AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

ବିମାନ ପରିଚାରିକାଙ୍କ ଗଳାକାଟି ହତ୍ୟା

 COASTAL NEWS Odia 612

ବିମାନ ପରିଚାରିକାଙ୍କ ଗଳାକାଟି ହତ୍ୟା



ମୁମ୍ବଇ, ୪୯: ଅନ୍ଧରୀର କିଷନଲାଲ ମାରୱା ଏନ୍‌ଜି କମ୍ପ୍ଲେକ୍ସ ଆପାର୍ଟମେଣ୍ଟର ଏକ ପ୍ଲାଟରେ ରହୁଥିବା ୨୪ ବର୍ଷୀୟା ରୁପଲ୍ ଓର୍‌ରେ ନାମକ ବିମାନ ପରିଚାରିକାଙ୍କ ଗଳାକାଟି ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ ୪୦ ବର୍ଷୀୟ ବିକ୍ରମ ନାମକ ଘରୋଇ ସହାୟକକୁ ଗିରଫ କରିଛି। ରୁପଲ୍ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ବିକ୍ରମ ସେଠାରେ କାମ କରୁଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ରୁପଲ୍ ଗତ ଏପ୍ରିଲ୍‌ରେ ଛତିଶଗଡ଼ରୁ ମୁମଇ ଆସି ଏୟାର ଇଣ୍ଡିଆରେ କାମ କରୁଥିଲେ। ରୁପଲ୍‌ଙ୍କ ସହ ତାଙ୍କ ସାନ ଭଉଣୀ ଆପାର୍ଟମେଣ୍ଟରେ ରହୁଥିଲେ । ତେବେ ୮ ଦିନ ତଳେ ସାନ ଭଉଣୀ ଛତିଶଗଡ଼ ଯାଇଥିବା ବେଳେ ରୁପଲ୍ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ରବିବାର ପରିବାର ଲୋକେ ରୁପଲ୍‌ଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ପରବ ର୍ତ୍ତୀ ସମୟରେ ପରିବାର ଲୋକେ ମୁମ୍ବଇରେ ରହୁଥିବା ରୁପଲ୍‌ଙ୍କ ବନ୍ଧୁଙ୍କୁ ଫୋନ୍ କରିଥିଲେ। ରୁପଲ୍‌ଙ୍କ ବନ୍ଧୁ ଫ୍ଲାଟ୍‌କୁ ଆସି ତାହା ଭିତରପଟୁ ବନ୍ଦଥିବା ଦେଖିବାକୁ ପାଇଥିଲେ । ଏସମ୍ପର୍କରେ ସେମାନେ ପୁଲିସକୁ ଜଣାଇଥିଲେ। ପୁଲିସ ଉପସ୍ଥିତିରେ ଫ୍ଲାଟ ଖୋଲା ଯାଇଥିଲା ଓ  ରୁପଲ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ପରଠାରୁ ବିକ୍ରମ ଫେରାରଥିବା ଜଣାପଡ଼ିଥିଲା। ପୁଲିସ ତୁଙ୍ଗା ଗ୍ରାମରେ ଥିବା ବାସଭବନରୁ ବିକ୍ରମକୁ ଗିରଫ କରିଥିଲା। କେଉଁ କାରଣ ପାଇଁ ରୁପଲ୍‌କୁ ବିକ୍ରମ ହତ୍ୟା କରିଛି ସେସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖୁଛି। ଏହି ଘଟଣା ଚର୍ଚା ର ବିଷୟ ହୋଇଛି l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...