AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ଦୁଷ୍କର୍ମ ଉଦ୍ୟମ ପଣ୍ଡ

 COASTAL NEWS Odia 550

ଦୁଷ୍କର୍ମ ଉଦ୍ୟମ ପଣ୍ଡ 



ଚୌଦ୍ଵାର - ଭାଇ ହାତରେ ରାକ୍ଷୀବାନ୍ଧି ଘରକୁ ଫେରୁଥିଲେ ଭଉଣୀ! ସେଥିପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ତାଙ୍କୁ ବାଇକ୍‌ରେ ଲିଫ୍‌ଟ ଦେବା ପାଇଁ ଡାକିଥିଲା। ରାତି ହେଉଥିବା ଦେଖି ଯୁବତୀ ଜଣକ ତାଙ୍କ ସହିତ ଆସିଥିଲେ। ହେଲେ ବିଚ୍‌ ରାସ୍ତାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଲିଫ୍‌ଟ ଦେଇଥିବା ଯୁବକ। ଏପରି ଘଟଣା କଟକ ଟଙ୍ଗୀ-ଚୌଦ୍ୱାର ରାସ୍ତାରେ ଘଟିଛି।

ବୁଧବାର ରାକ୍ଷୀ ପୂର୍ଣ୍ଣିମା ଥିଲା। ସେଥିପାଇଁ ଭୁବନେଶ୍ୱର ପଟିଆ ଅଞ୍ଚଳର ଯୁବତୀ ନେତୀ(ଛଦ୍ମନାମ) ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ମାତ୍ର ବସ୍‌ ଆସିବାରେ ବିଳମ୍ୱ ହେଉଥିଲା। ରାତି ପ୍ରାୟ ୮ଟା ବେଳେ ତାଙ୍କୁ ଜଣେ ଯୁବକ ବାଇକ୍‌ରେ ଲିଫ୍‌ଟ ଦେଇଥିଲେ। ଯୁବକ ଜଣକ ନେତୀଙ୍କୁ କଟକରେ ଛାଡିଦେବ ବୋଲି କହିଥିଲା।

ନେତୀ ତାଙ୍କ କଥାକୁ ବିଶ୍ୱାସ କରି ବାଇକ୍‌ରେ ଆସିଥିଲେ। ବାଇକ୍‌ରେ ପେଟ୍ରୋଲ୍‌ ପକାଇବା ପାଇଁ ୩୦୦ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଦୁର୍ଭାଗ୍ୟ, ଯୁବକ ଜଣକ ନେତୀଙ୍କୁ କଟକ ମୁଖ୍ୟ ରାସ୍ତା ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନେତୀ ବିରୋଧ କରିଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ନେତୀ ତଳେ ପଡ଼ି ରକ୍ତାକ୍ତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସିଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ନେତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଛି। ପୀଡ଼ିତା ଏନେଇ ମେଡ଼ିକାଲ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। କଟକ କମିଶନ୍‌ରେଟ୍‌ ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କ ପାଖରେ ପହଞ୍ଚି ପାରିନାହିଁ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh


No comments:

COASTAL NEWS

କହିଲେ କହିବେ କହୁଛି

କେଜାଣି କଣ ହେଇଛି, ଗାଁ ଜମିଦାର ରବି ବାବୁ ଏବେ, ନିତିଆ କୁ ଦେଖି ଜଳୁଛି, କହିଲେ କହିବେ କହୁଛି... ରବି ବାବୁ ପୁଅ ବିଦେଶୀ କମ୍ପାନୀ, ଅଫିସର ଗୋଟେ ହୋଇଛ...