AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ଭୂତ କୋଠି ପଲଟିଛି ଦୁନିଆର ପ୍ରଥମ ଜେଲ

COASTAL NEWS Odia 795
ଭୂତ କୋଠି ପଲଟିଛି ଦୁନିଆର ପ୍ରଥମ ଜେଲ , ଏହି ସ୍ଥାନକୁ ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ



ଫିଲାଡେଲଫିଆ - ( ଭଞ୍ଜ ବିହାରୀ ମହାନ୍ତି.) ଭୂତ କୋଠି ପାଲଟିଛି ଦୁନିଆର ପ୍ରଥମ ଜେଲ । ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିକୁ ଦୁନିଆର ପ୍ରଥମ ଜେଲ କୁହାଯାଏ । କିନ୍ତୁ ଏହି ଜେଲ ଏବେ ପାଲଟିଛି ଭୂତ କୋଠି । ସଞ୍ଜ ନଇଁ ଆସିଲେ ଏ ସ୍ଥାନ ପୂରା ଶୂନଶାନ୍‌ । ଜେଲ ପାଖ ଦେଇ ଲୋକମାନେ ଯିବାକୁ ଭୟ କରନ୍ତି । କୁହାଯାଏ ଏଠାରେ ଅଶରିରୀ ବାସ କରୁଛି । ରାତି ତ ରାତି ଦିନ ବେଳେ ବି ଲୋକମାନେ ଏ ସ୍ଥାନକୁ ଯିବାକୁ ଭୟ କରନ୍ତି । ରାତି ହେଲେ ଭୟଙ୍କର ଚିତ୍କାର ଶୁଣାଯାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ଜେଲ ବିଷୟରେ କିଛି ଭିନ୍ନ ତଥ୍ୟ ।

ଯେତେବେଳେ ଏହି ଜେଲକୁ ନିର୍ମାଣ କରାଯାଇଥିଲା ଏହା ଦୁନିଆର ଏକ ଆଦର୍ଶ ଜେଲ ଥିଲା । ଦୁର୍ଦ୍ଦାନ୍ତ କଏଦୀମାନଙ୍କ ପାଇଁ ଏହା ଉପଯୁକ୍ତ ଜେଲ ଥିଲା । ଏହା ‘ପୃଥିବୀର ନର୍କ ଭାବେ ମଧ୍ୟ ପରିଚିତ ଥିଲା । ଏକଦା ଦୁନିଆର ସବୁଠାରୁ ଦୁର୍ଦ୍ଦାନ୍ତ କଏଦୀମାନେ ଏହି ଜେଲରେ ବନ୍ଦୀ ହୋଇ ରହୁଥିଲେ କିନ୍ତୁ ଏହା ଏବେ ଭୂତ କୋଠିରେ ପରିଣତ ହୋଇଛି ।

ଡେଲିଷ୍ଟାର ରିପୋର୍ଟ ଅନୁସାରେ, ଆମେରିକାର ପେନସିଲଭାନିଆ ଫିଲାଡେଲଫିଆ ସହରରେ ଏହି ଜେଲ ୧୮୨୯ରେ ଖୋଲା ଯାଇଥିଲା ଏବଂ ୧୯୭୧ ମସିହା ପର୍ଯ୍ୟନ୍ତ ଏହା ଚାଲୁ ରହିଥିଲା । ଏହି ଜେଲରେ ରହୁଥିବା କୁଖାତ୍ୟ ଅପରାଧୀଙ୍କ ପାଇଁ ଏହା ପ୍ରସିଦ୍ଧ ଥିଲା । ଏଠାରେ ତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉଥିଲା । ଆରମ୍ଭ ସମୟରେ ମାତ୍ର ୨୫୦ ଜଣ କଏଦୀଙ୍କ ପାଇଁ ଏହା ନିର୍ମାଣ କରାଯାଇଥିଲା । କିନ୍ତୁ ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ ବୃଦ୍ଧି ପାଇଥିଲା ।

