AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

ସିମ୍‌ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ

 COASTAL NEWS Odia 614

ସିମ୍‌ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ



ନୂଆଦିଲ୍ଲୀ - ସିମ୍‌ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ। ଯେ କେହି ଚାହିଁଲେ ବିକି ପାରିବେନି ସିମ୍‌ କାର୍ଡ। କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି। ଅକ୍ଟୋବର ପହିଲାରୁ ଲାଗୁହେବ ଏ ନୂଆ ନିୟମ।

ଜାଲ ସିମ୍‌ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ୍‌ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍‌ ବିଭାଗ। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିଜର ସମସ୍ତ ‘ପଏଣ୍ଟ ଅଫ୍‌ ସେଲ’ ବା ଅଧିକୃତ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ବୋଲି ଟେଲିକମ ଅପରେଟରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜୀକରଣ ବେଳେ ସିମ୍ କାର୍ଡ ଭେଣ୍ଡରଙ୍କୁ ନିଜର କର୍ପୋରେଟ ପରିଚୟପତ୍ର (CIN), ବିଜିନେସ୍‌ ଲାଇସେନ୍ସ, ଆଧାର, ପାନ୍, ଜିଏସ୍‌ଟି ନମ୍ବର ପ୍ରଭୃତି ଦାଖଲ କରିବାକୁ କୁହାଯାଇଛି। ଟେଲିକମ ବିଭାଗ ଖାଲି ଏ ନିର୍ଦ୍ଦେଶ ଦେଇନି, କଡ଼ା ଚେତାବନି ମଧ୍ୟ ଦେଇଛି। ଆହୁରି ମଧ୍ୟ କୁହାଯାଇଛି, ଯଦି ସେପ୍ଟେମ୍ବର ୩୦ ତାରିଖ ପରେ କୌଣସି ଅଣ-ପଞ୍ଜୀକୃତ POSରେ ସିମ୍‌ କାର୍ଡ ବିକ୍ରି ହେଉଥିବା ଧରାପଡ଼େ, ପ୍ରତି ଥର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବେ ଟେଲିକମ୍‌ ଅପରେଟର।

ଖାଲି ସେତିକି ନୁହେଁ, ଅଣ-ପଞ୍ଜୀକୃତ ପଏଣ୍ଟ ଅଫ୍‌ ସେଲ୍‌ ଜରିଆରେ ଆକ୍ଟିଭେଟ୍‌ ହୋଇଥିବା ସମସ୍ତଙ୍କ ମୋବାଇଲ ସଂଯୋଗର ପୁନଃଯାଞ୍ଚ ଲାଗି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ପୁରୁଣା ସିମ୍‌ କାର୍ଡ ଭେଣ୍ଡରଙ୍କ ଡକ୍ୟୁମେଣ୍ଟ ଦାଖଲ ସହ ପଞ୍ଜୀକରଣ ସାରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଯଦି କୌଣସି ସିମ୍‌ କାର୍ଡ ବିକ୍ରେତାଙ୍କ ଡକ୍ୟୁମେଣ୍ଟ ଜାଲ ଥିବା ଜଣାପଡ଼ିବ, ଏଭଳି କ୍ଷେତ୍ରରେ ଉକ୍ତ ସିମ୍‌ କାର୍ଡ ବିକ୍ରେତାଙ୍କ ଦ୍ୱାରା ବିକ୍ରି ହୋଇଥିବା ସମସ୍ତ ସିମ୍‌ କାର୍ଡର ପୁନଃଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ। ସରକାରଙ୍କ ଏହି ନିଷ୍ପତ୍ତିକୁ ସାଇବର ଏକ୍ସପର୍ଟ ସ୍ୱାଗତ କରିଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ୬୬ ହଜାର ଜାଲ ହ୍ୱଟ୍ସଆପ୍‌ ଆକାଉଣ୍ଟକୁ ବ୍ଲକ କରାଯିବା ସହ ୬୭ ହଜାର ସିମ୍‌ କାର୍ଡ ଡିଲରଙ୍କୁ ବ୍ଲାକ୍‌ ଲିଷ୍ଟ କରାଯାଇଛି। ଏମିତିକି ୩୦୦ ଠକଙ୍କ ବିରୋଧରେ ମାମଲା ରୁଜୁ ସହ ୫୨ ଲକ୍ଷ ଫୋନ ସଂଯୋଗକୁ ରଦ୍ଦ କରାଯାଇଛି।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...