AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ମାତ୍ର ୩୨ ବର୍ଷ ହେଲେ ମଧ୍ୟ ୯୬ ପିଲାଙ୍କ ବାପା

 COASTAL NEWS Odia 486

  ମାତ୍ର ୩୨ ବର୍ଷ ହେଲେ ମଧ୍ୟ ୯୬ ପିଲାଙ୍କ ବାପା



ଆମେରିକା - ଆପଣ ଥରେ ଭାବନ୍ତୁ, ଜଣେ ପୁରୁଷ ନିଜ ଜୀବନ କାଳ ମଧ୍ୟରେ କେତେ ପିଲା ଜନ୍ମ କରି ପାରିବ? ୨, ୩, ୬ କିମ୍ବା ୯ .. ଆମେ ଏତିକି ସଂଖ୍ୟ ଏଥିପାଇଁ କହୁଛୁ କାରଣ ଆଗ କାଳରେ ଜଣ ଜଣଙ୍କର ୮, ୯ ଟି ପିଲା ଜନ୍ମ ହେଉଥିଲେ । ସେତେବେଳେ ଜୀବନଶୈଳୀ ଯେହେତୁ ପୁରା ଅଲଗା ଥିଲା ତେଣୁ ଏତିକି ପିଲା ଜନ୍ମ ହେବା ପରେ ବି ବାପା ମାଙ୍କ ସ୍ୱାସ୍ଥ୍ୟ ଠିକ ରହୁଥିଲା । କିନ୍ତୁ ଆଜି କାଲି ର ଲାଇଫଷ୍ଟାଇଲ ତ ପୁରା ବଦଳିଗଲାଣି । ଏବେ ଛୁଆ ଜନ୍ମ ଆଗରୁ ଫ୍ୟାମିଲି ପ୍ଲାନିଂ ହେଉଛି ।ଅତି ବେଶୀ ରେ କାହାର ୨ ରୁ ୩ ପିଲା ଆପଣ ଦେଖୁଥିବେ । କିନ୍ତୁ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ମୋଟ ୯୬ଟି ସନ୍ତାନ ଅଛନ୍ତି । ବୟସ ବେଶୀ ବି ନୁହେଁ । ମାତ୍ର ୩୨ ବର୍ଷ । ଏତେ କମ ବୟସ ହେଲେ ସୁଦ୍ଧା ସେ ୯୬ଟି ପିଲା ର ସେ ବାପା ବନିଛନ୍ତି । ତାଙ୍କ ଫଟୋ ଦେଖିଲେ ଆପଣ ବିଶ୍ୱାସ କରିବେନି କିନ୍ତୁ ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ ।

ଛୁଆ ଜନ୍ମ ହେବା ପରେ ସେ ସବୁ ପିଲାଙ୍କୁ ଦେଖିନଥିଲେ ଓ ଜାଣି ବି ନଥିଲେ ।କିନ୍ତୁ ଯେତେବେଳେ ସେ ସେମାନଙ୍କୁ ଭେଟିବାକୁ ଚିନ୍ତା କଲେ, ସେତେବେଳେ ତାଙ୍କୁ ଚାକିରି ଛାଡିବାକୁ ପଡିଲା ।

୯୬ ପିଲାଙ୍କ ବାପାଙ୍କ ବୟସ ମାତ୍ର ୩୨ ବର୍ଷ । ଏବେ ଯାଏ କେବଳ ସେ ୨୫ ଜଣକୁ ଭେଟିଛନ୍ତି । ଯୁବକ ଜଣଙ୍କ ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟି ରେ ସାଇକୋଲୋଜି ବିଭାଗର ଛାତ୍ର ଥିଲେ।ପ୍ରକୃତରେ ସେ କଲେଜ ଦିନରୁ ଦମ୍ପତିଙ୍କୁ ବାପା ମା ହେବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କର ୬ ବର୍ଷ ଅଧ୍ୟୟନ ସମୟମଧ୍ୟରେ ସେ ୯୬ ପିଲାଙ୍କ ବାପା ହୋଇ ଯାଇଥିଲେ। ଯେଉଁ ବ୍ୟବସ୍ଥାକୁ ଆମେ ସ୍ପର୍ମ ଡୋନେଟ କହିଥାଉ । ଏବେ ଆପଣ ବୁଝିପାରୁଥିବେ ନିଶ୍ଚୟ । ଏହା କରିବା ପଛରେ ତାଙ୍କର ଏକ କାରଣ ମଧ୍ୟ ଥିଲା ।

