AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

କଲେଜ ଛାତ୍ର ନିଖୋଜ

 COASTAL NEWS Odia 570

କଲେଜ ଛାତ୍ର ନିଖୋଜ 



ଭଦ୍ରକ, ୧ା୯  – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ବଡ଼ ଲହୁଣିପାଳ ଗ୍ରାମର ଶଶିକାନ୍ତ କବିଙ୍କ ପୁଅ ପ୍ରୀତିରଂଜନ କବି (୧୭) କଲେଜ ଯିବା ରାସ୍ତାରେ କେଉଁଆଡ଼େ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଶଶିକାନ୍ତ ଏ ସମ୍ପର୍କରେ ଶୁକ୍ରବାର ପୀରହାଟ ଥାନାରେ ଅଭିଯୋଗ କରି ତାଙ୍କ ନିଖୋଜ ପୁଅକୁ ଖୋଜି ଆଣିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ପୁଲିସ ଏହି ଘଟଣାରେ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଶଶିକାନ୍ତଙ୍କ ଅଭିଯୋଗରୁ ପ୍ରକାଶ ଯେ ଓଳାଭରରୁ ବାଲେଶ୍ୱର ଯାଉଥିବା ନାୟକ ଏଣ୍ଡ ନାୟକ ବସରରେ ଗୁରୁବାର ସକାଳ ୯ଟା ସମୟରେ ପ୍ରୀତିରଂଜନ ଶିମୁଳିଆ ଯାଇଥିଲେ । ଶିମୁଳିଆ କଲେଜରେ ପ୍ରୀତିରଂଜନ +୨ ପଢ଼ୁଥିବାରୁ ସେ କଲେଜକୁ ଯାଉଥିଲେ । ଶିମୁଳିଆରେ ୧୧ଟା ସମୟରେ ଓହ୍ଲାଇବା ପରିବର୍ତ୍ତେ ଭୁଲ୍ ବଶତଃ ପ୍ରୀତିରଂଜନ ବାଲେଶ୍ୱରରେ ଓହ୍ଲାଇଥିବା ବସ୍ କଣ୍ଡକ୍ଟରଙ୍କ ଠାରୁ ଜଣା ପଡ଼ିଥିଲା । ତେବେ ଦିନ ୩ଟା ପର୍ଯ୍ୟନ୍ତ ପ୍ରୀତିରଂଜନର ଫୋନ ଘରକୁ ନଆସିବାରୁ ସେ କଲେଜ ଯାଇନଥିବା କଥା ତାଙ୍କ ବାପା ଶଶିକାନ୍ତ ଜାଣିପାରିଥିଲେ । ପର ଠାରୁ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରୀତିରଂଜନଙ୍କ କୌଣସି ସନ୍ଧାନ ମିଳି ପାରିନଥିବା ଦର୍ଶାଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...