AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି: ୪% ବଢି ପାରେ ଡି ଏ ,ପିଛିଲା ଭାବେ ହେବ ଲାଗୁ

COASTAL NEWS Odia 790

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି:

 ୪% ବଢିଲା ଡି ଏ ପିଛିଲା ଭାବେ  ଲାଗୁ ହେବ 



ଦଶହରା ପୂର୍ବରୁ ହିଁ ବକେୟା ରାଶି ପ୍ରଦାନ କରାଯିବକୁ ଘୋଷଣା କରିଛନ୍ତି ସରକାର।

ନୁଆଦିଲ୍ଲୀ - କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡି ଏ ) ବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତୁତି ଶେଷ କରିଥିବା ବେଳେ କେବଳ ଘୋଷଣା ବାକି ରହିଛି । ଶୁଣିବାକୁ ମିଳୁଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ତିନି କିମ୍ବା ୪ ପ୍ରତିଶତ ବୃଦ୍ଧି କରାଯାଇପାରେ। ଏହା ସହିତ ବର୍ଦ୍ଧିତ ଟଙ୍କା ପିଛିଲା ଭାବେ ଲାଗୁ କରାଯିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେବେ ଏହା ପୂର୍ବରୁ ରାଜ୍ୟ ସରକାରମାନେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବା ଆରମ୍ଭ କରିଛନ୍ତି।


କେନ୍ଦ୍ର ସରକାର ଡିଅରନେସ୍ ଆଲୋଏନ୍ସ (ଡି ଏ ) ବୃଦ୍ଧି କରିବାକୁ ନେଇ ଯୋଜନା କରୁଥିବା ବେଳେ ସିକ୍କିମ୍ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସିକ୍କିମ୍ ସରକାର । କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗ।


ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବା ପରେ ଏବେ ସେମାନଙ୍କୁ ମୋଟ ୪୨% DA ମିଳିବ । ପୂର୍ବରୁ ତାହା ୩୮ପ୍ରତିଶତ ଥିଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା କରିଛନ୍ତି ସିକ୍କିମ୍ ସରକାର। ଆସନ୍ତା ଦଶହରା ପୂର୍ବରୁ ହିଁ ବକେୟା ରାଶି ପ୍ରଦାନ କରାଯିବ । ଅର୍ଥାତ୍ ଦଶହରା ପୂର୍ବରୁ ହିଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ DA ଏରିଅର ମିଳିଯିବ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...