AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ, ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ : ମୋଦି... ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ଲୋକସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା କରାଯିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ପୁରୁଣା ସଂସଦ ଭବନ ଛାଡ଼ିବା ଅନୁଭବ ହୋଇ ରହିବ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସ୍ୱାଧୀନତ ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ । ଅଧିବେଶନ ପୂର୍ବରୁ ପିଏମ୍ ମୋଦି କହିଥିଲେ, ଏହି ଅଧିବେଶନ ଛୋଟ କିନ୍ତୁ ସମୟ ଅନୁସାରେ ବଡ଼ । ଏହା ଐତିହାସିକ ନିଷ୍ପତ୍ତିର ଅଧିବେଶନ । ଏଥିସହ ଭାରତର G20 ଅଧ୍ୟକ୍ଷତାଠାରୁ ଚନ୍ଦଯାନ-୩ ସଫଳତା କଥା କହିଥିଲେ ମୋଦି । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇପାରେ । ଆସନ୍ତାକାଲିଠୁ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ । ଜାଗାର ଅଭାବ ଏବଂ ଅତ୍ୟାଧୁନିକ ସୁବିଧା ନଥିବାରୁ ସରକାର ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି । ଏଠାରେ ସମସ୍ତ ପ୍ରକାରର ବୈଷୟିକ ସୁବିଧା ସହିତ ଦୁଇ ସଦନର କ୍ଷମତା ବଢାଇ ଦିଆଯାଇଛି । ପୁରୁଣା ସଂସଦକୁ ପୁନଃରୁଦ୍ଧାର କରାଯାଇ ବିକଳ୍ପ ଭାବେ ବ୍ୟବହାର କରାଯିବ । ଦେଶର ପୁରାତାତ୍ତ୍ୱିକ ସଂପତ୍ତିକୁ ସରଂକ୍ଷିତ କରି ରଖାଯିବ । ୧୯୨୧ରେ ସଂସଦ ନିର୍ମାଣ ଆରମ୍ଭ ହୋଇ ୧୯୨୭ରେ ଶେଷ ହୋଇଥିଲା । ପ୍ରଥମରୁ ଏହାକୁ କାଉନସିଲ ହାଉସ ନାମରେ ଜଣାଶୁଣା ଥିଲା ।

COASTAL NEWS Odia 786

ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ, ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ : ମୋଦି



ନୂଆଦିଲ୍ଲୀ - ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି - ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ଲୋକସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା କରାଯିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ପୁରୁଣା ସଂସଦ ଭବନ ଛାଡ଼ିବା ଅନୁଭବ ହୋଇ ରହିବ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସ୍ୱାଧୀନତ ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ ।

ଅଧିବେଶନ ପୂର୍ବରୁ ପିଏମ୍ ମୋଦି କହିଥିଲେ, ଏହି ଅଧିବେଶନ ଛୋଟ କିନ୍ତୁ ସମୟ ଅନୁସାରେ ବଡ଼ । ଏହା ଐତିହାସିକ ନିଷ୍ପତ୍ତିର ଅଧିବେଶନ । ଏଥିସହ ଭାରତର G20 ଅଧ୍ୟକ୍ଷତାଠାରୁ ଚନ୍ଦଯାନ-୩ ସଫଳତା କଥା କହିଥିଲେ ମୋଦି । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । 

ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇପାରେ । 

ଆସନ୍ତାକାଲିଠୁ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ ।

ଜାଗାର ଅଭାବ ଏବଂ ଅତ୍ୟାଧୁନିକ ସୁବିଧା ନଥିବାରୁ ସରକାର ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି । ଏଠାରେ ସମସ୍ତ ପ୍ରକାରର ବୈଷୟିକ ସୁବିଧା ସହିତ ଦୁଇ ସଦନର କ୍ଷମତା ବଢାଇ ଦିଆଯାଇଛି । 

ପୁରୁଣା ସଂସଦକୁ ପୁନଃରୁଦ୍ଧାର କରାଯାଇ ବିକଳ୍ପ ଭାବେ ବ୍ୟବହାର କରାଯିବ ।ଦେଶର ପୁରାତାତ୍ତ୍ୱିକ ସଂପତ୍ତିକୁ ସରଂକ୍ଷିତ କରି ରଖାଯିବ । ୧୯୨୧ରେ ସଂସଦ ନିର୍ମାଣ ଆରମ୍ଭ ହୋଇ ୧୯୨୭ରେ ଶେଷ ହୋଇଥିଲା । ପ୍ରଥମରୁ ଏହାକୁ କାଉନସିଲ ହାଉସ ନାମରେ ଜଣାଶୁଣା ଥିଲା ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...