AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

ଚନ୍ଦ୍ରଭାଗା ରୁ ମୃତ ଡଲଫିନ୍ ଉଦ୍ଧାର

 COASTAL NEWS Odia 611

ଚନ୍ଦ୍ରଭାଗା ରୁ ମୃତ ଡଲଫିନ୍ ଉଦ୍ଧାର 



କୋଣାର୍କ, ୪୯ (ନି.ପ୍ର): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା କୂଳ ଦରିଆ ମହାବୀର ମନ୍ଦିର ନିକଟରୁ ସୋମବାର ସକାଳୁ ଏକ୫ ଫୁଟ ଲମ୍ବର ମୃତ ଡଲଫିନକୁ ବନବିଭାଗ ଉଦ୍ଧାର କରିଛି। ଏହି ଡଲଫିନ୍ ବୋତଲ ନାଗାଇ ପ୍ରଜାତିର, ତା’ର ଆନୁମାନିକ ବୟସ ଦୁଇ ବର୍ଷ ଓ ଓଜନ ପ୍ରାୟ ୮୦ କେଜି ହେବବୋଲି କୋଣାର୍କ ବନଖଣ୍ଡ ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ସମୁଦ୍ର ମଧ୍ୟରେ ବେଆଇନ ଭାବେ ଶତାଧିକ ଟ୍ରଲର ଚାଲୁଥିବା ବେଳେ ଟ୍ରଲର ଆଘାତରେ ପ୍ରାୟ ୫ ଫୁଟରୁ ଅଧିକ ଲମ୍ବର ଡଲଫିନ୍‌ର ମୃତ ଶରୀର ଚନ୍ଦ୍ରଭାଗା କୂଳରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଦେଖି କୋଣାର୍କ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ ।ବନଖଣ୍ଡ ଅଧିକାରୀ ସୁଦର୍ଶନ ଦେହୁରୀ, ବନପାଳ ରବୀନ୍ଦ୍ର କୁମାର ସ୍ବାଇଁ, ବନରକ୍ଷୀ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...