AFFILIATE MARKETING

https://binomo.com?a=90810425bb57&t=0

Wednesday, September 6, 2023

ନଷ୍ଟ ହେବାକୁ ବସିଲାଣି ଏଗାର ଲକ୍ଷ ନଡ଼ିଆ

 COASTAL NEWS Odia 622

ନଷ୍ଟ ହେବାକୁ ବସିଲାଣି ଏଗାର ଲକ୍ଷ ନଡ଼ିଆ 



କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ । ମାଙ୍କ ନିକଟକୁ ନଡିଆ ଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ବିଭିନ୍ନ ପ୍ରାନ୍ତରୁ ମାଙ୍କ ପୀଠକୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ । ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ । ଏବେ କୌଣସି ଟେଣ୍ଡରଧାରୀ ନଥିବାରୁ ମାନସିକ ନଡିଆ ଭୋଗ ନଲାଗି ପାରି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । 

ପ୍ରତି ଦିନ ରାଜ୍ୟର କୋଣ ଅନୁକୋଣରୁ ୧୦ ରୁ ୧୫ହଜାର ମାନସିକ ନଡିଆ ମାଙ୍କ ମନ୍ଦିରକୁ ଆସିଥାଏ । ଏବେ ମାନସିକ ନଡ଼ିଆ ନେବା ପାଇଁ କୌଣସି ଟେଣ୍ଡରଧାରୀ ନଥିବାରୁ ସ୍ଥାନୀୟ ନଡିଆ କୋରା ବେପାରୀ ଦୈନିକ ମାତ୍ର ହଜାରେ ରୁ ୧୫ ଶ‌ହ  ନଡ଼ିଆ ନେଉଛନ୍ତି । ଫଳରେ ନଡ଼ିଆ ଗୋଦାମ ରେ ଗଚ୍ଛିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 

କିଛି ଦିନ ପୂର୍ବେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ପଇସା ରେ ବିକ୍ରି କରିବାକୁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ । ପୁଣି ନଡ଼ିଆ ଗୋଟାଏ ପ୍ରତି ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି । ୩ ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିବାବେଳେ ଲୋକେ କିପରି ୪ ଟଙ୍କା ୬୦ ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି । 

ଅନ୍ୟପଟେ ମାନସିକ ନଡ଼ିଆ ତୁରନ୍ତ ବିନିଯୋଗ ହେବାର ଆବଶ୍ୟକତା ରହିଛି। ମନ୍ଦିର ପ୍ରଶାସନର ଏପରି ନୀତିଯୋଗୁ ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ନଡିଆ ନିଲାମ ହୋଇପାରୁନାହିଁ। ତୁରନ୍ତ ଗଚ୍ଛିତ ଥିବା ନଡ଼ିଆ ନିଲାମ ନହେଲେ ଏସବୁ ଗୋଦାମ ଗୃହରେ ପଡିପଡି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।  ଯାହାକି ଭକ୍ତଙ୍କ ଭାବନା ଓ ବିଶ୍ୱାସ ପ୍ରତି ବଡ଼ କୁଠାରଘାତ ହେବ ବୋଲି ମତପ୍ରକାଶ ପାଇଛି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...