ଏହି ଜେଲ ବନ୍ଦୀମାନଙ୍କ ପାଇଁ ନର୍କଠାରୁ କମ୍ ନଥିଲା ବୋଲି କୁହାଯାଏ । ଦୁଇ ଜଣ କଏଦୀଙ୍କୁ ଏକ ଛୋଟ କୋଠରୀରେ ରଖାଯାଉଥିଲା। ୧୯୦୦ ଦଶକ ଆରମ୍ଭରେ ଏହି ଜେଲରେ ଟିବି ବା ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ବଢ଼ିଯିବାରୁ ବହୁ କଏଦୀଙ୍କ ମୃତ୍ୟୁ ହୋଇଥିଲା । ଶୀତଦିନେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚି ଯାଉଥିଲା ଏବଂ ଏହି କାରଣରୁ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । 

ଏହି କାରଣରୁ ଜେଲ ଅଧିକାରୀ ଅଧିକ କୋଠରୀ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ । ପରେ ଅନେକ ଅଣ୍ଡରଗ୍ରାଉଣ୍ଡ କୋଠରି ତିଆରି କରାଯାଇଥିଲା ।
ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିିରେ ୧୯୬୧ ମସିହାରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିବା କୁହାଯାଏ । ପାଖାପାଖି ୮୦୦ ରୁ ଅଧିକ କଏଦୀଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ କରି କଏଦିମାନେ ଗାର୍ଡମାନଙ୍କ ଉପରେ ଆକ୍ରମଣ କରିଥିଲେ । ବହୁ ସଂଖ୍ୟକ କଏଦୀଙ୍କ ମଧ୍ୟରେ କିଛି କୁଖ୍ୟାତ ଅପରାଧୀ ମଧ୍ୟ ସାମିଲ ଥିଲେ, ସେମାନଙ୍କ ମଧ୍ୟରେ ଚିକାଗୋ ଗ୍ୟାଙ୍ଗଷ୍ଟର ଅଲ କ୍ୟାପୋନ ଅନ୍ୟତମ । ସେ ଏହି ଜେଲରେ ଏକ ବର୍ଷରୁ କମ୍ ସମୟ ବିତାଇଥିଲା ।

ଇଷ୍ଟର୍ନ ଷ୍ଟେଟ୍ ୧୯୭୧ ବନ୍ଦ ହୋଇଯାଇଥିଲା ଏବଂ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା । ପରେ ଏହା ଭୁଶୁଡ଼ି ପଡ଼ିଥିଲା । କିନ୍ତୁ ୧୯୯୪ରେ ଇତିହାସ ପର୍ଯ୍ୟଟନ ପାଇଁ ଏହି ଜେଲକୁ ଜନସାଧାରଣଙ୍କ ପାଇଁ ପୁଣି ଥରେ ଖୋଲାଯାଇଥିଲା । ବର୍ତ୍ତମାନ ଆମରିକାର ବିଭିନ୍ନ ଭୂତକୋଠି ମଧ୍ୟରୁ ଏହି ଜେଲ ଏକ ଭୟଙ୍କର ଭୂତକୋଠି ଭାବେ ଜଣା ଯାଉଛି । ଏକ ଟିଭି ଶୋ ଏହି ଜେଲରେ ପାରାନର୍ମାଲ ଇନଭେଷ୍ଟିଗେସନ କରିଥିଲା । ପରେ ଏଠାରେ ଅଜବ ଘଟଣା ସହ ଭୟଙ୍କର ଚିତ୍କାର ଏବଂ ଛାଇର କିଛି ଆକୃତି ଦେଖିବାକୁ ମିଳିଥିଲା । ଯାହା ବିଷୟରେ ସେମାନେ ବୁଝାଇବାକୁ ଅସମର୍ଥ ଥିଲେ । 

ତେବେ ଏହି ଜେଲରେ ଏବ ବି କିଛି ଅଦୃଷ୍ଟ ଶକ୍ତି ଥିବା ବିଶ୍ୱାସ କରାଯାଉଛି । ଲୋକମାନେ ଦିନବେଳେ ତ ଏହି ସ୍ଥାନକୁ ଯାଆନ୍ତି କିନ୍ତୁ ରାତି ହେଲେ ସାଧାରଣ ଲୋକ ଏଠାକୁ ଯିବାକୁ ଭୟ କରନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...