AFFILIATE MARKETING

https://binomo.com?a=90810425bb57&t=0

Wednesday, September 6, 2023

ଅଧିକ ଲୋଭ ଠକାମିର ଶିକାର

 COASTAL NEWS Odia 623

ଅଧିକ ଲୋଭ ଠକାମିର ଶିକାର



ସମ୍ବଲପୁର - ଅଧିକ ଲୋଭ ଠକାମିର ଶିକାର । ସମ୍ବଲପୁର ଅଇଠାଁପାଲି ଥାନା ଅନ୍ତଗତ  ପ୍ରଗତିବିହାର ଜେଫ୍ରିନ ଟପ୍ପୋ ୪୯ ଲକ୍ଷର ଠକେଇ ହୋଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ଜୁନ ୨୨ରେ ଗୁଗୁଲରେ ଏକ ବିଦେଶୀ ଟ୍ରେଡିଂ ପ୍ଲାଟ ଫର୍ମ ଇନ-ଇଫେକ୍ସ.କମ୍ ବିଷୟରେ ଜାଣିବାକୁ ପାଇଥିଲେ । ଓ୍ଵେବସାଇଟ ଖୋଲିବା ପରେ, ପଞ୍ଜିକରଣ ନିଜର ତଥ୍ୟ ଦେଇଥିଲେ । ପରେ ଅଜଣା ନମ୍ବରୁ ଫୋନ କଲ ଆସି ନିବେଶ ଉପରେ ବୁଝାଇଥିଲା । ପ୍ରଥମେ ତାଙ୍କୁ ୬୯ ହଜାର ୫ ଶହ ଟଙ୍କା ନିବେଶ ପାଇ କହିଥିଲେ । ସେ ୨୫ ହଜାର ନିବେଶ କରିଥିଲେ । 


ପରେ ୨୬ ଜୁନରେ ୫୨୧୬୩, ଜୁନ ୨୭ରେ ୨ଲକ୍ଷ ୬୦୮୧୨, ଜୁନ ୩୦ରେ ୧ ଲକ୍ଷ ୭୩ ହଜାର ୯୨୩, ଜୁଲାଇ ୬ରେ ୧ ଲକ୍ଷ ୩୧ ହଜାର ୨୦୬ ଓ ୩ ଲକ୍ଷ ୬ହଜାର ୧୪୭, ଜୁଲାଇ ୭ରେ ୪ ଲକ୍ଷ ୩୮ହଜାର ୫୪୬, ଜୁଲାଇ ୮ରେ ୪ଲକ୍ଷ ୩୭ ହଜାର ୮୬୨ ଟଙ୍କା, ଜୁଲାଇ ୧୧ରେ ୧ଲକ୍ଷ ୭୪ ହଜାର ୬୫୨, ଜୁଲାଇ ୧୪ରେ ୪ ଲକ୍ଷ ୩୪ ହଜାର ୬୫୯ ଓ ୧୩ ଲକ୍ଷ ୫ ହଜାର ୪୩, ଜୁଲାଇ ୨୧ରେ ୨ ଲକ୍ଷ ୬୯ ହଜାର ୫୩୪ ଟଙ୍କା ନିବେଶ କରିଥିଲେ । ତେବେ ମୋଟ ୪୮ ଲକ୍ଷ ୮୦ ହଜାର ୩ ଶହ ୬୮ ଟଙ୍କା ଠକେଇ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ସେ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସାଇବର ପୋଲିସ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...