AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ

 COASTAL NEWS Odia 584

ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ 




ନୂଆଦିଲ୍ଲୀ : ଶୋଇ ପଡିଲା ରୋଭର ପ୍ରଜ୍ଞାନ। ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ମିଟର ବାଟ ଅତିକ୍ରମ କରି କାମ ଶେଷ କରିଛି । ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍ ରେ ରଖିଛି ଇସ୍ରୋ । ଏଥିରେ ଲାଗିଥିବା ଉଭୟ ପେଲୋଡ୍ ଏପିଏକ୍ସଏସ ଓ ଏଲଆଇବିଏସକୁ ବନ୍ଦ କରିଦିଆଯାଇଛି । ଏହି ପେଲୋଡରୁ ଡାଟା ଲ୍ୟାଣ୍ଡର ଜରିଆରେ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚା ଯାଇଛି। ରୋଭରରେ ଥିବା ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜରେ ରହିଛି ।

ଏହାକୁ ଏହିଭଳି ଦିଗରେ ରଖାଯାଇଛି ସେପ୍ଟେମ୍ବର ୨୨ରେ ଯେତେବେଳେ ଚନ୍ଦ୍ରରେ ପରବର୍ତ୍ତୀ ସୂର୍ଯ୍ୟୋଦୟ ହେବ , ସେତେବେଳେ ସୂର୍ଯ୍ୟର ଆଲୋକ ଏହାର ସୌର ପ୍ୟାନେଲ ଉପରେ ପଡିବ । ସେପ୍ଟେମ୍ବର ୨୨ ପରେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଇସ୍ରୋ ଆଶା ରଖିଛି । ଲ୍ୟାଣ୍ଡର ଓ ରୋଭର ଉପରେ ଇସ୍ରୋ ଟିମ ନଜର ରଖିଛି । ଏଯାଏ ଉଭୟଙ୍କର ସ୍ଥିତି ସ୍ବାଭାବିକ ରହିଛି । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ସଫ୍ଟଲ୍ୟାଣ୍ଡି କରିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...