AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

ଜଳାତଙ୍କ ରୋଗରେ ଚାଲିଗଲା ଜୀବନ

 COASTAL NEWS Odia 613

ଜଳାତଙ୍କ ରୋଗରେ ଚାଲିଗଲା ଜୀବନ 



ବୁଲନ୍ଦଶହର - ଛଟପଟ ହୋଇ ଚାଲି ଯାଇଛି ଜଣେ ୧୪ ବର୍ଷୀୟ ପିଲାର ଜୀବନ। ଦିଲ୍ଲୀ ଏମ୍ସ ଠାରୁ ଆରମ୍ଭ କରି ଅନେକ ହସ୍ପିଟାଲରେ ପୁଅର ଚିକିତ୍ସା ପାଇଁ ପରିବାର ଲୋକ ଯାଇଥିଲେ ହେଁ କେହି ବି ତା’ର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇ ନାହାନ୍ତି। ଶେଷରେ ବୁଲନ୍ଦଶହରରେ ରହୁଥିବା ଜଣେ ବୈଦ୍ୟଙ୍କ ପାଖକୁ ପରିବାର ଲୋକ ପିଲାଟିକୁ ନେଇଥିଲେ। କିନ୍ତୁ ସେଠାରୁ ଆମ୍ବୁଲାନ୍ସରେ ଫେରିବା ବେଳେ ବାପାଙ୍କ କୋଳରେ ମୁଣ୍ଡ ରଖି ନାବାଳକଟି ପ୍ରାଣ ହରାଇଛି। 

ଗାଜିଆବାଦର ବିଜୟନଗର ଥାନା ଅଞ୍ଚଳରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଚରଣ ସିଂହ କୋଲନୀରେ ୟାକୁବ ନାମକ ଜଣେ ବ୍ୟକ୍ତି ପରିବାର ସହ ରୁହନ୍ତି। ୟାକୁବଙ୍କ ୧୪ ବର୍ଷୀୟ ପୁଅ ସାବେଜ ୮ମ ଶ୍ରେଣୀରେ ପଢ଼େ। ୪ ଦିନ ତଳେ ସେ ଅଜବ ହରକତ ସବୁ କରିବା ଆରମ୍ଭ କରିଥିଲା। 

ସେ ପାଣି ଦେଖିବା ମାତ୍ରେ ଡରିବା ଆରମ୍ଭ କରିଥିଲା। ଖାଇବା ଓ ପାଣି ପିଇବା ବନ୍ଦ କରି ଦେଲା। ବାରମ୍ବାର ଜିଭ କାଢ଼ିବା ସହ କୁକୁରଙ୍କ ଭଳି ଭୋକିବାରେ ଲାଗିଥିଲା। 

ପରିବାର ଲୋକ ତା’କୁ ଡାକ୍ତରଙ୍କ ପାଖକୁ ନେବାରୁ ସେଠାରେ ଜଣା ପଡ଼ିଥିଲା ଯେ ସାବେଜଙ୍କୁ ବେଶ କିଛି ଦିନ ପୂର୍ବରୁ କୌଣସି କୁକୁର କାମୁଡ଼ିଥିଲା। ଏହାର ଚିକିତ୍ସା କରାଯାଇ ନଥିବାରୁ ବର୍ତ୍ତମାନ ସଂକ୍ରମଣ ପୂରା ଶରୀରରେ ବ୍ୟାପି ଯାଇଥିବା ଡାକ୍ତର କରିଥିଲେ।

ଗାଜିଆବାଦରୁ ନିରାଶ ହେବା ପରେ ପରିବାର ଲୋକ ତାଙ୍କୁ ମୀରଟ ନେଇଥିଲେ। ସେଠାରୁ ତାକୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। କିନ୍ତୁ ସେ ଜଳାନ୍ତକ ରୋଗରେ ପୀଡ଼ିତ ହୋଇଥିବା ବେଳେ ସଂକ୍ରମଣ ଅଧିକ ଥିବାରୁ କେହି ବି ତାଙ୍କର ସଫଳ ଚିକିତ୍ସା କରି ପାରି ନଥିଲେ। ଶେଷରେ ସୋମବାର ସାବେଜ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। 

ସାବେଜର ପଡ଼ୋଶୀ ଭାବେ ରହୁଥିବା ଜଣେ ମହିଳା ସବୁଦିନ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତି। ଉକ୍ତ ଅଞ୍ଚଳରେ ମଧ୍ୟ ୫ରୁ ୬ଟି କୁକୁର ରୁହନ୍ତି। ପ୍ରାୟ ମାସକ ତଳେ ସେହି କୁକୁର ମଧ୍ୟରୁ ଗୋଟିଏ ସାବେଜଙ୍କୁ କାମୁଡ଼ି ଦେଇଥିଲା ବୋଲି ତାଙ୍କର ଦାଦା କହିଛନ୍ତି। 

ସେ କହିଛନ୍ତି, କୁକୁର କାମୁଡ଼ି ଥିଲେ ମଧ୍ୟ ସାବେଜ କାହାକୁ ଏ ବିଷୟରେ କହି ନଥିଲା। ଘଟଣାର ପ୍ରାୟ ମାସକ ପରେ ତା’ ଶରୀରରେ ଅଜବ ପ୍ରକାରର ଲକ୍ଷଣ ସବୁ ଦେଖା ଯାଇଥିଲା। ସେ ପାଣି ଓ ପବନକୁ ଦେଖି ଡରୁଥିଲେ। ସେ ଅନ୍ଧାରରେ ରହିବାକୁ ଭଲ ପାଉଥିଲେ। ସେ ସବୁ କଥାରେ ଡରୁଥିଲେ ଓ ବଡ଼ ପାଟିରେ ଚିତ୍କାର ମଧ୍ୟ କରୁଥିଲେ।

ଏସବୁ ଲକ୍ଷଣ ଦେଖି ଆମେ ତାକୁ ଗାଜିଆବାଦ, ମୀରଟ ଓ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନେଇଥିଲୁ। ବୁଲନ୍ଦଶହରଙ୍କୁ ମଧ୍ୟ ସେ ଚିକିତ୍ସା ପାଇଁ ଯାଇଥିଲା। ସୋମବାର ସେ ବାପା ୟାକୁବଙ୍କ ସହ ଘରକୁ ଫେରୁ ଥିବା ବେଳେ ଅଧା ବାଟରେ ଆଖି ବୁଜିଛି ବୋଲି ଦାଦା କହିଛନ୍ତି। 

ସାବେଜଙ୍କ ପରିବାର ଲୋକଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଏମିତି ଘଟଣା ଯେମିତି ଆଉ କାହା ସହ ନ ଘଟୁ, ସେଥିପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...