AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଜି-୨୦ ବୈଠକ ପାଇଁ ଆଞ୍ଚଳିକ ଖାଦ୍ୟ

 COASTAL NEWS Odia 652

ଜି-୨୦ ବୈଠକ ପାଇଁ ଆଞ୍ଚଳିକ ଖାଦ୍ୟ



ନୂଆଦିଲ୍ଲୀ - ଭାରତରେ ଆତିଥ୍ୟତା ପ୍ରଦାନର ଏକ ପ୍ରମୁଖ ଅଙ୍ଗ ହେଉଛି ଖାଦ୍ୟ। ଆଉ ଏବେ ଜି- ୨୦ ସମ୍ମିଳନୀ ପାଇଁ ଯେତେବେଳେ ବିଶ୍ୱସ୍ତରୀୟ ଅତିଥି ଭାରତରେ ପହଞ୍ଚିଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ହେବା ସୁନିଶ୍ଚିତ । ବିଦେଶୀ ଅତିଥିଙ୍କୁ ରୁପା ଥାଳିରେ ପରସାଯିବ ଦେଶୀ ଖାଦ୍ୟ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ, ସବୁ ପ୍ରାନ୍ତରର ଆଞ୍ଚଳିକ ଖାଦ୍ୟକୁ ମିଳିବ ପ୍ରାଧାନ୍ୟ ।

ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ବ୍ୟବସ୍ଥା-ବନ୍ଦୋବସ୍ତ, ସୁରକ୍ଷା ଓ ସାଜସଜ୍ଜାକୁ ନେଇ ସାରାଦେଶରେ ଯେତିକି ଆଗ୍ରହ ବଢ଼ିଛି, ସେତିକି ଉତ୍ସୁକତା ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ଖାଦ୍ୟକୁ ନେଇ ଦେଖିବାକୁ ମିଳିଛି । ସେମାନଙ୍କ ଦିଲ୍ ଖୁସ୍ କରିବା ପାଇଁ କେଉଁ କେଉଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ, ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି ।

ସୂଚନା ଅନୁସାରେ, ଦେଶର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ସ୍ଥାନୀୟ ତଥା ପାରମ୍ପରିକ ଏବଂ ନିରାମିଷ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଛି । ବିଦେଶୀ ଅତିଥିମାନଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ପରସାଯିବ। ଜି- ଟ୍ୱେଣ୍ଟି ସମ୍ମିଳନୀ ଆୟୋଜିତ ହେଉଥିବା ଭାରତ ମଣ୍ଡପମ୍‌ରେ ଏଥିପାଇଁ ୭ଶହ ସେଫ୍, ୪ଶହ ଡିସ୍ ଓ ଲାଇଭ୍ କିଚେନ୍ ଆଦିର ବ୍ୟବସ୍ଥା କରାଯାଇଛି । ଅତିଥିଙ୍କ ସାମ୍ନାରେ ରୋଷେଇ କରିବେ ଫାଇଭ୍ ଷ୍ଟାର୍ ହୋଟେଲର ସେଫ୍।

କେବଳ ଭାରତ ମଣ୍ଡପମ୍ ନୁହେଁ, VVIPମାନେ ରହିବାକୁ ଥିବା ବିଭିନ୍ନ ହୋଟେଲରେ ବି ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ନୂଆଦିଲ୍ଲୀର ତାଜ୍ ପ୍ୟାଲେସ ପକ୍ଷରୁ ୧୨୦ ଜଣିଆ ସେଫ୍ ଟିମ୍ ୫ଶହଟି ଡିସ୍ ତିଆରି କରୁଛନ୍ତି ।

ସେଠାକାର ସେଫ୍ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରୁ ସ୍ଥାନୀୟ ତଥା ପାରମ୍ପରିକ  ଖାଦ୍ୟ ସାମଗ୍ରୀ ଓ ମସଲା ଆଦି ସଂଗ୍ରହ କରି ଗତ ୩ ମାସ ହେଲା ସବୁଦିନ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିର ଅଭ୍ୟାସ କରାଯାଉଛି। ଯେପରି ଅତିଥିମାନଙ୍କ ମନରେ ଭାରତୀୟ ପାରମ୍ପରିକ ଖାଦ୍ୟର ଅନୁଭୂତି ଚିରଦିନ ଲାଗି ଅଲିଭା ରହିଯାଏ ।

