AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ଆଜି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ

COASTAL NEWS Odia 787

ଆସନ୍ତାକାଲି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ



ଭୁବନେଶ୍ବର - ରିପୋର୍ଟ୍ଆ ଭଞ୍ଜ ବିହାରୀ ମହାନ୍ତି ଆଜି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ। ଗଣେଶ ପୂଜା ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ତେବେ ୬୯ କେଜି ସୁନା ଓ ୩୩୬ କେଜି ରୁପା ଖଚିତ ଗଣେଶ ମୂର୍ତ୍ତିକୁ ନେଇ ଚାରି ଆଡ଼େ ଚର୍ଚ୍ଚା।

ମୁମ୍ବାଇ ଗଣେଶ ପୂଜା ପାଇଁ ବେଶ ପରିଚିତ। ସହରର ପ୍ରସିଦ୍ଧ ଗଣେଶ ମଣ୍ଡପ ହେଉଛି ଗୋୱଡ ସାରସ୍ୱତ ବ୍ରାହ୍ମଣ(ଜିଏସ୍‌ବି) ସେବା ମଣ୍ଡଲ। ଏହି ସଂସ୍ଥା ପକ୍ଷରୁ ଚଳିତ ବର୍ଷ ପୂଜା ପାଇଁ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଏହି ମୂର୍ତ୍ତିରେ ୯୬ କେଜି ସୁନା ଓ ୩୩୬ କେଜି ରୁପାର ବ୍ୟବହାର କରାଯାଇଛି।

ଗଣେଶ ମୁର୍ତ୍ତି ତିଆରି କରିବା ପାଇଁ ସେବା ମଣ୍ଡଳକୁ ଦାନ ସୂତ୍ରରେ ୩୭ କେଜି ରୁପା ଓ ୨୫୦ ଗ୍ରାମ ସୁନା ପଦକ ମିଳିଥିଲା। ଏହାବାଦ ସଂସ୍ଥା ପକ୍ଷରୁ ମୂର୍ତ୍ତି ତିଆରି ପାଇଁ ଅଧିକ ପରିମାଣର ସୁନା ଓ ରୁପାର ବ୍ୟବହାର କରାଯାଇଥିଲା। ଚଳିତ ବର୍ଷ ମୋଟ ୬୯ କେଜି ସୁନା ଓ ୩୩୬ କେଜି ରୁପାରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଇଛି।

ଜିଏସ୍‌ବି ସେବା ମଣ୍ଡଳର ଜଣେ ପ୍ରତିନିଧି କହିଛନ୍ତି, “ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୫୦ ଗ୍ରାମ ଅଧିକ ସୁନା ଓ ୩୬ କେଜି ଅଧିକ ରୁପା ବ୍ୟବହାର କରାଯାଇଛି। ସେପ୍ଟେମ୍ବର ୧୯ ଓ ୨୦ରେ ସ୍ୱତନ୍ତ୍ର ଯଜ୍ଞ କରାଯିବ। ସେପ୍ଟେମ୍ବର ୧୯ରେ ଚନ୍ଦ୍ରଯାନ- ୩ର ସଫଳତା ପାଇଁ ଗଣେଶ ପ୍ରଭୁଙ୍କୁ ଧନ୍ୟବାଦ ଦିଆଯାଇ ଯଜ୍ଞ କରାଯିବ। ସେପ୍ଟେମ୍ବର ୨୦ରେ ଅଯୋଧ୍ୟାରେ ସଫଳତାର ସହ ରାମ ମନ୍ଦିର ନିର୍ମାଣ ଓ ଉଦଘାଟନ ପାଇଁ ଯଜ୍ଞ ହେବ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ଜିଏସ୍‌ବି ମଣ୍ଡଳ ପକ୍ଷରୁ ୩୬୦.୪୫ କୋଟି ଟଙ୍କାର ବୀମା କରାଯାଇଛି। ଏହା ମଧ୍ୟରେ ପେଣ୍ଡାଲକୁ ଆସୁଥିବା ଲୋକଙ୍କ ପାଇଁ ୨୯୦ କୋଟି ଟଙ୍କା, ଗହଣା ପାଇଁ ୩୯ କୋଟି ଓ ଜନସାଧାରଙ୍କ ଦାୟିତ୍ୱ ପାଇଁ ୨୦ କୋଟି ଟଙ୍କା ରହିଛି। ସୁରକ୍ଷା ପାଇଁ ସଂସ୍ଥା ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। 

ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ୧୦ ଦିନ ଧରି ଗଣେଶ ପୂଜା ପାଳନ କରାଯାଏ। ଲୋକ କଥା ଅନୁଯାୟୀ, ଗଣେଶ ଚର୍ତୁଥୀ ସମୟରେ ଭଗବାନ ଗଣେଶ ମା’ ପାର୍ବତୀଙ୍କ ସହ ଧରାପୃଷ୍ଠକୁ ଆସି ଥାଆନ୍ତି। ଚଳିତ ବର୍ଷ ଗଣେଶ ପୂଜା ଉତ୍ସବ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୨୯ ଯାଏ ଚାଲିବ।


No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...