AFFILIATE MARKETING

https://binomo.com?a=90810425bb57&t=0

Saturday, August 24, 2024

ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକା

COASTAL NEWS ODIA 1899

ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ - (CNO) ବ୍ୟାନ ହେଲା ୧୫୬ ଔଷଧ । ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧଗୁଡିକ ସାଧାରଣତଃ ବ୍ୟବହାର କରାଯାଏ । ଶରୀର ଉପରେ ଏହା କୁପ୍ରଭାବ ଥିବାରୁ ଏହାକୁ ବ୍ୟାନ କରାଯାଇଥିବା ଜଣାପଡିଛି।

ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି ।ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି FDC ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ କକଟେଲ୍ ଔଷଧ ବୋଲି କୁହାଯାଇଥାଏ । ତେବେ ଔଷଧ ବ୍ୟାନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ HCL, ପାରାସିଟାମଲ୍ ଓ ଫିନାଇଲେଫ୍ରିନ HCL କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ HCL ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡାଇହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି ।

ଏହି କମ୍ୱିନେସନଗୁଡିକରେ ଏପରିକି ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧରେ ଚିକିତ୍ସା ସଂପର୍କିତ ତଥ୍ୟଭିତ୍ତିକ ଯୁକ୍ତି ନଥିବା ଓ ମଣିଷ ଶରୀରକୁ ଏହା କ୍ଷତି ପହଞ୍ଚାଉଥିବାର ଏକ ବିଶେଷଜ୍ଞ କମିଟି ଓ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (DTAB) ଜାଣିବାକୁ ପାଇଛନ୍ତି । ଏହାକୁ ଆଧାର କରି ସରକାର ଏହି ବ୍ୟାନ ନିଷ୍ପତ୍ତି ନେଇଛନ୍ତି । ଏହି ଔଷଧଗୁଡିକର ବିକଳ୍ପ ଔଷଧ ମଧ୍ୟ ରହିଥିବାର କୁହାଯାଇଛି।

ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଭଳି ୧୫୬ଟି ଔଷଧର ତିଆରି, ବିକ୍ରି ଓ ବିତରଣ ଉପରେ ଅଙ୍କୁଶ ଲଗାଯାଇଛି । ଏହି ତାଲିକାରେ ଥିବା ଅନେକ ଔଷଧର ତିଆରି ପୂର୍ବରୁ ମଧ୍ୟ ବନ୍ଦ ହୋଇଯାଇଛି । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ୧୪ଟି ଔଷଧ ବ୍ୟାନ କରିଥିବା ବେଳେ ୨୦୧୬ରେ ୩୪୪ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...