ରିପୋର୍ଟ ଅନୁଯାୟୀ, ଡାଇଲନ୍ ଷ୍ଟୋନ୍-ମିଲର୍ ତାଙ୍କର ୬ ବର୍ଷର ପାଠପଢ଼ା ସମୟରେ ଟଙ୍କା ରୋଜଗାର କରିବା ପାଇଁ Sperm donation କରିଥିଲେ। ସେ ପ୍ରତ୍ୟେକ ଥର ପାଇଁ ୮୨୦୦ ଟଙ୍କା ଚାର୍ଜ କରୁଥିଲେ । ଏହିପରି ଟଙ୍କା ରୋଜଗାର କରି ନିଜ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରୁଥିଲେ । ୧୮ ବର୍ଷ ହେବା ପରେ ଡାଇଲନ୍ Sperm bank କୁ ତାଙ୍କ ସୂଚନା ସେୟାର କରିବାକୁ ଅନୁମତି ଦେଇଥିଲେ । ସେବେଠାରୁ ସେ ନିଜ ବାଇଲୋଜିକାଲ ପିଲାମାନଙ୍କୁ ଭେଟିବା ଆରମ୍ଭ କଲେ । ୨୦୨୦ ମସିହାରେ ପ୍ରଥମ ଥର ପାଇଁ, ଡାଇଲାନ୍ ତାଙ୍କର ୬ ବର୍ଷର ଝିଅ ଓ ତା’ର ଭଉଣୀଙ୍କୁ ଭେଟିଥିଲେ । ଦୁହେଁ ତାଙ୍କର ହିଁ ଝିଅ ଥିଲେ।

ଯେତେବେଳେ ସେ ତାଙ୍କର Sperm bank ID କୁ ଫେସବୁକ୍ ଗ୍ରୁପ୍ ସହିତ ଯୋଡିଥିଲେ, ସେତେବେଳେ ସେ ଏପରି ଅନେକ ବାପା ମା ଙ୍କୁ ଭେଟିଥିଲେ ଯାହାଙ୍କୁ ସେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କର ୨୩ ଟି ବାଇଲୋଜିକାଲ୍ ସନ୍ତାନଙ୍କୁ ଭେଟିଛନ୍ତି । ସେ ଏହି କାମ ପାଇଁ ଚାକିରି ଛାଡି ଦେଇଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ସନ୍ଧାନରେ ୯୦୦୦ ମାଇଲ୍ ଯାତ୍ରା କରିସାରିଲେଣି । ତାଙ୍କ ପାଖରେ ନାମ, ବୟସ ଏବଂ ପିଲାମାନଙ୍କର ଠିକଣାର ଏକ ସମ୍ପୂର୍ଣ୍ଣ ତାଲିକା ଅଛି, ଯାହା ସାହାଯ୍ୟରେ ସେ ତାଙ୍କର ବାଇଲୋଜିକାଲ ପିଲାମାନଙ୍କୁ ଖୋଜୁଛନ୍ତି ।

ବାପା ମା ର ସୋଭାଗ୍ୟ ପାଇବା କିଛି ଜଣକ କ୍ଷେତ୍ରରେ ମିଳିନଥାଏ । ସେମାନଙ୍କ ଆଶାକୁ ନିରାଶ ନକରି ଡାଇଲନ୍ ଙ୍କ ଏହି ପଦକ୍ଷେପ ନିହାତି ପ୍ରଶଂସା ଯୋଗ୍ୟ । ନିଜ ସ୍ପର୍ମ ଡୋନେଟ କରି ସେ ଅନ୍ୟ ମାନଙ୍କୁ ଗୋଟିଏ ଭଲ ପରିବାର ଦେଇଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚା ରେ ଅଛନ୍ତି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...