AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 COASTAL NEWS Odia 654

ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଆମଠୁ ନୂଆ ସମାଧାନ ଆଶା କରୁଛି। ଏକବିଂଶ ଶତାବ୍ଦିରେ ଆମେ ଏପରି ସମୟରେ ଉପନୀତ ହୋଇଛେ ଯେଉଁଠି ଆମକୁ ଦୁନିଆକୁ ନୂଆ ଦିଗଦର୍ଶନ ଦେବାକୁ ପଡ଼ିବ ।’ ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ବେଳେ ନିଜ ସ୍ୱାଗତ ଭାଷଣରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, ଆମ ଆଗରେ ବର୍ଷ ବର୍ଷର ପୁରୁଣା ସମସ୍ୟା ଦଣ୍ଡାୟମାନ ହୋଇଛି। ମାନବିକତାକୁ ପ୍ରାଥମିକତା ଦେଇ ଆମେ ଏହି ସବୁ ସମସ୍ୟାର ସମାଧାନ କରିବା ଉଚିତ । ଆମେ ସମସ୍ତେ ମିଳିମିଶି ଏହି ସମସ୍ତ ବାଧାବିଘ୍ନ ଅତିକ୍ରମ କରି ପାରିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି।

ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଏଥର ପ୍ରଥମ ଥର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇଥିବା ଆଫ୍ରିକା ସଂଘର ମୁଖ୍ୟଙ୍କୁ ଜୋରଦାର ଢଙ୍ଗରେ ସ୍ୱାଗତ କରିଛନ୍ତି। ଏପରିକି ସେ ନିଜ୍‌ ସିଟ୍‌ରୁ ଉଠାଇ ଆଫ୍ରିକୀୟ ମୁଖ୍ୟଙ୍କୁ ଆଳିଙ୍ଗନ କରି ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ ଭାଷରରୁ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ଏବେ ଦେଶରେ ‘ଭାରତ’, ‘ଇଣ୍ଡିଆ’କୁ ଶବ୍ଦର ବ୍ୟବହାରକୁ ନେଇ ପ୍ରବଳ ବିରୋଧାଭାବ ଦେଖାଯାଇଥିବା ବେଳେ ମୋଦି କିନ୍ତୁ ଏହି ସମ୍ମିଳନୀରେ ‘ଭାରତ’ ଶବ୍ଦ ଉଚ୍ଚାରଣ କରିବାକୁ ଭୁଲି ନାହାନ୍ତି।

ଏଥିସହ ସେ କହିଛନ୍ତି, ସମଗ୍ର ବିଶ୍ୱ କରୋନା ମହାମାରୀ ପରି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଏହାପରେ ଦେଖିଲା ଯୁଦ୍ଧର ବିଭିଷୀକା। ମାନବତା ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇ ଆମେ ଏହି ସବୁ ସମସ୍ୟା ସମାଧାନ କରିବା ଉଚିତ । ଏଥିସହ ସେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଉକ୍ତି ଉଲ୍ଲେଖ କରି ସମଗ୍ର ବିଶ୍ୱର ମାର୍ଗଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...