AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ମହିଳା,ଜନ୍ମ କରିବେ ଦଶମ ସନ୍ତାନ

 COASTAL NEWS Odia 579

୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ମହିଳା,ଜନ୍ମ କରିବେ ଦଶମ ସନ୍ତାନ



ଅଷ୍ଟ୍ରେଲିଆ - ୭ ବର୍ଷରେ ୯ଟି ଛୁଆ । ପୁଣି ଥରେ ହୋଇଛନ୍ତି ପ୍ରେଗନାଣ୍ଟ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଆଜିର ସମୟରେ ଗୋଟିଏ ପିଲାକୁ ସମ୍ଭାଳିବା ମୁସ୍କିଲ ହେଉଥିବା ବେଳେ ୯ ଟି ପିଲାକୁ ସମ୍ଭାଳିବା କେତେ ଯେ କଷ୍ଟକର ବ୍ୟାପାର ତାହା କଳ୍ପନା ମଧ୍ୟ କରିହେବ ନାହିଁ । କିନ୍ତୁ ଜଣେ ମହିଳା ମାତ୍ର ୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି । କ୍ଲୋଇଆଣ୍ଡବିନ୍ସ ନାମକ ଏକ ଆକାଉଣ୍ଟରୁ ଉକ୍ତ ମହିଳା ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

କୌଣସି ବିବାହିତ ମହିଳାଙ୍କ ପାଇଁ ମା ହେବାର ଅନୁଭୂତି ସ୍ୱତନ୍ତ୍ର ଥାଏ । କିନ୍ତୁ ଯେତେବେଳେ ଏହି ଅନୁଭବ ଥରେ ରୁ ଦୁଇଥର ହୁଏ, ସେତେବେଳେ ମା’ ବାପାଙ୍କ ଜୀବନ କଷ୍ଟକର ହୋଇପଡ଼େ । ପିଲାମାନଙ୍କ ପାଳନ ପୋଷଣରେ ମା’ ମାନେ ଥକି ପଡ଼ନ୍ତି । କିନ୍ତୁ ଅଷ୍ଟ୍ରେଲିୟାର ଜଣେ ମହିଳା ଅଛନ୍ତି ଯିଏ ୯ଟି ସନ୍ତାନର ମା’ ଏବଂ ବର୍ତ୍ତମାନ ଆଉ ଏକ ପିଲା ଜନ୍ମ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି ।

ଦ ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ବାସିନ୍ଦା କ୍ଲୋଇ ଗତ ୭ବର୍ଷ ଧରି ଲଗାତାର ପ୍ରେଗନାଣ୍ଟ ହେଉଛନ୍ତି । ଅର୍ଥାତ ସେ ପ୍ରତିବର୍ଷ ଗର୍ଭଧାରଣର ଅନୁଭବ ନେଉଛନ୍ତି । ତାଙ୍କର ୯ଟି ସନ୍ତାନ ଅଛନ୍ତି ଏବଂ ସେ ଫେବୃଆରୀ ୨୦୨୪ରେ ତାଙ୍କର ଦଶମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ନିକଟରେ କ୍ଲୋଇ ତାଙ୍କ କ୍ଲୋଇଆଣ୍ଡବିନ୍ସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜ ପିଲା ଏବଂ ସ୍ୱାମୀଙ୍କ ସହ ପୋଜ୍ ଦେଇଥିଲେ ଏବଂ ଅଲଟ୍ରାସାଉଣ୍ଡ ଇମେଜ ମାଧ୍ୟମରେ ତାଙ୍କର ଦଶମ ସନ୍ତାନକୁ ଦେଖାଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଆପଣମାନେ ଗୋଟିଏ ପରେ ଗୋଟିଏ ପିଲାମାନେ ଆଗକୁ ଆସୁଥିବା ଦେଖିପାରିବେ । ତାଙ୍କ କହିବା ଅନୁସାରେ ଦଶମ ପିଲା ଫେବୃଆରୀ ୨୦୨୪ରେ ଜନ୍ମ ନେବ ।

କ୍ଲୋଇ ଏବଂ ତାଙ୍କ ସ୍ୱାମୀ ପିଲାମାନଙ୍କୁ ନେଇ ବହୁତ ଖୁସି ଅଛନ୍ତି, କିନ୍ତୁ ବୋଧହୁଏ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ଲୋଇଙ୍କ ସନ୍ତାନ ଜନ୍ମ କରିବା ନିଷ୍ପତ୍ତିରେ ଖୁସି ନାହାନ୍ତି । ଭାଇରାଲ ହୋଇଥିବା ଭିଡିଓକୁ ଅନେକ ଲୋକ ଦେଖିଥିବା ବେଳେ ଏହାକୁ ଲାଇକ ମଧ୍ୟ ମିଳିଛି । ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । ପୃଥିବୀରେ ଜନସଂଖ୍ୟା ବଢ଼ୁଥିବାବେଳେ ମହିଳାଙ୍କ ଏପରି ଭାବେ ପିଲା ଜନ୍ମ କରିବା ଜନସଂଖ୍ୟାକୁ ବୃଦ୍ଧି କରୁଛି ବୋଲି ଅନେକ ମତ ଦେଇଛନ୍ତି । କ୍ଲୋଇ ନିଜ ପିଲାଙ୍କୁ ନେଇ ଖୁସି ଥିବା ବେଳେ ସେ ଜନ୍ମ ଦେବାକୁ ଥିବା ପିଲାକୁ ନେଇ ଉତ୍ସାହିତ ଅଛନ୍ତି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...