AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

୬୮ ବର୍ଷରେ ସାଲ୍‌ଭେଙ୍କ ତୃତୀୟ ବିବାହ

 COASTAL NEWS Odia 610

୬୮ ବର୍ଷରେ ସାଲ୍‌ଭେଙ୍କ ତୃତୀୟ ବିବାହ



ଲଣ୍ଡନ, ୪୮୯: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ୬୮ବର୍ଷ ବୟସରେ ତୃତୀୟ ବିବାହ କରିଛନ୍ତି । ସେ ରବିବାର ଏକ ସ୍ଵତନ୍ତ୍ର ଉତ୍ସବରେ ତ୍ରିନା ନାମ୍ନୀ ବ୍ରିଟିଶ ମହିଳାଙ୍କୁ ଖ୍ରୀଷ୍ଟୀୟ ରୀତିନୀତିରେ ବିବାହ କରିଛନ୍ତି ।

ସାଲ୍‌ଭେ ପ୍ରଥମେ ମୀନାକ୍ଷୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ ସାକ୍ଷୀ ଓ ସାନିୟା ଅଛନ୍ତି। ୨୦୨୦ରେ ସେ ମୀନାକ୍ଷୀଙ୍କ ସହ ୩୮ ବର୍ଷର ସମ୍ପର୍କ ତୁଟାଇ ୫୬ ବର୍ଷୀୟା ବ୍ରିଟିଶ ଚିତ୍ରଶିଳ୍ପୀ କରୋଲାଇନ୍ ବ୍ରୋସାର୍ଡଙ୍କୁ ବିବାହ କରିଥିଲେ; ତେବେ ଏହି ବିବାହ ଅଧୂକ ଦିନ ତିଷ୍ଠିଲା ନାହିଁ । 

ତୃତୀୟ ବିବାହ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଜୋର୍‌ଦାର ପ୍ରଚାର ଚାଲିଥିଲେ ମଧ୍ୟ ତ୍ରିନାଙ୍କ ସମ୍ପର୍କରେ ବିଶେଷ କିଛି ଜଣାପଡ଼ିନାହିଁ । ସାଲ୍‌ଭେଙ୍କର ଏହି ବିବାହ ଉତ୍ସବରେ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତାଙ୍କ ସହ ସୁନୀଲ ମିତ୍ତଲ, ଲକ୍ଷ୍ମୀ ନାରାୟଣ ମିତ୍ତଲ, ଏସ୍‌ପିଓ ଲୋହିଆ, ଗୋପୀ ହିନ୍ଦୁଜା, ଲଳିତ ମୋଦି ଓ ତାଙ୍କ ବାନ୍ଧବୀ ଉଜ୍ଜଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। 

ସାଲ୍‌ଭେ ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଥିଲେ । ଏତଦ୍ ବ୍ୟତୀତ ବ୍ରିଟେନ୍ ରାଜ ପରିବାରର ଆଇନ ପରାମର୍ଶଦାତା ମଧ୍ୟ ରହିଥିଲେ। କୂଳଭୂଷଣ ଯାଦବଙ୍କ ମାମଲାରେ ଆନ୍ତର୍ଜାତିକ ଅଦାଲତରେ ସେ ମାମଲା ଲଢ଼ି ଚର୍ଚ୍ଚିତ ହୋଇଥିଲେ।



No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...