AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

ଚନ୍ଦ୍ରଯାନ ୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି

  COASTAL NEWS Odia 580

ଚନ୍ଦ୍ରଯାନ ୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି



ନୂଆଦିଲ୍ଲୀ - ଭାରତୀୟଙ୍କ ପାଇଁ ଶନିବାର ଡବଲ ଖୁସି ଆଣି ଦେଇଛି ଇସ୍ରୋ। ଆଜି ଇସ୍ରୋ ବେଶ ସଫଳତାର ସହ ତା’ର ପ୍ରଥମ ସୌର ମିଶନ ଆରମ୍ଭ କରିଛି। ଆଦିତ୍ୟ-ଏଲ ୧ ଆଜି ଦିନ ୧୧.୫୦ରେ ସୂର୍ଯ୍ୟ ଅଭିମୁଖେ ଉଡ଼ାଣ ଭରିଛି। ସେହିପରି ଦ୍ୱିତୀୟ ଘଟଣାରେ ଚନ୍ଦ୍ରଯାନ ୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି।

ଜହ୍ନ ରାଇଜରେ ରୋଭର ପ୍ରଜ୍ଞାନ ୧୦୦ ମିଟର ରାସ୍ତା ଅତିକ୍ରମ କରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ୧୦୦ ମିଟର ଯାତ୍ରା କରିବା ପରେ ପ୍ରଜ୍ଞାନ ଥକି ପଡ଼ିନି। ସେ ଆଗକୁ ବଢ଼ିବାରେ ଲାଗିଛି।

ପ୍ରଜ୍ଞାନର ଏପରି ସଫଳତା ପରେ ଇସ୍ରୋ ଗୋଟିଏ ଟ୍ୱିଟ କରିଛି। ଏଥିରେ ଲେଖିଛି ଯେ “ଚନ୍ଦ୍ରଯାନ ୩ ମିଶନ: ପ୍ରଜ୍ଞାନ ୧୦୦* ବା ନଟଆଉଟ। ଏସବୁ ମଧ୍ୟରେ ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଏପର୍ଯ୍ୟନ୍ତ ୧୦୦ ମିଟର ଦୂରତା ଅତିକ୍ରମ କରି କ୍ରମାଗତ ଭାବେ ଆଗକୁ ବଢ଼ି ଚାଲିଛି।”

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ରୋଭର ଓ ଲ୍ୟାଣ୍ଡରକୁ “ସ୍ଲିପ ମୋଡ”ରେ ରଖିବା ପ୍ରକ୍ରିୟା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ। କାରଣ ସେମାନଙ୍କୁ ଖୁବଶୀଘ୍ର ଚନ୍ଦ୍ରର ଅନ୍ଧକାରମୟ ସ୍ଥିତିକୁ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି।

ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଏହାକୁ ଉତକ୍ଷେପଣ କରିଥିଲା। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଅଗଷ୍ଟ ୨୩ରେ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।



ଏହାପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରି ଜହ୍ନ ରାଇଜର ତଥ୍ୟ ସଂଗ୍ରହ କରିବାରେ ଲାଗିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...