AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

 COASTAL NEWS Odia 552

ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ


 


ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବର୍ଷେ ହେବ ଅଧିକାଂଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଏହି ବ୍ୟାଗ ମିଳି ନ ଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ ଦାବି ହୋଇଛି।

କଟକ ଜିଲା ସମଗ୍ର ଶିକ୍ଷା ଯୋଜନାର ପ୍ରକଳ୍ପ ଅଧିକାରୀଙ୍କ ଚିଠି (ନଂ. ୩୮୪/୯-୨-୨୦୨୨) ଅନୁଯାୟୀ ଗଙ୍ଗାଧର ମେହେର ମାନକ ବୃଦ୍ଧି ଯୋଜନାରେ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ବ୍ୟାଗ ବଣ୍ଟନ ସମ୍ପର୍କରେ ଅବଗତ କରାଯାଇଥିଲା। ଏନେଇ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ଥିବା ୧୮୩ ବିଦ୍ୟାଳୟର ୩୬୭୮ ଜଣ ଛାତ୍ରୀଛାତ୍ରଙ୍କ ନିମନ୍ତେ ୪ଲକ୍ଷ ୭୬ ହଜାର ୬୬୮ଟଙ୍କା ୮୦ ପଇସା ପଠାଯାଇଥିଲା। ଏହି ଟଙ୍କାରେ ବ୍ଲକ ଅଞ୍ଚଳର ପ୍ରତି ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବ୍ୟାଗ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିଶ୍ଚିନ୍ତକୋଇଲି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତଥା ବିଆର୍‌ସିସିଙ୍କ ନାମରେ ମାହାଙ୍ଗା ବ୍ଲକ ଗୌଡ଼ଗୋପରେ ଥିତ୍ବା ଏକ ଘରୋଇ ବ୍ୟାଙ୍କ ଜମା ଖାତାରେ ଏହି ଟଙ୍କା ଜମା କରାଯାଇଥିଲା। ଏଥିସହ ପ୍ରତି ବିଦ୍ୟାଳୟ ନାମରେ ଥିବା ଜମାଖାତାକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଉକ୍ତ ଟଙ୍କା ଉଠାଯାଇ ଛାତ୍ରୀଛାତ୍ରଙ୍କ ନିମନ୍ତେ ୧୩୦ ଟଙ୍କା ମୂଲ୍ୟରେ ବ୍ୟାଗ କିଣିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା। ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକର ବହୁ ଛାତ୍ରୀଛାତ୍ରଙ୍କୁ ବ୍ୟାଗ ମିଳିନାହଁି ବୋଲି ଅଭିଭାବକମାନେ କହିଛନ୍ତି। ବ୍ଲକର ନାମକୁ ମାତ୍ର କେତୋଟି ହାତଗଣତି ବିଦ୍ୟାଳୟରେ ଏହି ବ୍ୟାଗ ବଣ୍ଟନ କରାଯାଇଥିବା ଶୁଣିବାକୁ ମିଳୁଛି। ଅପରପକ୍ଷେ ୧୩୦ ଟଙ୍କା ପରିବର୍ତ୍ତେ ମାତ୍ର ୪୦ରୁ ୫୦ ଟଙ୍କା ମୂଲ୍ୟର ବ୍ୟାଗ କିଣାଯାଇ ଅବଶିଷ୍ଟ ଟଙ୍କା ହଡ଼ପ କରାଯାଇଛି ବୋଲିି କେତେଜଣ ଅଭିଭାବକ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିମାନଙ୍କ ଏଥିରେ ସମ୍ପୃକ୍ତି ଥିବା କୁହାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ  ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ  କୁହନ୍ତି, ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅର୍ଥ ପଠାଯାଇଛି। କିଛି ବିଦ୍ୟାଳୟରେ ବ୍ୟାଗ ମଧ୍ୟ ବଣ୍ଟନ କରାଯାଇଛି। ତେବେ ବ୍ୟାଗ ବଣ୍ଟନ ହୋଇ ନ ଥିବା ନେଇ କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।



No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...