AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧ

 COASTAL NEWS Odia 571

ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧ



ସମ୍ବଲପୁର - ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର କର୍ଡ଼ାପାଲ ଗାଁରେ ଘଟିଛି ଏହି ଘଟଣା।

ମୃତକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଚାରମାଳ ବିଶ୍ଵନାଥପୁର ଗାଁର ଉଦ୍ଧବ ପଧାନ (୭୦)। ଗୁରୁତର ଥିବା ତାଙ୍କ ପତ୍ନୀଙ୍କ ନାଁ ମାଳତି ପଧାନ (୬୫)।

ଉଦ୍ଧବ ଓ ତାଙ୍କ ପତ୍ନୀ କର୍ଡ଼ାପାଲ ସ୍ଥିତ ସେମାନଙ୍କ ଝିଅ-ଜ୍ୱାଇଁଙ୍କ ଘରକୁ ଆସିଥିଲେ। ଆଜି ଗାଁ ପାଖ ପାଣିଖିଆ ନାଳକୁ ଗାଧୋଇବାଜୁ ଯାଇଥିବାବେଳେ ଘଟିଥିଲା ଏହି ଅଘଟଣ।

ନାଳରେ ଗାଧୋଉ ଥିବାବେଳେ ହଠାତ୍ ଉଦ୍ଧବଙ୍କ ଗୋଡ଼ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପତ୍ନୀ ମାଳତି ବି ବୁଡ଼ି ଯାଇଥିଲେଣି। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୀରମହାରାଜପୁର ପୁଲିସ ଘଟଣାର ତଦନ୍ତ କରୁଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...