AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

କିଏ ହେବ ବାଚସ୍ପତି

 COASTAL NEWS Odia 553

କିଏ ହେବ ବାଚସ୍ପତି 



ଭୁବନେଶ୍ବର - ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ରହିଛି । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କିଏ ବାଚସ୍ପତି ହେବେ ତାଉପରେ ସମସ୍ତଙ୍କର ନଜର ରହିବ ।

ବାଚସ୍ପତି ରେସରେ ଅଛନ୍ତି ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ଓ ନୃସିଂହ ସାହୁ । ବଡ଼ଚଣାରୁ ବିଧାୟକ ଅଛନ୍ତି ଅମର ଶତପଥୀ । ୬ ଥର ବିଧାୟକ । ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିଛନ୍ତି । ବାଚସ୍ପତି ପଦ ରେସରେ ତାଙ୍କ ନାଁ ରହିଛି । ସେହିପରି ଭଦ୍ରକ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ । ଲମ୍ବା ରାଜନୈତିକ ଜୀବରେ ବହୁ ଅଭିଜ୍ଞତା ରହିଛି ।

ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ବଡ଼ମ୍ବାରୁ ୬ଥର ବିଧାୟକ ଦେବୀ ପ୍ରସାଦ ମିଶ୍ର । ଭେଟରାନ ନେତା । ପୂର୍ବରୁ ବିଭିନ୍ନ ବିଭାଗମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ବାଚସ୍ପତି ପଦ ପାଇଁ ତାଙ୍କ ନାଁ ଶୁଣାଯାଉଛି । ପାଲଲହଡ଼ାରୁ ବିଧାୟକ ଅଛନ୍ତି ନୃସିଂହ ସାହୁ । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ତେଣୁ ତାଙ୍କ ନାଁ ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଛି ।

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ, ଦକ୍ଷ ସଂଗଠିକା । ମନ୍ତ୍ରୀ ବି ହୋଇଥିଲେ । ମହିଳାଙ୍କୁ ବିଜୁ ଜନତା ଦଳ ପ୍ରାଧାନ୍ୟ ଦେଉଥିବାରୁ ବାଚସ୍ପତି ପଦ ପାଇଁ ତାଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଛି ।



No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...