AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ

 COASTAL NEWS Odia 551

ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ 


 


ଭୁବନେଶ୍ୱର :ସରକାରୀ ମେଡିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମସ୍ତ ଏସ୍‌ଟି,ଏସ୍‌ସି ଛାତ୍ରୀଛାତ୍ରଙ୍କ ସମସ୍ତ ଫି’ ଫେରାଯିବ। ସମସ୍ତ ପାଠପଢ଼ା ଖର୍ଚ୍ଚ ବିଭାଗ ତରଫରୁ ବହନ କରାଯିବ। ଏ ନେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଗୁରୁବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏସ୍‌ସି,ଏସ୍‌ଟି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମ୍‌ଏମ୍‌ସିପିୱାଇ)ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏମ୍‌ଏମ୍‌ସିପିୱାଇ ଅଧୀନରେ ଏମ୍‌ବିବିଏସ୍‌ ଏବଂ ଇଞ୍ଜିନିୟରିଂ (ବି-ଟେକ୍‌, ଏମ୍‌-ଟେକ୍‌) ପାଠ୍ୟକ୍ରମ ପ୍ରଦାନ କରୁଥିବା ସରକାରୀ ଅନୁଷ୍ଠାନର ଯୋଗ୍ୟ ଏସ୍‌ଟି ଏବଂ ଏସ୍‌ସି ଛାତ୍ରୀଛାତ୍ରଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ଅନ୍ତର୍ଭୁକ୍ତ ହେବ। କୋର୍ସ ଫି’ରେ ନାମଲେଖା ଦେୟ, ସିଟ୍‌ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି’(ଟ୍ୟୁଶନ୍‌ ଫି’ ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ଛାତ୍ରାବାସ ନାମଲେଖା ଦେୟ ଓ ବାର୍ଷିକ ହଷ୍ଟେଲ ଖର୍ଚ୍ଚ ଏବଂ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଛି। ଅନୁଷ୍ଠାନର ଡିନ୍‌/ମୁଖ୍ୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲାପାଳଙ୍କ ନିକଟକୁ ପଠାଇପାରିବେ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବିଭାଗକୁ ସମସ୍ତ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ଉପରୋକ୍ତ ଆବଶ୍ୟକତା ପଠାଯାଇପାରିବ ବୋଲି ଚିଠିରେ କୁହାଯାଇଛି।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...