AFFILIATE MARKETING

https://binomo.com?a=90810425bb57&t=0

Wednesday, August 21, 2024

ଆଜିର ଖବର

COASTAL NEWS ODIA 1898

ଆଜିର ଖବର 


ଭୁବନେଶ୍ବର - (CNO) ତାରିଖ:୨୧/୦୮/୨୪, ବୁଧବାର* 

୧-ଆଜି ୨୪ଘଣ୍ଟିଆ ଭାରତ ବନ୍ଦ: ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଲା ଗୃହ ବିଭାଗ।

୨-ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆରମ୍ଭରୁ ବିଧାନସଭା ସଭା ଅଚଳାବସ୍ଥା, ଛାତ୍ର ସଂସଦ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି।

୩-ଦ୍ବାଦଶ ଶ୍ରେଣୀ ବଦଳିଲା ପ୍ରଶ୍ନପତ୍ର ଢ଼ାଞ୍ଚା, ଏଣିକି ୮୦:୨୦ ଅନୁପାତରେ ଦେବାକୁ ପଡ଼ିବ ବାର୍ଷିକ ପରୀକ୍ଷା।

୪-ଆଳୁ ପରେ ବଢିଲା ପିଆଜ ଦର, ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ ଜାରି।

୫-ଭୁବନେଶ୍ୱର:ଶିଳ୍ପ ଓ ସରକାରୀ ସଂସ୍ଥା ଉପରେ ୨୨୦୮ କୋଟି ଟଙ୍କାର ଜଳକର ବାକି।

୬-ସଚିବ ସ୍ତରୀୟ ବୈଠକ: ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୭-ଆଜି ଓଡିଶା ଆସିବେ ପ୍ୟାରିସ ଅଲିମ୍ପିକସ୍ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ଵାଗତ ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି।

୮-ରାସ୍ତାକଡକୁ ଓଲଟିଲା ବସ୍‌‌, ୨୦ଜଣ ଗୁରୁତର,ଭଦ୍ରକରୁ ଉଦଳା ଯାଉଥିଲା ଜୟ ରଘୁନାଥ ବସ୍‌‌, ସମସ୍ତ ଆହତ ଭଦ୍ରକ ମେଡିକାଲରେ ଭର୍ତ୍ତି।

୯-କଠୋର ହେଲେ ସରକାର, ଏଣିକି ଚଢ଼ା ଦରରେ ଆଳୁ ବିକିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୧୦-ମମତା ମହନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ମମତାଙ୍କ ନାଁରେ ମୋହର ମାରିଲା ବିଜେପି ।

୧୧-ଭୁବନେଶ୍ୱର:ଚିନ୍ତା ବଢ଼ାଉଛି ଭାଇରାଲ ଜ୍ୱର: ହସ୍ପିଟାଲରେ ରୋଗୀଙ୍କ ଭିଡ଼।

୧୨-ଭୁବନେଶ୍ୱର:୩୦ ବର୍ଷରେ ପଦାର୍ପଣ କଲା କିଟ୍ ପଲିଟେକନିକ୍। ଗୁଣାତ୍ମକ ଶିକ୍ଷା ଓ ଶୃଙ୍ଖଳା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଆଦୃତ।

୧୩-ଓଡ଼ିଆ ପୁଅ ନମ୍ବର ୱାନ୍: ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱର ଟପ୍‌ ସେଣ୍ଟ୍ରାଲ ବ୍ୟାଙ୍କର ହେଲେ ଶକ୍ତିକାନ୍ତ ଦାସ।

୧୪-ପୁରୀ:୨୩ରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ହେବ ସ୍ଥାନାନ୍ତର।

୧୫-ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ, ବିଧାନସଭାରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

୧୬-ସୁନ୍ଦରଗଡ:ଡିଏମଏଫ ପାଣ୍ଠି ଖର୍ଚ୍ଚର ହେବ ଖୋଳତାଡ: ଖୋଲିବ କୋଟି କୋଟି ଟଙ୍କା ଦୁର୍ନୀତିର ପେଡି।

୧୭-ଡିସେମ୍ବରରେ ହେବ ମିଶନ ‘ଗଗନଯାନ’ର ପ୍ରଥମ ଫ୍ଲାଇଟ ଟେଷ୍ଟ୍‌:ଇସ୍ରୋ ମୁଖ୍ୟ 

୧୮-ନୁଆ ଦିଲ୍ଲୀ:ଗତ ୩ ବର୍ଷରେ ୭୬ ଲକ୍ଷ ଗ୍ରାହକ ହରାଇଲାଣି DTH ଇଣ୍ଡଷ୍ଟ୍ରୀ।

୧୯-ନୂଆ ଦିଲ୍ଲୀ:ଟି୨୦ରେ ବିଶ୍ବ ରେକର୍ଡ, ଗୋଟିଏ ଓଭରରେ ୩୯ରନ।ସାମୋଆ ବ୍ୟାଟ୍‌ସମ୍ୟାନ ଡାରିୟସ ଭିସେର କଲେ ଏହି ରେକର୍ଡ।

୨୦-କୋଲକାତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ । ଗଠନ ହେବ ଟାସ୍କ ଫୋର୍ସ, ମେଡିକାଲ କଲେଜ ଜଗିବ CISF ।

୨୧-ଶେଖ ହସିନାଙ୍କୁ ଆଣି ଫାଶୀ ଦିଅ, ବାଂଲାଦେଶ ସଡ଼କରେ ବିକ୍ଷୋଭକାରୀଙ୍କ ଦାବି।

୨୨-ଯୁଦ୍ଧବିରାମ ଆଲୋଚନା ଭିତରେ ଇସ୍ରାଏଲ ବନ୍ଧକଙ୍କ ମୃତଦେହ ଠାବ; ଗାଜାରୁ ଆସିଲା ଭୀଷଣ ଯୁଦ୍ଧର ଆଭାସ।

 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...