AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ଚୀନରୁ ଏକ ଛାତିଥରା ଘଟଣା

 COASTAL NEWS Odia 585

ଚୀନରୁ ଏକ ଛାତିଥରା ଘଟଣା



ଚୀନ - ଚୀନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ତା’ ନବଜାତକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖବରରୁ ଜଣାପଡ଼ିଛି ଯେ ଜଣେ ଗର୍ଭବତୀ ମହିଳା ଛୁଟି କାଟିବା ପାଇଁ ସାଉଥ୍ ଓ୍ଵଷ୍ଟେ ଚୀନର ନଗରପାଳିକା ଚୋଙ୍ଗକିଙ୍ଗ୍ ଆସିଥିଲେ। ଏଠାରେ ସେ ଏକ ଆବାସିକ ବିଲ୍ଡିଂର ଲିଫ୍ଟରେ ଶିଶୁକୁ ଜନ୍ମ ଦେଇଥିଲେ। ଲୋକେ ଯେପରି ଜାଣିପାରିବେ ନାହିଁ, ସେଥିପାଇଁ ମହିଳା ନିଜ ଦେହରେ ଏବଂ ଶିଶୁ ଦେହରେ ଲାଗିଥିବା ରକ୍ତକୁ ସଫା କରିବା ସହ ଲିଫ୍ଟରେ ପଡ଼ିଥିବା ରକ୍ତକୁ ମଧ୍ୟ ଟିସୁ ସାହାଯ୍ୟରେ ସଫା କରିଦେଇଥିଲେ।

ଏହାପରେ ସେ ନିଜ ନବଜାତକକୁ ଡଷ୍ଟବିନ୍‌ରେ ଫିଙ୍ଗି କିଛି ଟିସୁ ପେପରକୁ ସେଥିରେ ପକାଇ ଦେଇଥିଲେ, ଯଦ୍ଦ୍ଵାରା ଶିଶୁଟି ଡଷ୍ଟବିନ୍‌ରେ ପଡ଼ିଛି ବୋଲି କେହି ଜାଣିପାରିବେ ନାହିଁ। ଏହି ଘଟଣା ଅଗଷ୍ଟ ୨୧ରେ ଘଟିଥିଲା।

ମହିଳା ଜଣକ ସୁଟ୍‌କେଶ ଧରି ଲିଫ୍ଟରେ ଚଢିଥିଲେ। ଏହାପରେ ଲିଫ୍ଟରେ ସେ ଶିଶୁକୁ ଜନ୍ମ ଦେଇଥିଲେ। ରାତି ୮.୪୭ରେ ମହିଳା ନିଜ ନବଜାତକକୁ ଧରି ଲିଫ୍ଟରୁ ବାହିରିଥିଲେ ଏବଂ ସେଠାରେ ଏକ ଡଷ୍ଟବିନ୍‌ରେ ଶିଶୁଟିକୁ ଫିଙ୍ଗି ଦେଇଥିଲେ।

ତେବେ ବିଲ୍ଡିଂରେ ରହୁଥିବା କିଛି ଲୋକଙ୍କ ନଜର ଯେତେବେଳେ ଡଷ୍ଟବିନ୍ ଉପରେ ପଡ଼ିଥିଲା, ସେତେବେଳେ ସେମାନେ ସଙ୍ଗେ ସଙ୍ଗେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ସୂଚନା ଅନୁସାରେ, ଶିଶୁଟି ଏବେ ସୁସ୍ଥ ଅଛି। ପୋଲିସ ଘଟଣାର ତଦନ୍ତ କରୁଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...