AFFILIATE MARKETING

https://binomo.com?a=90810425bb57&t=0

Tuesday, August 6, 2024

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା

COASTAL NEWS ODIA 1895

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା 


ନୂଆଦିଲ୍ଲୀ - (CNO) ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ପାର୍ଟିର ମୁଖ୍ୟ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା । 

ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ । ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଛନ୍ତି । ଏନଏସଏ ଅଜିତ ଡୋଭାଲ ହିଣ୍ଡନ ଏୟାରବେସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟଥିବା ସୂଚନା ମିଳିଛି । 

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବାୟୁସେନାର ବରିଷ୍ଠ ଅଧିକାରୀମାନେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହିଣ୍ଡନ ବାୟୁସେନା ଷ୍ଟେସନରେ ପହଞ୍ଚିଥିବା ବେଳେ ଶେଖ ହସିନାଙ୍କୁ ଆଣବା ପାଇଁ ଆସିଥିଲେ ।  

ଶେଖ ହସିନା ଏବଂ ଡୋଭାଲଙ୍କ ମଧ୍ୟରେ ଏକ ଦୀର୍ଘ ସମୟ ଧରି ଆଲୋଚନା ହୋିଥବବା ଜଣାପଡ଼ିଛି । ତେବେ କୌଣସି ଅଧିକାରୀ ଆଲୋଚନା ବିଷୟରେ କିଛି ସୁଚନା ଦେଇ ନାହାନ୍ତି । ସୂଚନାନୁସାରେ, ଶେଖ ହସିନା ଭାରତରେ କିଛି ଦିନ ରହିପାରନ୍ତି । 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...