AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ଜଗତ୍ସିଂହପୁର ଜିଲାରେ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମ୍ନମାନର

 COASTAL NEWS Odia 583

ଜଗତ୍ସିଂହପୁର ଜିଲାରେ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମ୍ନମାନର



ଜଗତ୍‌ସିଂହପୁର, ୩ା୯- ଜଗତସିଂହପୁର ଜିଲାର ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଥିବା ନେଇ ସରକାରୀ ଭାବେ ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା ପହଞ୍ଚତ୍ପାରୁନାହିଁ। ଏହାବାଦ୍‌ ଖାଦ୍ୟ ପରିମାଣ ଏବଂ ମାନ କମ୍‌ କରାଯାଇ ବାର୍ଷିକ ଏକାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଲୁଚି ରହିଥିବା ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।

ଅତୀତରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ୨୦୧୧ରୁ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏଥିରେ କୌଣସି ସୁଧାର ଆସୁନାହିଁି । ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକରେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଏହି ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି। ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବଣ୍ଟନର ସୁବିଧା ଦୃଷ୍ଟିରୁ ଭିନ୍ନଭିନ୍ନ ରଙ୍ଗର ପ୍ୟାକେଟ୍‌ରେ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ଯୋଗାଇ ଦିଆଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଦ୍‌ ଦେଲେ ଅଧିକାଂଶ ଗୋଷ୍ଠୀର ଲାଭଖୋର ମନୋଭାବ ଯୋଗୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାଗୁଡିକ ଓଜନରେ ଅର୍ଥାତ୍‌ ମାସିକ ଲକ୍ଷାଧିକ ପ୍ୟାକେଟ୍‌ ଛତୁଆରେ ସିଧାସଳଖ ବାଟମାରଣା କରୁଛନ୍ତି। ଏବାବଦରେ ବାର୍ଷିକ ବହୁ ଟଙ୍କାର ବାଟମାରଣା ହେଉଛି। କେବଳ ଓଜନରେ ନୁହେଁ, ଗୁଣାତ୍ମକ ମାନରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଗହମ, ବୁଟ, ଚିନାବାଦାମ ଏବଂ ଚିନିର ଭାଗ ଠିକ୍‌ ରହୁନି। ସରକାରୀ ଭାବେ ଏସ୍‌ଏଚ୍‌ଜିଗୁଡ଼ିକୁ କିଲୋଗ୍ରାମ ପିଛା ୨ ଟଙ୍କା ଦରରେ ଗହମ ଯୋଗାଣ ହେଉଛି। ବଜାରରେ ଏହା ଉପଲବ୍ଧ ହେଉ ନ ଥିବା ବେଳେ ଯେଉଁଠି ମିଳୁଛି ଅଧିକ ଦରରେ ବିକ୍ରି ହେଉଛି। ଫଳରେ ଏହାର ଚାହିଦା ଅଧିକ ରହୁଛି। ଏହାର ସୁଯୋଗରେ ଗୋଷ୍ଠୀଗୁଡିକ ବର୍ଦ୍ଧିତ ଦରରେ ଗହମ ବିକି ବେଶ ଲାଭବାନ ହେଉଛନ୍ତି। ଏଥିସହ ଚିନି, ବୁଟ ଏବଂ ଚିନାବାଦାମ ବାବଦରେ ବାର୍ଷିକ ପାଖାପାଖି ଏକାଧିକ କୋଟି ଟଙ୍କାର ହେରଫେର ହେଉଛି। ଜିଲାରେ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଛତୁଆ ଯୋଗାଇ ଆସୁଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ଏସ୍‌ଏଚ୍‌ଜି ନାମରେ ଅନେକ ପ୍ରଭାବଶାଳୀ ଲୋକ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ ବିଭାଗୀୟ ଅଧିକାରୀମାନଙ୍କ ସହ ବୁଝାମଣା କରି ମନଇଚ୍ଛା କାରବାର ଚଳାଇଛନ୍ତି । ଅତୀତରେ ଜଗତ୍‌ସିଂହପୁର ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। ସେମାନେ କହିଥିଲେ, ବର୍ଷାଧିକ କାଳହେବ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଛତୁଆ ଉତ୍ପାଦନ ଏବଂ ଯୋଗାଣ ଦାୟିତ୍ୱ ଦିଆଯାଇଛି। ମାତ୍ର ଏଗୁଡିକର ମାନ ନିର୍ଦ୍ଧାରଣ କିମ୍ବା ତଦାରଖ ହେଉ ନାହିଁ । କେବଳ ଛତୁଆ ଯୋଗାଉଥିବା ଏସ୍‌ଏଚ୍‌ଜିଗୁଡ଼ିକର ଅବଧି ପ୍ରତିବର୍ଷ ନବୀକରଣ କରାଯାଉଛି । ଏଥିସହ ପ୍ରତି ମାସରେ ଷ୍ଟେଟ୍‌ ଲାବୋରେଟୋରିକୁ ସାମ୍ପଲ ପରୀକ୍ଷା ପାଇଁ ପଠାଯାଉଛି କି ନାହିଁ ଜଣାପଡୁନାହିଁ। ଏହାଦ୍ୱାରା ଶିଶୁ, ଗର୍ଭବତୀ ଏବଂ ପ୍ରସୂତିଙ୍କ ସହ ଖେଳ ଖେଳାଯାଉଛି। ତେଣୁ ପ୍ରତି ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ଗଠନ କରାଯାଉ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...