AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଦୂର ହେଲା ଭାରତ ଆମେରିକାର ସବୁଠାରୁ ବଡ ବାଣିଜ୍ଯ ବିବାଦ

 COASTAL NEWS Odia 653

ଦୂର ହେଲା ଭାରତ ଆମେରିକାର ସବୁଠାରୁ ବଡ ବାଣିଜ୍ଯ ବିବାଦ



 

ନୂଆଦିଲ୍ଲୀ,୯।୯: ଶୁକ୍ରବାର  ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ ପ୍ରଶଂସା କରିଛନ୍ତି। ଜୁନରେ ମୋଦିଙ୍କ ୱାଶିଂଟନ ଗସ୍ତ ସମୟରେ ହୋଇଥିବା ‘ଅଭୁତପୂର୍ବ ଉପଲବ୍ଧି’କୁ କାର୍ଯ୍ୟକାରୀ କରିବାରେ ଅଗ୍ରଗତିକୁ ଏହି ବୈଠକରେ ପ୍ରଶଂସା କରାଯାଇଛି।

ଏହି ବୈଠକରେ ବାଣିଜ୍ୟଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ମହାକାଶ ଗବେଷଣା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ସମୟରେ ବାଇଡେନ ଜି -୨୦ ଉପରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ।

ଦ୍ୱିପାକ୍ଷିକ ବୈଠକ ପରେ ଜାରି ଏକ ମିଳିତ ବୟାନରେ କୁହାଯାଇଛି ଯେ ଉଭୟ ପକ୍ଷ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ, ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରେ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ବିବାଦର ସମାଧାନ ପାଇଁ ବାଇଡେନ ଏବଂ ମୋଦି ମଧ୍ୟ ରାଜି ହୋଇଛନ୍ତି। ଏହି ବୈଠକରେ ଉଭୟ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ଲାଗି କଥା ହୋଇଥିଲେ। ଜିଓ ଜେଟ ଇଞ୍ଜିନ ଚୁକ୍ତିରେ ଆମେରିକା କଂଗ୍ରେସ କୌଣସି ଆପତ୍ତି ଉଠାଇ ନ ଥିଲା ଏବଂ MQ-9B ପ୍ରିଡେଟର ଡ୍ରୋନ ପାଇଁ ଭାରତ ଏହାର ଅନୁରୋଧ ପତ୍ର ପ୍ରକାଶ କରିଥିଲା।





No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...