AFFILIATE MARKETING

https://binomo.com?a=90810425bb57&t=0

Tuesday, September 19, 2023

ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'

COASTAL NEWS Odia 796

ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'



ନୂଆଦିଲ୍ଲୀ - ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ-L1ର ସଫଳ ଲଞ୍ଚ୍ ପରେ ଖୁବ୍ ଶୀଘ୍ର ଇସ୍ରୋ 'ଗଗନଯାନ ମିଶନ୍'ଆରମ୍ଭ କରିବାକୁ ଯାଉଛି । ଏହାସହ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ସୂଚନା ଦେଇଛନ୍ତି ।

ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବା ନେଇ ସୂଚନା ରହିଛି । 
ସମୁଦ୍ର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ଏହି ମିଶନର ନାଁ ମତ୍ସ୍ୟ 6000 (Samudrayaa ocean mission matsya 6000 ) ରଖାଯାଇଛି । ଭାରତ ସରକାରଙ୍କ ବ୍ଲୁ ଇକୋନୋମିକ୍ ବିକାଶ ପାଇଁ ଏହା କରାଯାଉଛି। ଏଥିସହ ଏହା ସାମୁଦ୍ରିକ ଇକୋସିଷ୍ଟମରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଦାବି କରାଯାଉଛି ।

ସମୁଦ୍ରର 6000 ମିଟର ଗଭୀରତାକୁ ତିନି ଜଣ ବ୍ୟକ୍ତିଙ୍କୁ ପଠାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି (NIOT) ଦ୍ୱାରା ଏହି ଜାହାଜ ପ୍ରସ୍ତୁତ ହେଉଛି। ଏହି ଜାହାଜ ମାଧ୍ୟମରେ ୩ ଜଣ ବ୍ୟକ୍ତି ସମୁଦ୍ର ତଳେ 6000 ମିଟର ଗଭୀରତାକୁ ଯିବେ । ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାର ପ୍ରଥମ ସମୁଦ୍ର ଟ୍ରାଏଲ୍ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ । ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରାଯିବା ନେଇ ସୂଚନା ରହିଛି ।

ଏହା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ରେ ନିର୍ମିତ ଜାହାଜ । ଯାହାର ନାମ 'ମତ୍ସ 6000' ରଖାଯାଇଛି । ଚେନ୍ନାଇ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି ଏହାକୁ ବିକଶିକ ଓ ଡିଜାଇନ୍ କରିଛି । ବୈଜ୍ଞାନିକମାନେ ବୁଡ଼ା ଜାହାଜ ମତ୍ସ୍ୟ ୬୦୦୦ ଡିଜାଇନ୍, ସରଞ୍ଜାମ, ଟେଷ୍ଟିଂ, ପ୍ରମାଣପତ୍ର ଓ ଏସଓପିର ସମୀକ୍ଷା କରିଥିବା ନେଇ ସୂଚନା ମିଳିଛି ।

ମତ୍ସ୍ୟ 6000 ସ୍ୱାଭାବିକ ଅପରେସନରେ ୧୨ରୁ ୧୬ ଘଣ୍ଟା ହେଲେ ମନୁଷ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବ କାରଣ ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ 
ଅମ୍ଳଜାନ ସଂରକ୍ଷିକ ହୋଇ ରହି ପାରିବ । ଏହି ଯାନର ଓଜନ ୨୫ଟନ୍ । ଏହା ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟସଂଗ୍ରହ କରାଯିବା ସହ ଜୈବ ବିବିଧତାର ଆକଳନ କରାଯାଇ ପାରିବ ।

ସମୁଦ୍ରଯାନ ପ୍ରକଳ୍ପ ସହ ଗଭୀର ସାଗର ମିଶନ ପାଇଁ ଭାରତ ସରକାର ୪.୦୭୭ କୋଟି ଟଙ୍କାରର ବ୍ୟବବରାଦ କରିଛନ୍ତି । ୫ ବର୍ଷ ମଧ୍ୟରେ ଏହି ଟଙ୍କାକୁ ପର୍ଯ୍ୟାକ୍ରମରେ ଖର୍ଚ୍ଚ କରାଯିବ । ପୂର୍ବରୁ ଆମେରିକା, ରୁଷ, ଫ୍ରାନ୍ସ, ଜାପାନ ଏବଂ ଚାଇନା ଆଗରୁ ସମୁଦ୍ରଯାନ ଲଞ୍ଚ କରିସାରିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...