AFFILIATE MARKETING

https://binomo.com?a=90810425bb57&t=0

Saturday, August 24, 2024

ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକା

COASTAL NEWS ODIA 1899

ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ - (CNO) ବ୍ୟାନ ହେଲା ୧୫୬ ଔଷଧ । ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧଗୁଡିକ ସାଧାରଣତଃ ବ୍ୟବହାର କରାଯାଏ । ଶରୀର ଉପରେ ଏହା କୁପ୍ରଭାବ ଥିବାରୁ ଏହାକୁ ବ୍ୟାନ କରାଯାଇଥିବା ଜଣାପଡିଛି।

ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି ।ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି FDC ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ କକଟେଲ୍ ଔଷଧ ବୋଲି କୁହାଯାଇଥାଏ । ତେବେ ଔଷଧ ବ୍ୟାନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ HCL, ପାରାସିଟାମଲ୍ ଓ ଫିନାଇଲେଫ୍ରିନ HCL କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ HCL ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡାଇହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି ।

ଏହି କମ୍ୱିନେସନଗୁଡିକରେ ଏପରିକି ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧରେ ଚିକିତ୍ସା ସଂପର୍କିତ ତଥ୍ୟଭିତ୍ତିକ ଯୁକ୍ତି ନଥିବା ଓ ମଣିଷ ଶରୀରକୁ ଏହା କ୍ଷତି ପହଞ୍ଚାଉଥିବାର ଏକ ବିଶେଷଜ୍ଞ କମିଟି ଓ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (DTAB) ଜାଣିବାକୁ ପାଇଛନ୍ତି । ଏହାକୁ ଆଧାର କରି ସରକାର ଏହି ବ୍ୟାନ ନିଷ୍ପତ୍ତି ନେଇଛନ୍ତି । ଏହି ଔଷଧଗୁଡିକର ବିକଳ୍ପ ଔଷଧ ମଧ୍ୟ ରହିଥିବାର କୁହାଯାଇଛି।

ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଭଳି ୧୫୬ଟି ଔଷଧର ତିଆରି, ବିକ୍ରି ଓ ବିତରଣ ଉପରେ ଅଙ୍କୁଶ ଲଗାଯାଇଛି । ଏହି ତାଲିକାରେ ଥିବା ଅନେକ ଔଷଧର ତିଆରି ପୂର୍ବରୁ ମଧ୍ୟ ବନ୍ଦ ହୋଇଯାଇଛି । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ୧୪ଟି ଔଷଧ ବ୍ୟାନ କରିଥିବା ବେଳେ ୨୦୧୬ରେ ୩୪୪ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...