AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

କୁଆଁରୀ ମାତୃତ୍ୱ

COASTAL NEWS Odia 791
କୁଆଁରୀ ମାତୃତ୍ୱ


ବାସୁଦେବପୁର - ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି ପେଟ କାଟୁଥିଲା। ଅବିବାହିତ ଝିଅକୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକ ଗାଡ଼ି ଆଣିବାକୁ ଯାଇଥିଲେ। ହେଲେ ତା’ ପୂର୍ବରୁ ଘରେ ପିଲା ଜନ୍ମ କରିଥିଲେ ଯୁବତୀ। ମାଆ ଓ ଛୁଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏପରି ଖବର ଭଦ୍ରକ ଜିଲ୍ଲାରୁ ଆସିଛି। ମାମଲା ଥାନାକୁ ଯିବା ପରେ ଯୁବତୀଙ୍କ ଓ ତାଙ୍କ ଛୁଆକୁ ପ୍ରେମିକ ପ୍ରବର ଗ୍ରହଣ କରିଥିବା ଜଣାପଡ଼ିଛି।

ବାସୁଦେବପୁର ଥାନା ଅଞ୍ଚଳର ୨୪ ବର୍ଷୀୟା ରୁବିନା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ ପିକୁନ୍‌(ଛଦ୍ମନାମ)। ରୁବିନା ମଧ୍ୟ ପିକୁନ୍‌ଙ୍କୁ ପ୍ରେମ କରୁଥିଲେ। ସେଥିପାଇଁ ନିଜର ସର୍ବସ୍ୱ ପିକୁନ୍‌ଙ୍କ ପାଦ ତଳେ ସମର୍ପି ଦେଇଥିଲେ। ଏହାର ସୁଯୋଗ ନେଇ ରୁବିନାଙ୍କ ସହିତ ପିକୁନ୍‌ ଶାରୀରିକ ସମ୍ପର୍କ ରଖିଥିଲେ। ଯେଉଁଥିପାଇଁ ରୁବିନା ଗର୍ଭବତୀ ହୋଇଯାଇଥିଲେ। ହେଲେ ଏନେଇ ପରିବାର ଲୋକେ କିଛି ଟେର୍‌ ପାଇନଥିଲେ।

ରବିବାର ସକାଳେ ହଠାତ୍‌ ରୁବିନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ଗାଡ଼ି ଆଣିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ରୁବିନା ପ୍ରସବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କୁଆଁରୀ ମାତୃତ୍ୱକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। କାହା ସହିତ ଶାରୀରିକ ସମ୍ପର୍କ ରଖିଥିଲୁ? ଛୁଆର ବାପା କିଏ? ଏମିତି କେତେ କ’ଣ ପ୍ରଶ୍ନ ରୁବିନାଙ୍କୁ ପଚାରିଥିଲେ। ଏହା ପରେ ପିକୁନ୍‌ଙ୍କ ନାଁ କହିଥିଲେ ରୁବିନା।

ରୁବିନାଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ହଠାତ୍‌ କ’ଣ ହେଲା ରୁବିନାଙ୍କ ବାପା ଥାନାରେ ପହଞ୍ଚିଲେ। ଆଉ ଏଫ୍‌ଆଇଆର୍‌କୁ ଉଠାଇ ନେଇଥିଲେ। ଶୁଣିବାକୁ ମିଳିଛି ରୁବିନା ଓ ତାଙ୍କ ପିଲାକୁ ତାଙ୍କ ପ୍ରେମିକ ଗ୍ରହଣ କରିଛନ୍ତି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...