ବିଦେଶୀ ଅତିଥିଙ୍କୁ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ସ୍ପେଶାଲ୍ ଥାଳି ପରସାଯିବ । ସେଥିରେ ଥିବ ୧୨ ପ୍ରକାର ପାରମ୍ପରିକ ବ୍ୟଞ୍ଜନ । ଏହାବାଦ ଦିଲ୍ଲୀର ଚାଟ୍, ମହାରାଷ୍ଟ୍ରର ପାଓଭାଜି ଓ ବଡ଼ାପାଓ, ରାଜସ୍ଥାନର ଡାଲ୍ ବାଟି ଚୁରମା ଓ ତାମିଲନାଡ଼ୁର ପନିୟାରମ୍ ବି ଖାଇବେ ଅତିଥି। ଏହାବାଦ ଦକ୍ଷିଣ ଭାରତର ମସାଲା ଦୋସା, ଉତ୍ତପମ୍ ଓ ଇଡଲୀ, ଗୁପଚପ୍‌, ଚଟପଟି ଚାଟ୍, ଦହିଭଲ୍ଲା, ସିଙ୍ଗଡ଼ା, ଭେଲପୁରୀ, ବିହାରର ଲିଟ୍ଟି ଚୋଖା, ପଞ୍ଜାବୀ ତଡ଼କା ଡାଲ୍‌ର ମଜା ନେବେ।

ସେହିପରି ଅତିଥିଙ୍କ ମୁହଁ ମିଠା କରିବାକୁ ରସଗୋଲା, ଜିଲାପୀ, ମଲାଇ ଘେବର, ଗୁଲାବ ଚୁରମା, ପିସ୍ତା କୁଲଫି, ଶ୍ରୀଖଣ୍ଡ, ମଲାଇ କୁଲଫି, କେଶର ପିସ୍ତା ଠଣ୍ଡାଇ, ମିଶ୍ରୀ ମାୱା, କ୍ଷୀର୍, ଗାଜର ହାଲୁଆ, ମୋତିଚୁର ଲଡ୍ଡୁ, ଡ୍ରାଏଫ୍ରୁଟ୍ସ ମିଠା, ରସମଲାଇ, ଯୋଧପୁରୀ ମାୱା ବି ପରସାଯିବ ।

ବିଦେଶୀ ଅତିଥିଙ୍କ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବି ଚଖାଯିବ । ଚଳିତବର୍ଷ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଇଅର୍ ଅଫ୍ ମିଲେଟ୍ସ ବା ଅନ୍ତର୍ଜାତୀୟ ଲଘୁଶସ୍ୟ ବର୍ଷ ପାଳନ ହେଉଥିବାରୁ ଜି-୨୦ ଫୁଡ୍ ମେନୁରେ ବି ମାଣ୍ଡିଆ ଓ ବାଜରା ଆଦିରୁ ପ୍ରସ୍ତୁତ ପରଟା, ସମୋସା, କ୍ଷୀରି ଓ ହାଲୁଆ ଆଦିକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ରାଷ୍ଟ୍ରମୁଖ୍ୟ ବାଜରା କ୍ଷୀରି, ମାଣ୍ଡିଆ ବାଦାମ୍ ଲଡ଼ୁ, ଅମରନାଥ ଲଡ଼ୁ ଆଦିର ମଧ୍ୟ ସ୍ୱାଦ ଚାଖିବେ ।

ସେପଟେ ଦିଲ୍ଲୀସ୍ଥିତ ଜୟପୁର ହାଉସରେ ବିଭିନ୍ନ ଦେଶର ପ୍ରଥମ ମହିଳା ବା ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀମାନଙ୍କୁ ଏକ ସ୍ୱତନ୍ତ୍ର ଭବ୍ୟ ଭୋଜି ଲାଗି ନିମନ୍ତ୍ରଣ କରାଯାଇଛି ।

ବିଦେଶୀ ଅତିଥିଙ୍କୁ ସୁସ୍ୱାଦୁ ଭୋଜନରେ ଆପାୟିତ କରାଯିବା ପାଇଁ ବେଶ୍‌ ଧ୍ୟାନ ଦିଆଯାଇଥିବା ବେଳେ ଏହାକୁ ରୁପାରେ ତିଆରି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବାସନକୁସନରେ ପରସାଯିବ । ଜୟପୁରର ଏକ ସଂସ୍ଥା ଏସବୁ ବାସନକୁସନ ତିଆରି କରିଥିବା ବେଳେ ଦିଲ୍ଲୀର ୧୦ରୁ ଅଧିକ ନାମିଦାମୀ ହୋଟେଲ୍ ଏସବୁ ବାସନକୁସନ ଅର୍ଡର୍ ଦେଇଛନ୍ତି। ଏସବୁ ବାସନକୁସନରେ ଆମ ଦେଶର ଐତିହ ପରମ୍ପରାର ଝଲକ ବି ଦେଖିବାକୁ ମିଳିଛି ।

ଅତିଥିମାନଙ୍କୁ ଖାଦ୍ୟ ପରଷା ଯିବା ଲାଗି ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନକୁ ସଜାଇ ରଖାଯାଇଛି। ପ୍ରାୟ ୨ଶହ କାରିଗର ୫୦ହଜାର ଘଣ୍ଟା କାର୍ଯ୍ୟ କରି ୧୫ ହଜାରଟି ରୌପ୍ୟ ବାସନକୁସନ ତିଆରି କରିଛନ୍ତି l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...