AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ

COASTAL NEWS Odia 789
ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ



କାର୍ଲିଫୋର୍ଣ୍ଣିଆ - (ରିପୋର୍ଟ୍  ଭଞ୍ଜ ବିହାରୀ ମହାନ୍ତି) ଆପଣ ମାଛ ଖାଇବାକୁ ଭଲ ପାଉଛନ୍ତି କି ତେବେ ସାବଧାନ । ମାଛ ଖାଇଲେ ହରାଇବେ ଶରୀରର ଅଙ୍ଗ । ଜଣେ ମହିଳା ମାଛ ଖାଇ ନିଜ ଗୋଡ଼ ଓ ହାତ ହରାଇଛନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ସତରେ ଘଟିଛି । ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ହାତ ଓ ଗୋଡ଼ କଟାଯାଇଛି ।

ମାଛରୁ ଓମେଗା-୩ ଫ୍ୟାଟି ଏସିଡ ଏବଂ ଡିଏଚଏ ଠାରୁ ଆରମ୍ଭ କରି ଭିଟାମିନ ଡି ମିଳିଥାଏ ବୋଲି ଆପଣ ଜାଣିଥିବେ । କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଏଭଳି ଏକ ଭୟଙ୍କର ମାମଲା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ । ଏହି ଘଟଣାରେ ଜଣେ ମହିଳା ମାଛ ଖାଇ ନିଜର ୪ଟି ଅଙ୍ଗ ହରାଇଛନ୍ତି । ତାଙ୍କର ଦୁଇ ହାତ ଓ ଦୁଇ ଗୋଡ଼ କାଟିବାକୁ ପଡ଼ିଛି । ଆପଣ ଭାବୁଥିବେ ଏହା କିପରି ସମ୍ଭବ ।

ଏଭଳି ଏକ ଅଭାବନୀୟ ଘଟଣା କାର୍ଲିଫୋର୍ଣ୍ଣିଆରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ୪୦ ବର୍ଷିୟ ଲୌରା ବାରାଜସ ନାମକ ଜଣେ ମହିଳା ଦୂଷିତ ତିଲାପିଆ ମାଛ ଖାଇବା ପରେ ତାଙ୍କର ଦୁଇଟି ହାତ ଓ ଗୋଡ଼ କାଟିବାକୁ ପଡ଼ିଥିଲା । 
ସୂଚନା ଅନୁସାରେ ଭିବ୍ରିଓ ବୁଲ୍ନିଫିକସ୍‌ ନାମକ ବ୍ୟାକ୍ଟେରିଆ ଉକ୍ତ ମାଛକୁ ଦୂଷିତ କରିଥିଲା । ଯେଉଁ କାରଣରୁ ଛ’ ମାସ ଶିଶୁର ମା’ ଏହିି ମାଛକୁ ଖାଇବା ପରେ ତାଙ୍କର ଏପରି ଅବସ୍ଥା ହୋଇଥିଲା । ମହିଳାଙ୍କ ବନ୍ଧୁମାନଙ୍କ କହିବା ଅନୁସାରେ ମହିଳାଙ୍କ ଏପରି ଅବସ୍ଥା ହେବାରେ କାରଣ ହେଉଛି ମାଛରେ ହୋଇଥିବା ଜୀବାଣୁ ସଂକ୍ରମଣ । ମହିଳା ଖାଇଥିବା ମାଛଟି ସମ୍ପୂର୍ଣ୍ଣ ରନ୍ଧା ଯାଇନଥିଲା ଏବଂ ବ୍ୟାକ୍ଟେରିଆ କାରଣରୁ ଏହା ଦୂଷିତ ହୋଇ ଯାଇଥିଲା । ପରେ ମହିଳା ସଂକ୍ରମଣର ଶିକାର ହୋଇଥିଲେ ।

ନ୍ୟୁୟର୍କ ରିପୋର୍ଟ ଅନୁଯାୟୀ, ୪୦ ବର୍ଷିୟ ଲୌରା ବାରାଜସଙ୍କୁ ଦୀର୍ଘ ଏକ ମାସ ରଖିବା ପରେ ତାଙ୍କର ସର୍ଜରୀ କରାଯାଇଥିଲା । ଯାହା ପରେ ତାଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ଏକ ଅନଲାଇନ ଫଣ୍ଡେରଜିଙ୍ଗ କ୍ୟାମ୍ପେନ ଠାରୁ ଜଣା ପଡ଼ିଛିି ଯେ ମହିଳା ମାଛ ଖାଇବା ପରେ ଏହି ଜୀବାଣୁ ସଂକ୍ରମଣରେ ପିଡ଼ିତ ହୋଇଥିଲେ । 

କୁହାଯାଉଛି ବୁଲ୍ନିଫିକସ୍‌ ଏକ ଘାତକ ଜୀବାଣୁ ଯାହା ସାଧାରଣତଃ ଅଧା ରନ୍ଧା ଯାଇଥିବା ସମୁଦ୍ର ଖାଦ୍ୟରେ ମିଳିଥାଏ । ମହିଳାଙ୍କ ସହ ଏପରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଏବଂ ଅନ୍ୟମାନେ ଏଭଳି ଭାବେ ମାଛ ଖାଇବା ଠାରୁ ଦୂରେଇ ରହୁଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...