିଲା ଯେ “ସଂଖ୍ୟାଲଘୁଙ୍କ ବିରୋଧରେ ସୃଷ୍ଟି କରାଯାଉଥିବା ଘୃଣା ଓ ହିଂସାକୁ ରୋକିବା, ମହିଳା, ଦଳିତ, ଆଦିବାସୀ ଓ କଶ୍ମୀର ପଣ୍ଡିତଙ୍କ ବିରୋଧରେ ହେଉଥିବା ଅପରାଧକୁ ବନ୍ଦ କରିବା, ସମସ୍ତ ସାମଜିକ, ଶିକ୍ଷାଗତ ଓ ଆର୍ଥିକ ପଛୁଆ ବର୍ଗର ଦାବିକୁ ନିରପେକ୍ଷ ଭାବେ ଶୁଣିବା ଓ ଜାତିଗତ ଜନଗଣନାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକାଠି ହୋଇଛୁ।” ହେଲେ ଏବେ ଜାତିଗତ ଜନଗଣନାକୁ ନେଇ ଇଣ୍ଡିଆ ମେଣ୍ଟ ଏକ ହୋଇ ପାରି ନାହାନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। କିଛି ଦିନ ପାଇଁ ଏହା ଉପରେ ରୋକ ଲାଗିଥିଲା। କିନ୍ତୁ ଗତମାସରେ ପାଟନା ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...