AFFILIATE MARKETING

https://binomo.com?a=90810425bb57&t=0

Tuesday, September 19, 2023

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି

COASTAL NEWS Odia 797

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି




ନୂଆଦିଲ୍ଲୀ - ସମର୍ଥୀତ ସୁତ୍ରରୁ ପ୍ରକାଶ ଯେ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି l ମହିଳା ସଂରକ୍ଷଣ ବିଲ୍‌କୁ ମଞ୍ଜୁରି ହୋଇଥିବା ଜଣାପଡିଛି l ପ୍ରଧାନମନ୍ତ୍ରୀ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ।  ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ମଞ୍ଜୁରି ମିଳିଛି ବୋଲି ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ନୂଆ ସଂସଦ ଭବନରେ ଆସିପାରେ ବିଲ୍‌ । ଦେଢ଼ଘଣ୍ଟା ଧରି ଚାଲିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି l ତେବେ ପ୍ରୋଟୋକଲ ଅନୁଯାୟୀ ପ୍ରଥମେ କ୍ୟାବିନେଟ ନିଷ୍ପତ୍ତି ପାର୍ଲିଆମେଣ୍ଟ ସଦସ୍ୟ ମାନଙ୍କୁ ଜଣେଇବା ପରେ ପ୍ରେସ କୁ ବ୍ରିଫ୍ ଦିଆଯାଏ l ତେଣୁ କ୍ୟାବିନେଟ ର କୌଣସି ସଦସ୍ୟ ମିଡିଆରେ ମୁହଁ ଖୋଲି ନଥିଲେ l

କେନ୍ଦ୍ର ସରକାର ବିଲ୍ ଉପରେ ସମ୍ମତି ପ୍ରକାଶ କରିଛନ୍ତି । ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଉପରେ ମୋହର ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ମହିଳାଙ୍କ ପାଇଁ 33% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିବାବେଳେ, ଏ ନେଇ ବିରୋଧୀଙ୍କ ଆଭିମୁଖ୍ୟ କଣ ତାହା ଉପରେ ଦେଶବାସୀଙ୍କ ନଜର ରହିବ ।

କେନ୍ଦ୍ର ସରକାର ଙ୍କ ପାଇଁ ମହିଳା ସଂରକ୍ଷଣ ବିଲ୍ ଗୁରୁତ୍ୱ ବହନ କରୁଛି । ଆଗାମୀ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳି ପାରେ । ଉଭୟ ସଂସଦ ଏବଂ ରାଜ୍ୟଗୁଡିକର ବିଧାନସଭାରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁକରାଯିବ ବୋଲି ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ସମସ୍ତ ରାଜ୍ୟରେ ଏବଂ କେନ୍ଦ୍ର ଶାସିତ ଅଂଚଳର ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିବ । 

ଉଭୟ ସଂସଦରେ ଯଦି ଏହି ବିଲ ପାସ ହୁଏ ତେବେ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ 33% ମହିଳାଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିବ ।  

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...