AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍

 COASTAL NEWS Odia 567

ବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍



ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧାବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍। ଶୁକ୍ରବାର ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।ଫେରିଥିବା ୨ ହଜାର ଟଙ୍କିଆ ନୋଟ୍‌ର ମୂଲ୍ୟ ୩.୩୨ ଲକ୍ଷ କୋଟି ହେବ ବୋଲି ଆର୍‌ବିଆଇ କହିଛି।  

ଆର୍‌ବିଆଇର ସୂଚନା ଅନୁସାରେ, ଏବେ ବି (ଅଗଷ୍ଟ ୩୧ ତାରିଖ ସୁଦ୍ଧା) ବଜାରରେ ୦.୨୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପଡ଼ି ରହିଛି। ୨୦୨୩ ମେ ୧୯ ତାରିଖ ସୁଦ୍ଧା ବଜାରରେ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା। ଯାହା ଏବେ ଫେରିଆସିଛି। ଫେରିଥିବା ଟଙ୍କା ମଧ୍ୟରୁ ୮୭ ପ୍ରତିଶତ ଡିପୋଜିଟ୍ ଆକାରରେ ଫେରିଥିବା ବେଳେ ୧୩ ପ୍ରତିଶତ ବଦଳି ହୋଇଛି ବୋଲି ଆର୍‌ବିଆଇ କହିଛି।

ଏଥିସହିତ ୨୦୦୦ ଟଙ୍କିଆ ନୋଟ୍ ଫେରାଇବାର ତାରିଖ ପାଖେଇ ଆସୁଥିବାରୁ ଆର୍‌ବିଆଇ ସାଧାରଣ ଲୋକଙ୍କୁ ସମୟ ଅନୁସାରେ ନୋଟ୍ ଫେରାଇବାକୁ ଅନୁରୋଧ କରିଛି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍‌ ଡିପୋଜିଟ୍ କିମ୍ବା ବଦଳି ଆକାରରେ ଫେରାଇବାକୁ ଆର୍‌ବିଆଇ କହିଛି।

ସୂଚନା ଥାଉକି ଚଳିତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା। ଆର୍‌ବିଆଇର ‘କ୍ଲିନ୍‌ ନୋଟ୍ ପଲିସି’ ଅନୁସାରେ ନୋଟ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଥିଲା। ଏହାର କିଛି ମାସ ପରେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଭାରତୀୟ ବ୍ୟାଙ୍କିଙ୍କ ସିଷ୍ଟମ୍‌ ପାଇଁ ଶୁଭ ସଂକେତ ବୋଲି ଏସ୍‌ବିଆଇର ଏକ ସର୍ଭେ ରିପୋର୍ଟରେ କୁହାଯାଇଥିଲା। ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କ ଡିପୋଜିଟ୍ ବଢ଼ିବ। ଋଣ ଚୁକାଇବା ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସ ପାଇଁ ବି ଏହା ଶୁଭ ସଂକେତ ବୋଲି ଏସ୍‌ବିଆଇ କହିଥିଲା।



No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...