AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ପୃଥିବୀର ସବୁଠୁ ଦାମିକା ଛେନା

 COASTAL NEWS Odia 559

ଛେନା କେଜିକୁ ୧୨.୩୨ ଲକ୍ଷ ଟଙ୍କା ! ତିଆରି ହେବାକୁ ଲାଗେ ୧୦ ମାସ



ସ୍ପେନ୍ --ପୃଥିବୀର ସବୁଠୁ ଦାମିକା ଛେନାର ମାନ୍ୟତା ରଖିଥିବା ‘କାବ୍ରେଲ୍‌ସ’ ଛେନାର ଦାମ୍‌ ଶୁଣିଲେ କାନକୁ ବିଶ୍ବାସ କରିହେବନି। ଏହାର କିଲୋଗ୍ରାମ୍‌ ପିଛା ଦର ହେଉଛି ପ୍ରାୟ ୧୨ ଲକ୍ଷ ୩୨ ହଜାର ଟଙ୍କା। ତଥାପି ଗ୍ରାହକ ତାକୁ କିଣୁଛନ୍ତି। ପ୍ରତିବର୍ଷ ଅଗଷ୍ଟ ଶେଷ ସପ୍ତାହରେ ସ୍ପେନ୍‌ର ଆସ୍ତୁରିଆସ୍‌ ପ୍ରଦେଶ ଅନ୍ତର୍ଗତ ଲାସ୍‌ ଆରେନାସ୍‌ ଡି କାବ୍ରେଲ୍‌ସ ପୌରାଞ୍ଚଳରେ ଏହି ସ୍ବତନ୍ତ୍ର ଛେନାର ନିଲାମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏକ ସ୍ପେନୀୟ ରେସ୍ତୋରାଁ ଉକ୍ତ ଛେନାର ଏକ ୪.୮୫ ପାଉଣ୍ଡ୍‌ ବା ୨.୨ କେଜି ଓଜନର ଖଣ୍ଡକୁ ୩୦,୦୦୦ ୟୁରୋ ବା ୩୨,୮୦୦ ଡଲାର ଦେଇ କିଣିଛି ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୭ ଲକ୍ଷ ୧୦ ହଜାର ୯୧୩ ଟଙ୍କା ହେବ। ଏହି ଛେନାର ବିଶେଷତ୍ବ ହେଉଛି, ଏହା କଞ୍ଚା ଗାଈ କ୍ଷୀର ଅଥବା ଗାଈ, ମେଣ୍ଢା ଓ ଛେଳି କ୍ଷୀରର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ। ତାହାକୁ ଉତ୍ତର ସ୍ପେନ୍‌ର ଲସ୍‌ ପିକୋସ୍‌ ଡି ୟୁରୋପା ପର୍ବତଶ୍ରେଣୀର ଗୁମ୍ଫା ଭିତରେ ୧୦ ମାସ ଧରି ସଂରକ୍ଷିତ ରଖି ପ୍ରାକୃତିକ ଉପାୟରେ ପାକଳ କରାଯାଇଥାଏ।

ଗୁମ୍ଫାର ଆର୍ଦ୍ର ଅବସ୍ଥା ଯୋଗୁଁ ସେଥିରେ ପେନ୍‌ସିଲିନ୍‌ ପରି ଏକପ୍ରକାର ଉପକାରୀ ବୀଜାଣୁ ଉତ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ ଯାହା ଛେନାକୁ ବିରଳ ନୀଳ-ସବୁଜ ଦାଗରେ ଚିତ୍ରିତ କରିଥାଏ। ସୁତରାଂ ତାହାର ରକ୍ଷଣାବେକ୍ଷଣ ଓ ପାକଳ ପ୍ରକ୍ରିୟା ସମୟସାପେକ୍ଷ ତଥା ବ୍ୟୟସାପେକ୍ଷ ହୋଇଥିବାରୁ ତାହାର ଦର ଏପରି ଉଚ୍ଚ ରହିଛି। ଏହାକୁ କିଣିବା ଲାଗି ଲୋକେ ପାଣି ପରି ଅର୍ଥ ଖର୍ଚ୍ଚ କରୁଛନ୍ତି। ସ୍ପେନ୍‌ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ‘କାବ୍ରେଲ୍‌ସ’ ଛେନାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ୬୬,୨୨୬ କେଜି ଓଜନର ଏହି ଛେନା ବିକ୍ରି ହୋଇଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...