AFFILIATE MARKETING

https://binomo.com?a=90810425bb57&t=0

Tuesday, September 19, 2023

ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'

COASTAL NEWS Odia 796

ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ 'ସମୁଦ୍ରଯାନ'



ନୂଆଦିଲ୍ଲୀ - ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ-L1ର ସଫଳ ଲଞ୍ଚ୍ ପରେ ଖୁବ୍ ଶୀଘ୍ର ଇସ୍ରୋ 'ଗଗନଯାନ ମିଶନ୍'ଆରମ୍ଭ କରିବାକୁ ଯାଉଛି । ଏହାସହ ଭାରତର ବୈଜ୍ଞାନିକମାନେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ସୂଚନା ଦେଇଛନ୍ତି ।

ବଙ୍ଗୋପସାଗରର ଗଭୀର ଜଳରାଶି ଭିତରକୁ ଭାରତୀୟ ବୈଜ୍ଞାନିକମାନେ ୩ ଜଣଙ୍କୁ ପଠାଇବା ନେଇ ସୂଚନା ରହିଛି । 
ସମୁଦ୍ର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ଏହି ମିଶନର ନାଁ ମତ୍ସ୍ୟ 6000 (Samudrayaa ocean mission matsya 6000 ) ରଖାଯାଇଛି । ଭାରତ ସରକାରଙ୍କ ବ୍ଲୁ ଇକୋନୋମିକ୍ ବିକାଶ ପାଇଁ ଏହା କରାଯାଉଛି। ଏଥିସହ ଏହା ସାମୁଦ୍ରିକ ଇକୋସିଷ୍ଟମରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଦାବି କରାଯାଉଛି ।

ସମୁଦ୍ରର 6000 ମିଟର ଗଭୀରତାକୁ ତିନି ଜଣ ବ୍ୟକ୍ତିଙ୍କୁ ପଠାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି (NIOT) ଦ୍ୱାରା ଏହି ଜାହାଜ ପ୍ରସ୍ତୁତ ହେଉଛି। ଏହି ଜାହାଜ ମାଧ୍ୟମରେ ୩ ଜଣ ବ୍ୟକ୍ତି ସମୁଦ୍ର ତଳେ 6000 ମିଟର ଗଭୀରତାକୁ ଯିବେ । ଦୀର୍ଘ ୨ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାର ପ୍ରଥମ ସମୁଦ୍ର ଟ୍ରାଏଲ୍ ଆସନ୍ତାବର୍ଷ ପ୍ରଥମ ଭାଗରେ ବଙ୍ଗୋପସାଗରରେ କରାଯିବ । ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରାଯିବା ନେଇ ସୂଚନା ରହିଛି ।

ଏହା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ରେ ନିର୍ମିତ ଜାହାଜ । ଯାହାର ନାମ 'ମତ୍ସ 6000' ରଖାଯାଇଛି । ଚେନ୍ନାଇ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି ଏହାକୁ ବିକଶିକ ଓ ଡିଜାଇନ୍ କରିଛି । ବୈଜ୍ଞାନିକମାନେ ବୁଡ଼ା ଜାହାଜ ମତ୍ସ୍ୟ ୬୦୦୦ ଡିଜାଇନ୍, ସରଞ୍ଜାମ, ଟେଷ୍ଟିଂ, ପ୍ରମାଣପତ୍ର ଓ ଏସଓପିର ସମୀକ୍ଷା କରିଥିବା ନେଇ ସୂଚନା ମିଳିଛି ।

ମତ୍ସ୍ୟ 6000 ସ୍ୱାଭାବିକ ଅପରେସନରେ ୧୨ରୁ ୧୬ ଘଣ୍ଟା ହେଲେ ମନୁଷ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବ କାରଣ ଏଥିରେ ୯୬ ଘଣ୍ଟା ପର୍ଯ୍ୟନ୍ତ 
ଅମ୍ଳଜାନ ସଂରକ୍ଷିକ ହୋଇ ରହି ପାରିବ । ଏହି ଯାନର ଓଜନ ୨୫ଟନ୍ । ଏହା ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟସଂଗ୍ରହ କରାଯିବା ସହ ଜୈବ ବିବିଧତାର ଆକଳନ କରାଯାଇ ପାରିବ ।

ସମୁଦ୍ରଯାନ ପ୍ରକଳ୍ପ ସହ ଗଭୀର ସାଗର ମିଶନ ପାଇଁ ଭାରତ ସରକାର ୪.୦୭୭ କୋଟି ଟଙ୍କାରର ବ୍ୟବବରାଦ କରିଛନ୍ତି । ୫ ବର୍ଷ ମଧ୍ୟରେ ଏହି ଟଙ୍କାକୁ ପର୍ଯ୍ୟାକ୍ରମରେ ଖର୍ଚ୍ଚ କରାଯିବ । ପୂର୍ବରୁ ଆମେରିକା, ରୁଷ, ଫ୍ରାନ୍ସ, ଜାପାନ ଏବଂ ଚାଇନା ଆଗରୁ ସମୁଦ୍ରଯାନ ଲଞ୍ଚ କରିସାରିଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...