AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ସତରେ ବଦଳିବ କି ଦେଶର ନାଁ! ଜି-୨୦ ନେମପ୍ଲେଟରେ ‘ଇଣ୍ଡିଆ’ ବଦଳରେ ରହିଛି ‘ଭାରତ’

 COASTAL NEWS Odia 655

ସତରେ ବଦଳିବ କି ଦେଶର ନାଁ! ଜି-୨୦ ନେମପ୍ଲେଟରେ ‘ଇଣ୍ଡିଆ’ ବଦଳରେ ରହିଛି ‘ଭାରତ’



ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଅତିଥି ଦେଶର ସଦସ୍ୟ ତଥା ନେତାମାନଙ୍କୁ ସମ୍ବୋଧିତ କରୁଥିଲେ ଠିକ ସେହି ସମୟରେ ତାଙ୍କ ଟେବୁଲ ଉପରେ ରଖାଯାଇଥିବା ଜି-୨୦ ନେମପ୍ଲେଟ ଉପରେ ସମଗ୍ର ଦେଶର ନଜର ପଡ଼ିଥିଲା । ଏହି ନେମପ୍ଲେଟରେ 'ଇଣ୍ଡିଆ' ନାଁ ବଦଳରେ 'ଭାରତ' ଲେଖାଯାଇଥିବା ଦେଖାଯାଇଛି l



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି –୨୦ ସମ୍ମିଳନିର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ଆଫ୍ରିକୀୟ ୟୁନିଅନକୁ ଅଫିସିଆଲ ଭାବେ ଜି-୨୦ ସମ୍ମିଳନୀରେ ସାମିଲ ହେବାର ଘୋଷଣା କରିଛନ୍ତି । ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଅତିଥି ଦେଶର ସଦସ୍ୟ ତଥା ନେତାମାନଙ୍କୁ ସମ୍ବୋଧିତ କରୁଥିଲେ ଠିକ ସେହି ସମୟରେ ତାଙ୍କ ଟେବୁଲ ଉପରେ ରଖାଯାଇଥିବା ଜି-୨୦ ନେମପ୍ଲେଟ ଉପରେ ସମଗ୍ର ଦେଶର ନଜର ପଡ଼ିଥିଲା । ଏହି ନେମପ୍ଲେଟରେ ‘ଇଣ୍ଡିଆ’ ନାଁ ବଦଳରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଛି । ଯାହାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଇଣ୍ଡିଆ ବଦଳରେ ଦେଶର ନାଁ ଭାରତ ହୋଇଯିବା ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ଆଜିର ଏହି ଜି –୨୦ କାର୍ଯ୍ୟକ୍ରମରେ ଆୟୋଜିତ ହେବାକୁ ଥିବା ରାତ୍ରୀ ଭୋଜନରେ‘ଦ ପ୍ରେସିଡେଣ୍ଟ ଅଫ ଭାରତ’ଙ୍କ ତରଫରୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ଏହି ନିମନ୍ତ୍ରଣ ପତ୍ରରେ ଲେଖା ଯାଇଥିବା ‘ଭାରତ’ ଶବ୍ଦକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିପକ୍ଷ ଦଳଙ୍କ କହିବା ଅନୁସାରେ ସରକାର ଦେଶର ନାମ ଉପରେ ଆକ୍ରମଣ କରୁଛନ୍ତି ।

ଏହି ଜି –୨୦ ସମ୍ମିଳନୀରେ ଭାରତର ନାମ ବ୍ୟବହାର ହେବା ସହିତ ଆଲୋଚନା ମଧ୍ୟ ବୃଦ୍ଧି ପାଇଛି ଯେଉଁଥିରେ ଇଣ୍ଡିଆର ନାମ ଭାରତକୁ ବଦଳାଇବା ନେଇ ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହା ପର ଠାରୁ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା ଯେ କେନ୍ଦ୍ର ସରକାର ଆନ୍ତର୍ଜାତୀୟ ସ୍ତରର ସମାରୋହରେ ଇଣ୍ଡିଆ ନାଁ ବଦଳରେ ଭାରତ ନାଁ ବ୍ୟବହାର କରିବା ଆରମ୍ଭ କରିବେ ଏବଂ ସଂସଦରେ ଇଣ୍ଡିଆ ନାଁକୁ ସ୍ଥାୟୀ ଭାବରେ ଭାରତ ନାମରେ ପରିବର୍ତ୍ତନ କରାଯାଇପାରିବ ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...