AFFILIATE MARKETING

https://binomo.com?a=90810425bb57&t=0

Monday, September 4, 2023

ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ।

 COASTAL NEWS Odia 601

ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ।



ନୂଆଦିଲ୍ଲୀ - ଚନ୍ଦ୍ରଯାନ-୩ ମିଶନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ। ଇସ୍ରୋ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଇସ୍ରୋ ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ପାଇଁ ଯେତିକି କାର୍ଯ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ତା’ଠୁ ଆହୁରି ଅଧିକ କରିଛି। ନିର୍ଦ୍ଦେଶ ପ୍ରକାରେ ଲ୍ୟାଣ୍ଡର ବିକ୍ରମ ଇଞ୍ଜିନକୁ ଚଲାଇଥିଲା ଓ ଉପରକୁ ଉଠିଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୦ ସେଣ୍ଟିମିଟର ଉପରକୁ ଉଠିଥିଲା ଓ ସେହି ସ୍ଥାନରୁ ପ୍ରାୟ ୩୦ରୁ୪୦ ସେଣ୍ଟିମିଟର ଦୂରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଇସ୍ରୋର ସୂଚନା ମୁତାବକ ଏହା ଏକ ବଡ଼ ସଫଳତା। ଭବିଷ୍ୟତରେ ମିଶନ ଶେଷ କରି ଚନ୍ଦ୍ରଯାନକୁ ଫେରାଇ ଆଣିବା ଓ ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ମିଶନକୁ ଏହା ଉତ୍ସାହିତ କରିଛି। 

 ଏହା ସହିତ ଲ୍ୟାଣ୍ଡର ବିକ୍ରମରେ ଥିବା ସବୁ ଯନ୍ତ୍ରାଂଶ ଠିକ୍ ଅଛି ଓ ଭଲ ଭାବେ କାର୍ଯ୍ୟ କରୁଛି ବୋଲି ଇସ୍ରୋ କହିଛି। 

ଅନ୍ୟପକ୍ଷରେ ଗତ ସପ୍ତାହରୁ ରୋଭର ‘ପ୍ରଜ୍ଞାନ’ ସ୍ଲିପ୍ ମୋଡ୍‌ରେ ରହିଛି। ସରଳ ଭାଷାରେ କହିବାକୁ ଗଲେ ନିର୍ଦ୍ଦେଶ ଦେଇ ଇସ୍ରୋ ଏହାକୁ ଶୁଆଇ ଦେଇଛି। ଚନ୍ଦ୍ରରେ ରାତି ହେବା ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ତା’ର ସମସ୍ତ ଦାୟିତ୍ୱ ଶେଷ କରି ଦେଇଥିଲା। ତେଣୁ ଇସ୍ରୋ ତାକୁ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍‌ରେ ରଖି ଦେଇଛି।

ସେପ୍ଟେମ୍ବର ୨୨ ତାରିଖରେ ପୁଣି ସୂର୍ଯ୍ୟୋଦୟ ହେବା ପରେ ରୋଭର ‘ପ୍ରଜ୍ଞାନ’ ଆଉ କାର୍ଯ୍ୟ କରିବ ବୋଲି ଆଶା ରଖିଛି ଇସ୍ରୋ। ‘ପ୍ରଜ୍ଞାନ’ର ବ୍ୟାଟେରୀ ଫୁଲ୍ ଚର୍ଜ ରହିଥିବା ଇସ୍ରୋ କହିଛି। ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ସୂଚନା ଦେବା ସହିତ ସେଠାରେ ସଲଫର ସହିତ ଆଲୁମିନିୟମ (Al), କ୍ୟାଲସିୟମ (Ca), ଫେରସ (Fe), କ୍ରୋମିୟମ (Cr), ଟିଟାନିୟମ (Ti), ମାଙ୍ଗାନିଜ (Mn), ସିଲିକନ (Si) ଓ ଅକ୍ସିଜେନ୍ (O)ର ସନ୍ଧାନ କରିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...