AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ

 COASTAL NEWS Odia 569

ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ



ବେଙ୍ଗାଲୁରୁ,୧।୯: ଚନ୍ଦ୍ରାବତରଣ ପରେ ଏବେ ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ। ଶନିବାର ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ନିଜ ଲକ୍ଷ୍ୟ ପଥ ଅର୍ଥାତ୍‌ ସୂର୍ଯ୍ୟର କକ୍ଷ ପଥରେ ବୁଲି ତଥ୍ୟ ସଂଗ୍ରହ କରିବ। ତେବେ ଆଦିତ୍ୟ ଏଲ୧ର ପ୍ରାଥମିକ ପେଲୋଡ, ଭିଜିବଲ ଲାଇନ ଏମିସନ କରୋନାଗ୍ରାଫ (ଭିଇଏଲସି)କକ୍ଷପଥରେ ପହଞ୍ଚିବା ପରେ ଗ୍ରାଉଣ୍ଡ ଷ୍ଟେସନ ଅର୍ଥାତ୍‌ ଇସ୍ରୋକୁ ପ୍ରତିଦିନ ୧୪୪୦ ଫଟୋ ପଠାଇବ ବୋଲି ଇସ୍ରୋ କହିଛି। ଏହା ପରେ ସେଗୁଡିକୁ ବିଶ୍ଳେଷଣ କରାଯିବ।

ଭିଇଏଲସ ହେଉଛି ଆଦିତ୍ୟ ଏଲ ୧ ଉପରେ ସବୁଠାରୁ ବଡ ଏବଂ ଟେକ୍ନିକାଲ ଭାବରେ ଚ୍ୟାଲେଞ୍ଜିଂ ପେଲୋଡ। ଇସ୍ରୋ ସହଯୋଗରେ ହୋସ୍କୋଟରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭୌତିକ ସଂସ୍ଥା କ୍ୟାମ୍ପସରେ ପରୀକ୍ଷଣ କରାଯାଇଥିଲା।

ସେପ୍ଟେମ୍ବର ୨ ଶନିବାର ସକାଳ ୧୧ଟା ୫୦ରେ ପିଏସଏଲଭି-ସି୫୭ ରକେଟ ମାଧ୍ୟମରେ ଆଦିତ୍ୟ ଏଲ୧ ଲଞ୍ଚ କରାଯିବ। ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବା ପାଇଁ ସାତୋଟି ପେଲୋଡ ଧାରଣ କରିବ, ସେଥିମଧ୍ୟରୁ ଚାରିଟି ସୂର୍ଯ୍ୟଙ୍କଠାରୁ ଆଲୋକ ନୀରିକ୍ଷଣ କରିବ ଏବଂ ଅବଶିଷ୍ଟ ତିନୋଟି ପ୍ଲାଜମା ଏବଂ ଚୁମ୍ବକୀୟ କ୍ଷେତ୍ରର ମାନ ନେବ।

ଆଦିତ୍ୟ ଏଲ୧ ଲାଙ୍ଗ୍ରିଜିଆନ ପଏଣ୍ଟ ୧ କରୋନାଲ କକ୍ଷପଥରେ ରଖାଯିବ, ଯାହା ପୃଥିବୀଠାରୁ ସୂର୍ଯ୍ୟ ଦିଗରେ ଏକ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...