AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା

COASTAL NEWS Odia 788
ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା



 
ନୂଆଦିଲ୍ଲୀ,୧୮।୯: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି ମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍‌ ଏହି ପିଟଶନ ଦାଖଲ କରିଥିଲେ। 

ତେବେ ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଶୁଣାଣି ସମୟରେ ହେମନ୍ତ ସୋରେନ୍‌ଙ୍କ ପକ୍ଷରୁ ଓକିଲ ମୁକୁଲ ରେହତଗୀ ହାଜର ହୋଇଥିବା ବେଳେ ଇଡି ପକ୍ଷରୁ ଶୁଣାଣିରେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା ପାଇଁ ଇଡିର ରାଞ୍ଚି କାର୍ଯ୍ୟାଳୟ ସମନ ଜାରି କରିଥିଲା। ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହେମନ୍ତ ସୋରେନ୍‌ଙ୍କୁ ଡକାଯାଇଥିଲା। ସୋରେନ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

No comments:

COASTAL NEWS

ଓଡ଼ିଆ-ଭାବିତ ସଂସ୍କୃତ ଜଗନ୍ନାଥ କୀର୍ତନ

ଓଡ଼ିଆ-ଭାବିତ ସଂସ୍କୃତ ଜଗନ୍ନାଥ କୀର୍ତନ (Odia-accented Sanskrit Kirtan) ॥ ଧ୍ରୁବପଦ (ଓଡ଼ିଆ ଚାଲ – Chorus) ॥ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ନୀଳାଚ...