AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ହ୍ୟୁମାନାଇଡ୍ ରୋବଟ୍‌ସ କରିବେ ମହାକାଶ ଯାତ୍ରା

COASTAL NEWS Odia 794


ସ୍ପେସ୍‌ ଦୁର୍ଘଟଣାରେ ମରିବେନି ମହାକାଶଚାରୀ, ରୋବୋଟ କରିବେ ମହାକାଶର ସମସ୍ତ କାମ



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି.) ବହୁବର୍ଷ ଧରି ପୃଥିବୀରେ ବାସ କରୁଥିବା ମଣିଷ ସ୍ପେସ୍‌ ଯାତ୍ରା କରୁଛି । ପ୍ରତ୍ୟେକ ସ୍ପେସ୍‌ ମିଶନର ଭିନ୍ନ ଉଦ୍ଦେଶ୍ୟ ରହିଥାଏ । ବେଳେବେଳେ ମଣିଷ କିଛି ଗ୍ରହରେ ଜୀବନର ସନ୍ଧାନ କରେ ତ ବେଳେବେଳେ ଏଲିଅନ୍ସଙ୍କ ସନ୍ଧାନ କରିବା ପାଇଁ ମହାକାଶକୁ ଯାଏ । 

ନିକଟରେ ଭାରତର ଚନ୍ଦ୍ରଯାନ-୩ ମିଶନ ଚନ୍ଦ୍ରକୁ ପଠାଯାଇଥିଲା । ପ୍ରତ୍ୟେକ ଦେଶ ଏହିପରି ଅନେକ ସ୍ପେସ୍ ମିଶନ୍ ମହାକାଶକୁ ପଠାଇଥାନ୍ତି । କେତେକ ମିଶନରେ ମେସିନ୍ ପଠାଯାଏ ଏବଂ ଅନେକରେ ମଣିଷ ମଧ୍ୟ ଯାଇଥାନ୍ତି । ତେବେ କିଛି ମିଶନ ସଫଳ ହୁଏ ନାହିଁ ଏବଂ ଦୁର୍ଘଟଣାରେ ପରିଣତ ହୁଏ ।

ଅନେକ ଥର ଏହି ମହାକାଶ ଦୁର୍ଘଟଣାରେ ମହାକାଶଚାରୀମାନେ ମରିଯାନ୍ତି । ଇତିହାସରେ ଏଭଳି ଅନେକ ଦୁର୍ଘଟଣା ଘଟିଛି । ସ୍ପେସ୍ ମିଶନ୍ ମଝିରେ ହିଁ ଫେଲ ହୁଏ ଏବଂ ଦୁର୍ଘଟଣା ଘଟେ । କିନ୍ତୁ ବର୍ତ୍ତମାନ ଏହି ଦୁର୍ଘଟଣାକୁ ରୋକିବା ପାଇଁ ନାସା ଏକ ନୂଆ ଉପାୟ ବାହାର କରିଛି । ନାସା ପ୍ଲାନ କରିଛି ଯେ ବର୍ତ୍ତମାନ ହ୍ୟୁମାନାଇଡ ରୋବଟଗୁଡ଼ିକୁ ମହାକାଶ ମିଶନରେ ପଠାଯିବ । ଏହି ରୋବଟ୍‌ସ ଆଉଟର ସ୍ପେସରେ କାମ କରିବେ ଏବଂ ପୃଥିବୀର ବୈଜ୍ଞାନିକମାନଙ୍କୁ ମହାକାଶ ସୂଚନା ଦେବେ ।

Space.com ରିପୋର୍ଟ ଅନୁଯାୟୀ ନାସା ଟେକ୍ସାସର ଟେକ୍ ବେସଡ୍‌ ଫାର୍ମ Apptronik, Inc ସହ ଏହାକୁ ନେଇ ଏକ ଡିଲ୍‌ କରିଛି । ଏହି ଫାର୍ମ ହ୍ୟୁମାନାଇଡ୍ ରୋବଟ୍‌ସ ତିଆରି କରେ । ବର୍ତ୍ତମାନ ଏହି ରୋବଟଗୁଡିକ ପୃଥିବୀର ଫ୍ୟାକ୍ଟ୍ରିଗୁଡ଼ିକରେ କାମ କରୁଛନ୍ତି । କିନ୍ତୁ ନାସାର କହିବା ଅନୁସାରେ ଏହି ରୋବଟଗୁଡିକ ସ୍ପେସ୍‌ରେ ମଧ୍ୟ ଭଲ ଭାବେ କାମ କରିପାରିବେ । ମହାକାଶ ବ୍ୟତୀତ ଏହି ରୋବୋଟଗୁଡ଼ିକୁ ଚନ୍ଦ୍ରକୁ ମଧ୍ୟ ପଠାଯାଇପାରିବ । ନାସାର ଜନସନ ସ୍ପେସ୍ ସେଣ୍ଟରର ରୋବୋଟିକ୍ସ ଟିମର ମୁଖ୍ୟ ଶାନ୍ ଆଜିମିଙ୍କ ଅନୁଯାୟୀ ଏହି ପ୍ଲାନ କାରଣରୁ ସ୍ପେସ୍‌ ଜଗତରେ ଅନେକ କିଛି ହାସଲ କରାଯାଇପାରିବ ।

ଏହି ପ୍ରୋଜେକ୍ଟ ବିଷୟରେ ଆପଟ୍ରୋନିକ୍ ନିଜ ୱେବସାଇଟରେ ଅନେକ ସୂଚନା ଦେଇଛି । ଯେଉଁ ରୋବଟଗୁଡିକ ମହାକାଶକୁ ପଠାଯିବ ସେମାନଙ୍କର ଉଚ୍ଚତା ୫ ଫୁଟ ୮ ଇଞ୍ଚ ଏବଂ ଓଜନ ୭୩ କିଲୋଗ୍ରାମ ହେବ । 
ଏହି ରୋବଟଗୁଡ଼ିକ ପ୍ରତ୍ୟେକ ବ୍ୟାଟେରୀରେ ୪ ଘଣ୍ଟା ପାଇଁ ଆକ୍ଟିଭ ରହିବେ । କମ୍ପାନୀ କହିବା ଅନୁସାରେ ବର୍ତ୍ତମାନ ଏହି ରୋବଟ ପୃଥିବୀର ଆବଶ୍ୟକତା ହିସାବରେ ଡିଜାଇନ୍‌ କରାଯାଇଛି । କିନ୍ତୁ ଏମାନଙ୍କୁ ସ୍ପେସ୍‌ ପାଇଁ ମୋଡିଫାଏ କରାଯାଇ ପାରିବ । ଏମାନଙ୍କର ଫ୍ୟୁଚର ଭର୍ସନକୁ ମହାକାଶକୁ ପଠାଯାଇ ପାରିବ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...